ଛତିଶଗଡ ସୀମାରେ ମାଓ ହମଲା: ପାଲଟା ଜବାବ ଦେଲେ ସୁରକ୍ଷାକର୍ମୀ, ୬ ମାଓବାଦୀଙ୍କୁ ଏନକାଉଣ୍ଟର

ମାଲକାନଗିରି,୩୦।୧: ଛତିଶଗଡ ବିଜାପୁର-ସୁକମା ସୀମାରେ ମଙ୍ଗଳବାର ହୋଇଥିବା ମାଓ ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ସୀମାରେ ଗୁଳି ବିନିମୟରେ ୩ଯବାନ ଶହୀଦ ହୋଇଥିବାବେଳେ ୧୪ଜଣ ଆହତ ହୋଇଥିଲେ। ଏହି ଘଟଣାର ଅଳ୍ପ ସମୟ ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ୬ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ବସ୍ତର ଆଇଜି ପି ସୁନ୍ଦରରାଜ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ତେବେ ଜୋନାଗୁଡା ଓ ଅଲୀଗୁଡା ସୀମାରେ ଯବାନମାନେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡା ଓ ଅଲୀଗୁଡା ନିକଟରେ ମାଓଙ୍କର ଉପସ୍ଥିତି ନେଇ ଯବାନମାନେ ସେଠାରେ ଶିବିର କରି ରହିବା ସହ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରିଥିଲେ। ମଙ୍ଗଳବାର ହଠାତ୍‌ ମାଓବାଦୀମାନେ ଯବାନଙ୍କ ଉଫରେ ଆକ୍ରମଣ କରିଥିଲେ। ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ଜଣ ଯବାନ ଶହୀଦ ହୋଇଥିଲେ। ଆହତ ଯବାନଙ୍କୁ ଜଗଦଲପୁରସ୍ଥିତ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। କିନ୍ତୁ ଗୁରୁତର ଯବାନଙ୍କୁ ଏୟାର ଲିଫ୍ଟ କରି ରାୟପୁର ସ୍ଥାନାନ୍ତରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ କଂଗ୍ରେସ ଜିଲା ସାଧାରଣ ସମ୍ପାଦକ, ବ୍ଲକ ସଭାପତି

ପାଟଣା,୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନୂତନ କଂଗ୍ରେସ ସଭାପତି ଭାବେ ଭାବେ କୈଳାଶ ଚନ୍ଦ୍ର ବାରିକଙ୍କୁ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା...

ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ପୁରୀ,୯।୫: ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀରେ ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ।...

ଅମିତ ଶାହାଙ୍କ ଭବିଷ୍ୟବାଣୀ: ୩ ପର୍ଯ୍ୟାୟ ନିର୍ବାଚନରେ ଏତିକି ଆସନ ଆଣିବ ଭାଜପା

ନୂଆଦିଲ୍ଲୀ,୯।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ଭାରତୀୟ ଜନତା ପାର୍ଟି ପୁଣି ଥରେ କଂଗ୍ରେସ ଏବଂ ରାହୁଲ...

ମୋ ସହ ହୋଇନାହିଁ ବଳାତ୍କାର, ଟିଏମ୍‌ସି ନେତାଙ୍କ ନାଁରେ ମିଥ୍ୟା କେସ୍‌ କରିଛି ଭାଜପା: ସନ୍ଦେଶଖାଲି ପୀଡିତାଙ୍କ ଚାଞ୍ଚଲ୍ୟକର ଖୁଲାସା

କୋଲକାତା,୯।୫:ପଶ୍ଚିମବଙ୍ଗର ସନ୍ଦେଶଖାଲି ନିବାସୀ ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି। ବଙ୍ଗଳାର ଉତ୍ତର ୨୪...

ରାଜଧାନୀରେ ବଡ଼ ଧରଣର ଆଇଟି ରେଡ୍‌, ୨ କୋଟିରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର,୯ା୫: ରାଜଧାନୀରେ ଗୁରୁବାର ବଡ଼ ଧରଣର ଆଇଟି ରେଡ୍‌ ହୋଇଛି। ପୁରୁଣ ପୋଷ୍ଟ ଅଫିସ୍‌ ଲେନ୍‌ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆ...

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ଏହି ଭୁଲ୍‌ ଅଭ୍ୟାସ, ଏବେ ଅଧାରୁ ଅଧିକ ରୋଗର କାରଣ: ଜାଣନ୍ତୁ କ’ଣ ସେହି ଅଭ୍ୟାସ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମୁଖ୍ୟ ଭାରତୀୟଙ୍କ ଖାଦ୍ୟ ଅଭ୍ୟାସ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧାରୁ ଅଧିକ ରୋଗର କାରଣ...

ରାମଲାଲାଙ୍କ ଦର୍ଶନ କଲେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ୍‌ ଖାନ୍‌; କହିଲେ ଏମିତି

ଅଯୋଧ୍ୟା,୯।୫: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ ବୁଧବାର ଅଯୋଧ୍ୟା ରାମ ମନ୍ଦିର ଗସ୍ତ କରିଛନ୍ତି। ଏହାକୁ ସେ ଶାନ୍ତିର ସ୍ଥାନ ବୋଲି କହିଛନ୍ତି। ଜାନୁଆରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri