୧୭ ତାଲିବାନୀ ମନ୍ତ୍ରୀଙ୍କ ଉପରେ ଝୁଲୁଛି ସୁରକ୍ଷା ପରିଷଦ ଖଣ୍ଡା…

ଜେନେଭା/କାବୁଲ,୧୧।୯: ତାଲିବାନର ନୂଆ ସରକାରରେ ୩୩ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ୧୭ ଜଣଙ୍କ ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଅନୁମୋଦିତ ହୋଇଥିବା ୨୫୯୩ତମ ପ୍ରସ୍ତାବର ଖଣ୍ଡା। ସେମାନଙ୍କୁ ସୁରକ୍ଷା ପରିଷଦର ୧୨୬୭ କମିଟି ପ୍ରତିବନ୍ଧିତ ସୂଚୀରେ ୧୯୯୯ରେ ତାଲିକାଭୁକ୍ତ କରାଯାଇଥିଲା। ଭାରତ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ଭାରତ ୧୨୬୭ କମିଟିର ଅଧ୍ୟକ୍ଷତା କରିବ। ଭାରତ ଅଧ୍ୟକ୍ଷତାରେ ୨୦୨୧ ଅଗଷ୍ଟ ୩୦ରେ ୨୫୯୩ ତମ ପ୍ରସ୍ତାବକୁ ଅନୁମୋଦିତ କରାଯାଇଛି।

ତାଲିବାନ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ୨୫୯୩ତମ ପ୍ରସ୍ତାବ ଅନୁସାରେ ୧୨୬୭ କମିଟି ଅନ୍ତର୍ଗତ ପଦବୀରୁ ହଟାଯିବାର ଆଶଙ୍କା ସୃଷ୍ଟି ହୋଇଛି। ୨୫୯୩ ପ୍ରସ୍ତାବର ଦ୍ୱିତୀୟ ପରିଚ୍ଛେଦରେ ଲେଇଖ କରାଯାଇଛି ଯେ, ଆଫଗାନିସ୍ତାନକୁ କୌଣସି ଦେଶକୁ ଧମକ ଦେବା, ଆତଙ୍କବାଦୀଙ୍କୁ ଶରଣ, ଆତଙ୍କବାଦୀଙ୍କୁ ତାଲିମ କିମ୍ବା ଅନ୍ୟ ଦେଶ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ବ୍ୟବହାର କରାଯାଇ ପାରିବ ନାହଁ। ୨୫୯୩ତମ ପ୍ରସ୍ତାବ ଅନ୍ତର୍ଗତ ସେଭଳି ନେତା ଅବା ସଂଗଠନ ବିରୋଧରେ ୧୨୬୭ କମିଟି ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି।

ତେବେ ତାଲିବାନକୁ ଏକ ଆତଙ୍କବାଦୀ ସଂଗଠନ ଭାବେ ଏଥିରେ ସାମିଲ କରାଯାଇ ନାହିଁ। ମାତ୍ର ସଂଗଠନର ବହୁ ନେତା ୧୨୬୭ କମିଟି ଅନୁସାରେ ପ୍ରତିବନ୍ଧିତ ସୂଚିରେ ତାଲିକାଭୁକ୍ତ। ଏଥିରେ ଗୃହମନ୍ତ୍ରୀ ସିରାଜୁଦ୍ଦିନ୍‌ ହକ୍କାନୀଙ୍କ ନାମ ରହିଛି। ତାଙ୍କ ମୁଣ୍ଡ ଉପରେ ୩୬ କୋଟି ଟଙ୍କାର ପୁରସ୍କାର ରହିଛି। ସେହିପରି ଗୁପ୍ତଚର ସଂସ୍ଥା ମୁଖ୍ୟ ଅବ୍ଦୁଲ୍‌ ହକ୍‌ ଓ୍ବାସିକ୍‌, ଉପ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଫଜଲ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଖୈରୁଲାହ୍‌ ଖୈରଖ୍ବା, ସୀମା ଏବଂ ଜନଜାତିମାମଲା ମନ୍ତ୍ରୀ ନୁରୁଲ୍ଲା ନୁରି ପ୍ରମୁଖଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି।

ଯଦି ତାଲିବାନ୍‌ ଅଲ୍‌-କାଏଦା, ଜୈଶ୍‌-ଇ-ମହମ୍ମଦ, ଳଶ୍କର-ଇ-ତୋଏବା, ତହରିକ୍‌-ଇ- ତାଲିବାନ୍‌ ଆଦି ପ୍ରତିବନ୍ଧିତ ସଂଗଠନଗୁଡ଼ିକୁ ସହାୟତା କରେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୨୫୯୩ ପ୍ରସ୍ତାବରେ ଉଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କହିଲେ ମିଥୁନ ଚକ୍ରବର୍ତ୍ତୀ, ସଭିଏଁ ଆଶ୍ଚର୍ଯ୍ୟ

କୋଲକାତା,୪।୯: ବରିଷ୍ଠ ଅଭିନେତା, ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଏବଂ ପୂର୍ବତନ ଭାଜପା ରାଜ୍ୟ ସଭା ସାଂସଦ ମିଥୁନ ଚକ୍ରବର୍ତ୍ତୀ ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଭୁଶୁଡିଲା କାନ୍ଥ: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ୧୦୦ ଫୁଟ ଲମ୍ବର ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ରୁଷିଆ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର ୨, ୨୦୨୬ ରେ, ଭାରତୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ରୁଷିଆର ନୋଭୋରୋସିସ୍କରୁ କରାଚୀ ଯାଉଥିବା ମାଲବାହୀ ଜାହାଜ MV BARYON (IMO 9151412)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri