Posted inଜାତୀୟ

ସଚିବଙ୍କୁ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶନାମା ବିଷୟରେ ସମସ୍ତ ସଚିବଙ୍କୁ କ୍ୟାବିନେଟ ସଚିବ ରାଜୀବ ଗୌବା ଏକ ଚିଠି ଲେଖିଛନ୍ତି। ଏପ୍ରିଲ ୨ରେ ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପରେ ଏହି ଚିଠି ଲେଖାଯାଇଛି। ଏପ୍ରିଲ ୪ ରେ ଲେଖାଯାଇଥିବା ଏହି ଚିଠିରେ ବୈଠକରେ ହୋଇଥିବା ଆଲୋଚନା ଏବଂ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ବିସ୍ତୃତ ଭାବରେ ଉଲ୍ଲେଖ ଯାଇଛି।

ବୈଠକରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ବେସରକାରୀ ତଥା ସରକାରୀ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ଉପରେ ପ୍ରାଥମିକତା ଦିଆଯିବା ଉଚିତ। ବିଦ୍ୟମାନ ଥିବା ପଦବୀ ପୂରଣ ପାଇଁ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ସରକାର ଏକ ସୁବିଧାକାରୀ ଏବଂ ଅନୁଗାମୀ ଏଜେଣ୍ଟ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଉତ୍ପାଦନ ଏବଂ ରୋଜଗାର ଲାଗି ନୂତନ ସୁଯୋଗ ସୃଷ୍ଟି କରିବାରେ ସରକାର ବେସରକାରୀ କ୍ଷେତ୍ରକୁ ପୂର୍ଣ୍ଣ ସମର୍ଥନ ଦେବା ଆବଶ୍ୟକ। ଭାରତୀୟ କମ୍ପାନୀମାନଙ୍କୁ ବିଶ୍ୱ ସ୍ତରରେ ସଫଳ ହେବା ପାଇଁ ସରକାର ସାହାଯ୍ୟ କରନ୍ତୁ ବୋଲି ପ୍ରଧାନନ୍ତ୍ରୀ ପରାମର୍ଶ ଦେଇଥିଲେ। ବିଶ୍ୱସ୍ତରୀୟ ସୂଚକାଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଆମକୁ ବିଦେଶୀ ରାଷ୍ଟ୍ରଙ୍କ ସହ ସମାନ କରିବା, ଆମର ଅଭାବକୁ ଦୂର କରିବା ଏବଂ ଆବଶ୍ୟକୀୟ ଉନ୍ନତି ଆଣିବା ପାଇଁ ଏକ ସୁଯୋଗ ଦେଇଥାଏ ।

ରାଜ୍ୟସ୍ତରରେ ଆର୍ଥିକ ଅନୁଶାସନର ମହତ୍ତ୍ୱ ବିଷୟରେ ଯୋଗାଯୋଗ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ନୀତିଗତ ନିଷ୍ପତ୍ତି ଏବଂ ପଦକ୍ଷେପଗୁଡ଼ିକୁ ବିଶ୍ଳେଷଣ ଏବଂ ରାଜ୍ୟ ସରକାରଙ୍କ ସହ ଆଦାନପ୍ରଦାନ ଆବଶ୍ୟକ।

ଏହା ବ୍ୟତୀତ, ଏହି ଚିଠିରେ ମଧ୍ୟ କୁହାଯାଇଛି ଯେ ବିଦ୍ୟମାନ ଭିଜନ ୨୦୪୭ କୁ ଏକ ସମୟସୀମା ମଧ୍ୟରେ ପୂରଣ କରିବାର ଆବଶ୍ୟକତା ରହିଛି। ବଜେଟରେ ଘୋଷିତ ପଦକ୍ଷେପକୁ ପୂରଣ କରିବା ପାଇଁ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ। ପ୍ରତ୍ୟେକ ଜିଲ୍ଲାରେ ମନେରଗା ଅଧୀନରେ ୭୫ ପୋଖରୀ ନିର୍ମାଣ କାର୍ଯ୍ୟ ୧୫ ଅଗଷ୍ଟ୨୦୨୨ ସୁଦ୍ଧା ଶେଷ ହେବା ଜରୁରୀ।

ସ୍ବୟଂଶାସିତ ଅନୁଷ୍ଠାନଗୁଡ଼ିକର ସଂଖ୍ୟା କମାଇବା ସୁପାରିଶ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ ହେବା ଉଚିତ ଏବଂ ଏହିପରି ଅଧିକ ଅନୁଷ୍ଠାନର ଚିହ୍ନଟ କରାଯିବା ଆବଶ୍ୟକ। ଶେଷରେ କ୍ୟାବିନେଟ ସଚିବ ସମସ୍ତ ସଚିବଙ୍କୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଅପରିହାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?