ଖୋଲିବ ଗୁମର, ଫସିବେ ବବି !

ଭୁବନେଶ୍ୱର,୨୨ା୧: ଖୋଲିବ ଗୁମର। ପୁଣି ଫସିବେ ବିଜେଡି ନେତା ବବି ଦାସ। ଭାଜପା ସରକାର ବବିଙ୍କ ଉପରେ କଡ଼ା ଆକ୍ସନ ନେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଭାଜପା ବିଧାୟକ ପଦ୍ମଲୋଚନ ପଣ୍ଡା ଏନେଇ କିଛି ଭିତିରି କଥା ସିଧା ସିଧା ସାମ୍ବାଦିକଙ୍କ ସାମ୍ନାରେ କହିଛନ୍ତି।

ସେ କହିଛନ୍ତି ଯେ, ପାରାଦୀପରେ ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ିବା ମାମଲାରେ ବବି ଫସିବେ। ଉକ୍ତ ଜାହାଜର ପରମିଟ୍‌ ଥିଲା କି ନାହିଁ, ଲାଇସେନ୍ସ ଥିଲା କି ନାହିଁ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ସରକାର ଏହା ଉପରେ ଖୁବ୍‌ଶୀଘ୍ର ପଦକ୍ଷେପ ନେବେ। ଏହି ଜାଜାଜ ବୁଡ଼ି ଘଟଣାରେ ଦୁର୍ନୀତିର ହିସାବ ନାହିଁ। ଏଯାଏ କାହିଁକି ସିବଆଇ ତଦନ୍ତ ହେଉନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

୨୦୨୨ରେ ସୂଚନା ଅଧିକାରକର୍ମୀଙ୍କୁ ଦିଆଯାଇଥିବା ଉତ୍ତରରେ ଏନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।୨୦୧୮ରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏବଂ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘଟଣାର ତଦନ୍ତ ପାଇଁ ସିବିଆଇକୁ ଚିଠି ଲେଖାଯାଇଥିଲା। ମାମଲାର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ସିବିଆଇ ମାମଲାର ତଦନ୍ତ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥିଲା

 

ବନ୍ଦରଠାରୁ ୬ କି.ମି. ସମୁଦ୍ରର ଆଙ୍କରେଜ୍‌ ଏରିଆରେ ୨୦୦୯ ସେପ୍ଟେମ୍ବର ୯ରେ ଏହି ଜାହାଜ ବୁଡ଼ି ଯାଇଥିଲା। ପ୍ରାୟ ୨୦୧୪ ମସିହା ପର୍ଯ୍ୟନ୍ତ ବ୍ଲାକରୋଜ ଅଧାବୁଡ଼ା ଅବସ୍ଥାରେ ଥିଲା। ତାହା ଦେଖାଯାଉଥିଲା। ଏବେ ସେହି ଜାହାଜ ସମୁଦ୍ରରେ ଅଦୃଶ୍ୟ ହୋଇଗଲାଣି। କିନ୍ତୁ ରାଜ୍ୟ ରାଜନୀତିରେ ସମୟାନୁସାରେ ବ୍ଲାକରୋଜ ଜାହାଜ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜି ଆସିଛି। ନିର୍ବାଚନ ସମୟଠାରୁ ଆରମ୍ଭ କରି ବିଧାନସଭା, ଲୋକ ସଭା ପର୍ଯ୍ୟନ୍ତ ତଦନ୍ତ ପାଇଁ ବିଭିନ୍ନ ରାଜନେତା ଓ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। କିନ୍ତୁ ଗତ ୧୫ ବର୍ଷ ମଧ୍ୟରେ ଜାହାଜ ବୁଡ଼ିବା ଘଟଣାର ରହସ୍ୟ ଉନ୍ମୋଚନ ହୋଇନାହିଁ କି ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ ବ୍ଲାକରୋଜ୍‌ ଜାହାଜ ମାଲିକ ମଙ୍ଗୋଲିଆର ସି. କକ୍‌ଙ୍କ ପାଖରେ ପହଞ୍ଚି ପାରିନାହିଁ।

ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ରେ ଏମ୍‌ଭି ବ୍ଲାକ୍‌ରୋଜ୍‌ ପାରାଦୀପବନ୍ଦର ବର୍ଥରେ ଥିବାବେଳେ ଲୁହାପଥର ବୋଝେଇ ହେଉଥିଲା। ୨୩,୮୪୭ ମେଟ୍ରିକ୍‌ ଟନ୍‌ ପଣ୍ୟ ବୋଝେଇ ହୋଇଥିବାବେଳେ ଜାହାଜର କ୍ୟାପ୍‌ଟେନ୍‌ ପଣ୍ୟ ବୋଝେଇ ପାଇଁ ମନା କରିଥିଲେ। କାରଣ ବୋଝେଇ ହେଉଥିବା ଲୁହାପଥର ବର୍ଷାପାଣିରେ ଓଦା ହୋଇଥିଲା। ଜାହାଜର ଖଣି (ହାର୍ଜ)ରେ ତାହା ପଙ୍କ ଭଳି ଅଣେଇ ହେଉଥିଲା। ଓଦା ଲୁହାପଥର ଶୁଖାଇ ଜାହାଜରେ ବୋଝେଇ କରିବା ସମୟସାପେକ୍ଷ ଥିବାରୁ ସେତେବେଳେ ବନ୍ଦର ପ୍ରଶାସନ ପକ୍ଷରୁ ଜାହାଜ ବର୍ଥ ଛାଡ଼ିବା ପାଇଁ କୁହାଯାଇଥିଲା। ଆଙ୍କରେଜ୍‌ ଏରିଆରେ ଓଦା ଲୁହାପଥର ଶୁଖାଇବା ସହଜ ହୋଇଥାନ୍ତା ବୋଲି କୁହାଯାଇଥିଲା। ଜାହାଜ ବର୍ଥ ଛାଡ଼ିବା ପୂର୍ବରୁ ଯେମିତି କାଗଜପତ୍ର କରାଯିବା କଥା ସେତେବେଳେ ତାହା ହୋଇ ନ ଥିଲା। ସାରେ ଜାହାଜ ଆଙ୍କରେଜ ଏରିଆରେ ଧୀରେ ଧୀରେ ଅଣେଇ ହୋଇ ଶେଷରେ ବୁଡ଼ିଯାଇଥିଲା। ସେତେବେଳେ ଜାହାଜରେ ଥିବା ୨୭ ଜଣ ନାବିକଙ୍କ ମଧ୍ୟରୁ ୨୬ ଜଣଙ୍କୁ ପାରାଦୀପ ବନ୍ଦର ମେରାଇନ ବିଭାଗର ଟଗ୍‌ ବୋଟ୍‌ ଉଦ୍ଧାର କରିଥିଲା। ହେଲେ ଜାହାଜର ମୁଖ୍ୟ ଯନ୍ତ୍ରୀ ରୁଷିଆର ଆଲେକଜାଣ୍ଡାର ୟୁଲୋଶ୍ଚେଙ୍କୋ କ୍ୟାବିନ ଭିତରେ ରହିଯାଇଥିଲେ। ଜାହାଜ ବୁଡିବାର ୮ ଦିନ ପରେ ତାଙ୍କ ମୃତଦେହ ବାହାର କରାଯାଇଥିଲା। ୧୦ ଦିନ ପରେ ଜାହାଜରେ ଥିବା ୪,୨୦୦ କେଏଲ ଇନ୍ଧନ, ୯୨୦ ମେଟ୍ରିକ୍‌ ଟନ୍‌ ଫର୍ନେସ ଅଏଲ୍‌ ନିର୍ଗତ ହୋଇ ସମୁଦ୍ର ପାଣିରେ ଭାସିଥିଲା। ସେତେବେଳେ ପାରାଦୀପ ବନ୍ଦର ପକ୍ଷରୁ ଜାହାଜରେ ଥିବା ତେଲକୁ ବାହାର କରାଯାଇଥିଲା। ମୃତଦେହ ବାହାର କରିବା ଓ ତେଲ ନିଷ୍କାସନ କରିବା ପାଇଁ ଆମେରିକାର ଏକ ସଂସ୍ଥା ନିୟୋଜିତ ହୋଇଥିଲା। ଏସବୁ କାମ ପାଇଁ ସେତେବେଳେ ପ୍ରାୟ ୪୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା। ଏହି ଘଟଣାରେ ପ୍ରଥମେ ନେହେରୁ ବଙ୍ଗଳା ମେରାଇନ୍‌ ପୋଲିସ ମାମଲା (ନଂ.୨୬/୯) ରୁଜୁ କରିଥିଲା। ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ସେତେବେଳେ ଏହି ଘଟଣାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ହାଇକୋର୍ଟରେ ୨ଟି ମାମଲା ମଧ୍ୟ ହୋଇଥିଲା। ତଦନ୍ତବେଳେ ଜଣାପଡ଼ିଥିଲା, ସମ୍ପୃକ୍ତ ବ୍ଲାକ୍‌ରୋଜ୍‌ ଜାହାଜର ଫିଟ୍‌ନେସ୍‌ ନ ଥିଲା। କାରଣ ଗୋଟିଏ ଜାହାଜ ୨୫ ବର୍ଷ ସମୁଦ୍ରରେ ରହିବା ପରେ ଅଯୋଗ୍ୟ ହୋଇଥାଏ। ପରେ ଏମ୍‌ଏମ୍‌ଡି (ମେରାଇନ୍‌ ମର୍କାଣ୍ଟାଇଲ ଡିପାର୍ଟମେଣ୍ଟ)ଯାଞ୍ଚ ପରେ କେତେବର୍ଷ ପାଇଁ ଜାହାଜ ଚଳାଚଳ କରିବା ସକ୍ଷମ ରିପୋର୍ଟ ଦେବା ପରେ ଏହା ଚାଲିବା କଥା। ଏପରି କାଗଜପତ୍ର ଠିକ ନ ଥିବା ଜାହାଜକୁ କିପରି ପ୍ରବେଶ ପାଇଁ କ୍ଲିୟରାନ୍ସ ଦିଆଗଲା ତାହା ଏପର୍ଯ୍ୟନ୍ତ ଅସମାହିତ ହୋଇ ରହିଛି। ଜାହାଜ ଏଜେଣ୍ଟ କମ୍ପାନୀକୁ ସେତେବେଳେ କଳା ତାଲିକାଭୁକ୍ତ କରାଯାଇଥିଲା। ସେହି କମ୍ପାନୀ ଏବେବି ନାମ ବଦଳାଇ କାମ କରୁଛି। ଉକ୍ତ ଜାହାଜ ଭାରତରୁ ଚାଇନା ଯିବାର ଥିଲା। ବିନା କାଗଜପତ୍ରରେ ୫ ବର୍ଷ ଧରି ବିଶ୍ୱର ବିଭିନ୍ନ ଦେଶକୁ ଯାଇଥିଲା। ଆଇଏମ୍‌ଓ (ଇଣ୍ଟରନ୍ୟାଶନାଲ ମାରିଟାଇମ ଅର୍ଗାନାଇଜେଶନ)ଏ ବିଷୟରେ କିପରି ଯାଞ୍ଚ କରି ନ ଥିଲା ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି।
ଜାହାଜରେ ଯେଉଁ ଲୁହାପଥର ବୋଝେଇ କରାଯାଇଥିଲା, ତାହା ୩ ରପ୍ତାନିକାରୀ ସଂସ୍ଥାର ଥିଲା। ସେତେବେଳେ ଅଧିକ ଲୁହାପଥର ଚାଇନା ଯାଉଥିଲା। ଅନେକ ସଂସ୍ଥା ରପ୍ତାନି କରୁଥିଲେ। ସେହି ରପ୍ତାନିକାରୀ ସଂସ୍ଥାର ରାଜନୈତିକ ସଂପୃକ୍ତି ଥିବା ଅଭିଯୋଗ ହେଉଛି। ସିବିଆଇ ତଦନ୍ତ ପାଇଁ ପାରାଦୀପ ବନ୍ଦର ପ୍ରଶାସନ ୨୦୧୮ରେ ସୁପାରିସ କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ହୋଇନାହିଁ। ସବୁ ତଦନ୍ତ ସତ୍ତ୍ୱେ ଏପର୍ଯ୍ୟନ୍ତ ଜାହାଜ ମାଲିକ ସି. କକ୍‌ଙ୍କୁ ଭାରତ ସରକାର ଆଣିପାରିନାହାନ୍ତି। ଯେଉଁ ଜାଗାରେ ଜାହାଜ ବୁଡିଛି ସେଠାରେ ଅନ୍ୟ ଜାହାଜ ପାଇଁ ବିପଦ ହୋଇପାରେ ବୋଲି କୁହାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେମିତି ଘଟିନାହିଁ। କିନ୍ତୁ ୨-୩ ଥର ମାଛଧରା ବୋଟ୍‌ ବାଡ଼େଇ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?