Posted inଜାତୀୟ

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ରେଡ୍ଡୀ ଲଗାତାର ତାଙ୍କୁ ବିରୋଧ କରିବାରେ ଲାଗିଛନ୍ତି। ଚନ୍ଦ୍ରବାବୁ ନାଇଡୁ ସିଏମ ହେବା ମାତ୍ରେ, YSRCP ର ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ସହ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ, ଚନ୍ଦ୍ରବାବୁ ନାଇଡୁଙ୍କୁ ବିରୋଧ କରି ଜଗନ ମୋହନ ରେଡ୍ଡୀ ଦିଲ୍ଲୀର ଜନ୍ତରମନ୍ତରରେ ବସିଥିଲେ। କଂଗ୍ରେସ ସହିତ କୌଣସି ସମ୍ପର୍କ ନ ଥିଲେ ମଧ୍ୟ ତାଙ୍କୁ ସେମାନଙ୍କ ସମର୍ଥନ ମାଗିବାକୁ ପଡ଼ିଥିଲା। ଏଥିପାଇଁ ଇଣ୍ଡିଆ ମେଣ୍ଟର ସଦସ୍ୟ ଅଖିଳେଶ ଯାଦବ ସମର୍ଥନ କରିବାକୁ ଯାଇ ପ୍ରଦର୍ଶନସ୍ଥଳୀରେ ପହଞ୍ଚିଥିଲେ।

ଜଗନ ମୋହନ ରେଡ୍ଡୀଙ୍କ ସହ ଇଣ୍ଡିଆ ଆଲାଇନ୍ସର ସଦସ୍ୟଙ୍କ ବୈଠକ ଦର୍ଶାଉଛି ଯେ ସେ ନିଜର ମେଣ୍ଟକୁ ବିସ୍ତାର କରୁଛନ୍ତି। ଯଦିଓ ଜଗନ ମୋହନ ରେଡ୍ଡୀ ଜନ୍ତର ମନ୍ତରରେ ତାଙ୍କୁ ସମର୍ଥନ କରିବାକୁ କଂଗ୍ରେସକୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ଦଳ ଦୂରତା ବଜାୟ ରଖିଥିଲା।
ତେବେ ଏକ ସାକ୍ଷାତକାର ଦେଇ ଜଗନ ମୋହନ ରେଡ୍ଡୀ କହିଛନ୍ତି, କଂଗ୍ରେସ ପାଖରେ ସୁଯୋଗ ରହିଛି। ଯଦି ମୁଁ ଚାହଁିଥାନ୍ତି, ତେବେ କଂଗ୍ରେକୁ ସମର୍ଥନ ଦେଇ ପାରିଥା’ନ୍ତି। କିନ୍ତୁ ମୁଁ ଏପରି କରି ନ ଥିଲି। ଏଥିସହ ରେଡ୍ଡୀ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚନ୍ଦ୍ରବାବୁ ନାଇଡୁଙ୍କ ସହ କଂଗ୍ରେସର ଲୁଚଛପା ମେଣ୍ଟ ରହିଛି। କେବଳ ଏତିକି ନୁହେଁ, ଚନ୍ଦ୍ରବାବୁ ନାଇଡୁ ଉଭୟ ପାର୍ଶ୍ୱରେ ଖେଳ ଖେଳୁଛନ୍ତି ଏବଂ ତାଙ୍କୁ ଅନ୍ଧ ଭାବେ ବିଶ୍ୱାସ କରାଯାଉଛି ବୋଲି ସେ କହିଛନ୍ତି।

ରେଡ୍ଡୀଙ୍କ ଭଉଣୀ ଶର୍ମିଲା କଂଗ୍ରେସରେ ଯୋଗଦେବା ପରଠାରୁ ରେଡ୍ଡୀ ତାଙ୍କୁ ବିରୋଧ କରିଆସୁଛନ୍ତି। କିନ୍ତୁ ନାଇଡୁଙ୍କ ଠାରୁ ନିଜକୁ ସୁରକ୍ଷା ଦେବା ପାଇଁ ତାଙ୍କୁ କଂଗ୍ରେସର ସାହାଯ୍ୟ ନେବାକୁ ପଡୁଛି। ତେବେ ଚର୍ଚ୍ଚା ହେଉଛି କି, ରେଡ୍ଡୀ ଇଣ୍ଡିଆ ମେଣ୍ଟକୁ ଆସି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

ଦୁଇ ଦୋକାନରୁ ଚୋରି, ଚାରିଆଡ଼େ ପଡ଼ିଛି ରକ୍ତର ଛିଟା

ଆଳି,୬ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ମହାବୀର ବଜାରର ଦୁଇଟି ଦୋକାନରୁ ଚୋରି ହୋଇଛି। ମହାବୀର ବଜାରରେ ଥିବା…

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ପାକିସ୍ତାନର ନୂଆ ଚାଲ୍‌: PoKରେ ନିର୍ବାଚନ କରିବାକୁ ଘୋଷଣା, ଭାରତ କହିଲା…

ନୂଆଦିଲ୍ଲୀ,୬।୬:ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ବିଧାନସଭା ପାଇଁ ନିର୍ବାଚନ ଆୟୋଜନ ଯୋଜନା କରୁଛି। ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା ଅବୈଧ ଏବଂ ବଳପୂର୍ବକ ଭାବରେ ଦଖଲ କରାଯାଇଥିବା ଭାରତୀୟ ଅଞ୍ଚଳ।…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri