Posted inଜାତୀୟ

ଗୁପ୍‌କାର ଗ୍ୟାଙ୍ଗ୍‌ ଅପବିତ୍ର ମେଣ୍ଟ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଜମ୍ମୁ-କଶ୍ମୀରରେ ଜିଲା ବିକାଶ ପରିଷଦ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଙ୍ଗଳବାର ବିରୋଧୀଙ୍କୁ ଘେରିଛନ୍ତି। ପିପୁଲ୍ସ ଆଲାଏନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ୍‌ (ପିଏଜିଡି)କୁ ଶାହା ଏକ ଅପବିତ୍ର ମେଣ୍ଟ ଭାବେ ଅଭିହିତ କରିବା ସହ ଏହି ଗୋଷ୍ଠୀ କଂଗ୍ରେସ ସହ ମିଶି ଉପତ୍ୟକାକୁ ଆତଙ୍କ ଓ ଅଚଳାବସ୍ଥା ଭିତରକୁ ଟାଣିନେବା ପାଇଁ ଚାହୁଁଥିବା ସମାଲୋଚନା କରିଛନ୍ତି। ଶାହାଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସ, ନ୍ୟାଶନାଲ କଂଗ୍ରେସ (ଏନ୍‌ସି), ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ପକ୍ଷରୁ କଡ଼ା ପ୍ରତିକ୍ରିୟା ଆସିଛି।
ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଏକାଧିକ ଟୁଇଟ୍‌ କରି ନବଗଠିତ ରାଜନୈତିକ ମେଣ୍ଟ ପିଏଜିଡିକୁ ‘ଗୁପ୍‌କାର ଗ୍ୟାଙ୍ଗ୍‌’ ବୋଲି କହିଛନ୍ତି। ଶାହାଙ୍କ ମତରେ ଏହି ମେଣ୍ଟ ଏବେ ଗ୍ଲୋବାଲ୍‌ ହେବାରେ ଲାଗିଛି। ଗୁପ୍‌କାର ଗ୍ୟାଙ୍ଗ୍‌ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ବିଦେଶୀ ଶକ୍ତିଗୁଡ଼ିକର ହସ୍ତକ୍ଷେପ ଚାହୁଁଛି। କଂଗ୍ରେସ ଓ ଗୁପ୍‌କାର ଗ୍ୟାଙ୍ଗ୍‌ ଜମ୍ମୁ-କଶ୍ମୀରକୁ ଆତଙ୍କ ଓ ବରବାଦର ରାସ୍ତାରେ ନେବାକୁ ଚାହୁଁଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଦଳିତ, ମହିଳା ଓ ଆଦିବାସୀମାନଙ୍କୁ ଦିଆଯାଇଥିବା ଅଧିକାରଗୁଡ଼ିକୁ ସେମାନେ ଛଡ଼ାଇନେବା ପାଇଁ ଉଦ୍ୟମ କରୁଛନ୍ତି। ଏହି କାରଣରୁ ସେମାନେ ସାରା ଦେଶର ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବାରେ ଲାଗିଛନ୍ତି। ଗୁପ୍‌କାର ଗ୍ୟାଙ୍ଗ୍‌ ଜାତୀୟ ଭାବଧାରାରେ ନ ରହିଲେ ଲୋକେ ସେମାନଙ୍କୁ ଡୁବାଇଦେବେ ବୋଲି ଶାହା କହିଛନ୍ତି। ପିଏଜିଡିକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀ ସମର୍ଥନ କରୁଛନ୍ତି କି ନାହିଁ ତାହା ସ୍ପଷ୍ଟ କରନ୍ତୁ ବୋଲି ଶାହା ଦାବି କରିଛନ୍ତି।
କଂଗ୍ରେସ ଟୁଇଟରରେ ଦୁଇପୃଷ୍ଠା ସମ୍ବଳିତ ବିବୃତି ଜାରି କରି ଏହାର ଜବାବ ରଖିବା ସହ ଶାହାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଛି। ଏଥିରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ସପକ୍ଷରେ କଂଗ୍ରେସ କେବେ ରହିନାହିଁ। ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ତ୍ରିରଙ୍ଗା ପ୍ରତି ଦଳ ଅଙ୍ଗୀକାରବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଜାତୀୟତାବାଦ ଉପରେ ଏକ ନୂଆ ଶିକ୍ଷା ଆବଶ୍ୟକ ଥାଇପାରେ। କାରଣ ସେମାନଙ୍କ ମୂଳ ସଙ୍ଗଠନ ଆର୍‌ଏସ୍‌ଏସ୍‌ ସ୍ବାଧୀନତାର ୫୨ ବର୍ଷ ପର୍ଯ୍ୟନ୍ତ ନିଜ ମୁଖ୍ୟାଳୟରେ ତ୍ରିରଙ୍ଗା ପତାକା ଉଡ଼ାଇ ନ ଥିଲା। ସୁର୍ଜଓ୍ବୋଲାଙ୍କ ମତରେ ଭାଜପା ମେହବୁବା ମୁଫ୍‌ତିଙ୍କ ନେତୃତ୍ୱାଧୀନ ପିଡିପି ସହ ୨୦୧୪ରେ ମେଣ୍ଟ କରିଥିବାବେଳେ ତାକୁ ଭୁଲିଯାଇ ଏବେ ସମାଲୋଚନା କରୁଛି। ସେହିପରି ଶ୍ରୀନଗରରେ ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ କମିଟି (ଜେକେପିସିସି) ମଧ୍ୟ ଦଳ ପିଏଜିଡିରେ ସାମିଲ ନ ଥିବା କହିଛି।
ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତି ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଅଭିଯୋଗକୁ ହତାଶାପୂର୍ଣ୍ଣ ଅଭିଯୋଗ ବୋଲି କହିଛନ୍ତି। ଆମେ ଏକ ଗ୍ୟାଙ୍ଗ୍‌ ନୋହୁଁ, ବରଂ ଏକ ରାଜନୈତିକ ମେଣ୍ଟ। ଆମେ ପୂର୍ବରୁ ନିର୍ବାଚନ ଲଢ଼ିଛୁ ଓ ଏବେ ମଧ୍ୟ ଲଢ଼ିବାକୁ ଯାଉଛୁ ବୋଲି ଏନ୍‌ସି ଉପାଧ୍ୟକ୍ଷ ଓମାର ଟୁଇଟ୍‌ କରିଛନ୍ତି। ସେ ଆହୁରି କହିଛନ୍ତି, ପିଏଜିଡି ନିର୍ବାଚନ ବର୍ଜନ କରିବାକୁ ଯାଉଛି ବୋଲି ଶାହା ଶୁଣିଥିଲେ। ଏପରି ହୋଇଥିଲେ ଭାଜପା ଓ ରାଜାଙ୍କ ନୂଆ ଦଳ ଜମ୍ମୁ-କଶ୍ମୀରରେ ଜିତିବା ସୁଯୋଗ ପାଇଥାନ୍ତେ। ତେବେ ସେପରି ହେଉ ନ ଥିବାରୁ ଶାହା ଫ୍ରଷ୍ଟ୍ରେଶନରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେହିପରି ମେହବୁବା ମଧ୍ୟ ଏକାଧିକ ଟୁଇଟ୍‌ କରି କହିଛନ୍ତି, ପୁରୁଣା ଅଭ୍ୟାସ ମୁସ୍କିଲରେ ଶେଷ ହୋଇଥାଏ। ଭାଜପା ପୂର୍ବରୁ ଆମକୁ ଟୁକୁଡେ ଟୁକୁଡେ ଗ୍ୟାଙ୍ଗ୍‌ କହୁଥିଲା। ଏହି ଗ୍ୟାଙ୍ଗ୍‌ ଯୋଗୁ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ସେମାନେ କହୁଥିଲେ। ଏବେ ଗୁପ୍‌କାର ଗ୍ୟାଙ୍ଗ୍‌ କହି ଆମକୁ ଦେଶବିରୋଧୀ ଦର୍ଶାଉଛନ୍ତି। ଭାଜପା ସମ୍ବିଧାନକୁ ଉଲ୍ଲଂଘନ କରି ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିଛି। ଦେଶକୁ ବିଭାଜନ କରିବା ପାଇଁ ଭାଜପାର ଏହା ପୁରୁଣା କୌଶଳ ବୋଲି ମେହବୁବା ଶାହାଙ୍କୁ ଜବାବ ଦେଇଛନ୍ତି। କ୍ଷମତା ଲୋଭୀ ଭାଜପା ଯାହା ସହିତ ଚାହିଁବ ମେଣ୍ଟ କରିପାରିବ। ଆମେ ମେଣ୍ଟ କଲେ କିପରି ଦେଶବିରୋଧୀ ବୋଲି ସେ ପ୍ରଶ୍ନ କରିଛନ୍ତି।
ନଭେମ୍ବର ୨୫ରେ ପ୍ରଥମ ପର୍ଯ୍ୟାୟ ଜିଲା ବିକାଶ ପରିଷଦ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ଶାହା ଏପରି ମନ୍ତବ୍ୟ ଦେଇଛନ୍ତି। ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏହା ହେଉଛି ଉପତ୍ୟକାରେ ପ୍ରଥମ ନିର୍ବାଚନ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri