ଗୁପ୍ତ ପାଣ୍ଠ

ସୁପ୍ରିମକୋର୍ଟ(ଏସ୍‌ସି) ଇଲେକ୍ଟୋରାଲ ବଣ୍ଡ୍‌ ଉପରେ ଶୁଣାଣି ଶେଷ କରିଛନ୍ତି ଏବଂ ଆଶା କରାଯାଉଛି ଖୁବ୍‌ଶୀଘ୍ର ଏ ସମ୍ପର୍କରେ ରାୟ ଦେବେ। ଆଶା କରାଯାଉଛି ବୋଲି କହିବାର କାରଣ ହେଉଛି ୨୦୧୭ ବଜେଟରେ ଏହି ଯୋଜନା ଅଣାଯିବା ପରେ ଏହା ବିରୋଧରେ ଏସ୍‌ସିରେ ପିଟିଶନ ଦାୟର ହେବାର ୬ ବର୍ଷ ହେଲା କୌଣସି ନିଷ୍କର୍ଷ ଆସିପାରିନାହିଁ। ଅନେକ ପାଠକ ଏହି ବଣ୍ଡ୍‌ କ’ଣ ଓ ଏହାର ପୃଷ୍ଠଭୂମି ବିଷୟରେ ଜାଣିନାହାନ୍ତି। ତେବେ ବାସ୍ତବରେ ଇଲେକ୍ଟେରାଲ ବଣ୍ଡ୍‌ କ’ଣ ତାହା ଏହି ସ୍ତମ୍ଭରେ ସ୍ପଷ୍ଟ କରାଯାଇଛି। ସଂକ୍ଷେପରେ କହିବାକୁ ଗଲେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ଏକ ପଞ୍ଜୀକୃତ ରାଜନୈତିକ ଦଳକୁ ଗୁପ୍ତରେ ଅସୀମିତ ଅର୍ଥ ଦେବାକୁ ଅନୁମତି ଦେଇଛି। ଏହି ଯୋଜନା ବିଦେଶ ସରକାରଙ୍କ ସମେତ ଆପରାଧିକ ଗ୍ୟାଙ୍ଗ୍‌ ଏବଂ କର୍ପୋରେଟ ସଂସ୍ଥାଗୁଡ଼ିକୁ ରାଜନୈତିକ ଦଳକୁ ପ୍ରଭାବିତ କରିବା ଲାଗି ସୁଯୋଗ ଦେଇଛି। ଏହା ସ୍ପଷ୍ଟ ଯେ, ଇଲେକ୍ଟୋରାଲ ବଣ୍ଡ୍‌ ଦ୍ୱାରା ଗୁପ୍ତରେ ଗୋଟିଏ ପାର୍ଟିକୁ ଅର୍ଥ ଦେବା ପାଇଁ ବାଟ ସହଜ କରିଦିଆଗଲା। ଭାରତରେ ୨୯ ସହରରେ ଥିବା ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଏହି ବଣ୍ଡ୍‌ ୧ କୋଟି ଟଙ୍କା ମୂଲ୍ୟ ଯାଏ ମିଳିବ। ଜଣେ ଦାତା ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ତାହାକୁ କିଣିପାରିବେ ଓ ତାଙ୍କ ଇଚ୍ଛା ମୁତାବକ ଯେକୌଣସି ପାର୍ଟି କିମ୍ବା ବ୍ୟକ୍ତିଙ୍କୁ ଦେଇପାରିବେ, ଯାହାକୁ ପରେ ସେ ତା’ ବଦଳରେ ଟଙ୍କା ପାଇବେ ଓ ସେହି ବଣ୍ଡ୍‌ ସବୁ ୧୫ ଦିନ ଯାଏ ବୈଧ ରହିବ।
୨୦୧୭ ବଜେଟର ୪ ଦିନ ପୂର୍ବରୁ ଜଣେ ଅମଲାତନ୍ତ୍ରୀ ସେତେବେଳର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ପାଇଁ ପ୍ରସ୍ତୁତ ବକ୍ତବ୍ୟକୁ ଦେଖି କହିଥିଲେ, ଏଭଳି ଏକ ବୃହତ୍‌ ପରିବର୍ତ୍ତନ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଅନୁମତି ଦରକାର ଥିଲା। କାରଣ ଇଲେକ୍ଟୋରାଲ ବଣ୍ଡ୍‌ ଆରମ୍ଭ କରିବା ପାଇଁ ଆର୍‌ବିଆଇର ଆକ୍ଟରେ ପରିବର୍ତ୍ତନ ଆବଶ୍ୟକ ରହିଛି। ଅଧିକାରୀ ଜଣକ ଆକ୍ଟ ସହ ସମାନ୍ତରାଳ ଭାବେ ପରିବର୍ତ୍ତନ କରି ପ୍ରସ୍ତାବିତ ସଂଶୋଧନ ଚିଠା ପ୍ରସ୍ତୁତ କରିଥିଲେ ଏବଂ ଫାଇଲକୁ ଅର୍ଥମନ୍ତ୍ରୀଙ୍କୁ ଦେଖିବା ଲାଗି ପଠାଇ ଦିଆଯାଇଥିଲା। ସେହିଦିନ ଥିଲା ୨୮ ଜାନୁୟାରୀ ୨୦୧୭, ଶନିବାର। ସେହିଦିନ ଇମେଲ୍‌ରେ ଆର୍‌ବିଆଇ ୫ ଧାଡ଼ିଆ କମେଣ୍ଟ ଦେଇଥିଲା। ତାହାର ଉତ୍ତର ଆସିଲା ସୋମବାର, ଅର୍ଥାତ୍‌ ୩୦ ଜାନୁୟାରୀରେ। ଆର୍‌ବିଆଇ କହିଥିଲା, ଇଲେକ୍ଟୋରାଲ ବଣ୍ଡ୍‌ ଆର୍‌ବିଆଇର ଅଧିକାର ବିରୋଧରେ ଥିଲା। ଏହିସବୁ ବଣ୍ଡ୍‌ ଗୁପ୍ତ ରହୁଥିବାରୁ ତାହା ଭାରତର ନଗଦ କାରବାରର ବିଶ୍ୱାସକୁ କମ୍‌ କରିପାରେ। ଏହି ବିଷୟରେ ଆର୍‌ବିଆଇ ସ୍ପଷ୍ଟ କରିଥିଲା ଯେ,ଏହାକୁ ସଞ୍ଚାଳନ କରିବା ଲାଗି ଆଇନ ସଂଶୋଧନ କରିବା ସେଣ୍ଟାଲ ବ୍ୟାଙ୍କିଙ୍ଗ୍‌ ଆଇନର ମୂଳ ସିଦ୍ଧାନ୍ତକୁ ଗମ୍ଭୀର ଭାବେ କ୍ଷୁଣ୍ଣ କରିବ। ଏଭଳି କରିବା ଦ୍ୱାରା ଏକ ଖରାପ ଉଦାହରଣ ସୃଷ୍ଟିହେବ। ଆର୍‌ବିଆଇର ଦ୍ୱିତୀୟ ଆପତ୍ତି ଥିଲା , ବଣ୍ଡ୍‌ର ମୂଳ କ୍ରେତା ପାର୍ଟିର ବାସ୍ତବ ଦାତା ହେବା ଦରକାର ପଡ଼ୁ ନ ଥିବାରୁ ବଣ୍ଡ୍‌ର ସ୍ବଚ୍ଛତା ଲକ୍ଷ୍ୟ ହାସଲ ହୋଇ ନ ପାରେ। ଆର୍‌ବିଆଇ ମଧ୍ୟ କହିଥିଲେ, ଏହି ବଣ୍ଡ୍‌ଗୁଡ଼ିକ ବିୟରର ବଣ୍ଡ୍‌ ଏବଂ ତାହାକୁ ବିତରଣ ବ୍ୟବସ୍ଥା ଦ୍ୱାରା ସ୍ଥାନାନ୍ତରିତ କରାଯାଇପାରେ। ଏଣୁ ଶେଷରେ କିଏ ବାସ୍ତବରେ ରାଜନୈତିକ ଦଳକୁ ବଣ୍ଡ୍‌ ଦେଉଛନ୍ତି ତାହା ଜଣାପଡ଼ିବ ନାହିଁ। ତେବେ ଗୁଜରାଟର ଆଇଏଏସ୍‌ ଅଧିକାରୀ ହସମୁଖ ଅଧିଆ ଦୁଇଟି କାରଣରୁ ଆର୍‌ବିଆଇର ଆପତ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ। ପ୍ରଥମତଃ, କରଦାତାଙ୍କ ଟଙ୍କାରୁ କେବଳ ଦାନଦେବା ନିଶ୍ଚିତ କରାଯାଉଥିବାବେଳେ ଦାତାଙ୍କର ପରିଚୟକୁ ଗୁପ୍ତ ରଖିବା ଉଦ୍ଦେଶ୍ୟରେ ପ୍ରି ପେଡ୍‌ ବଣ୍ଡ୍‌ର ପ୍ରସ୍ତାବିତ ପ୍ରକ୍ରିୟାକୁ ଆର୍‌ବିଆଇ ବୁଝିପାରି ନାହିଁ ବୋଲି ମନେହେଉଥିବା ସେ କହିଥିଲେ। ସେ କହିଥିଲେ, ମୂଳ କ୍ରେତାଙ୍କୁ ସେମାନଙ୍କର ଅଫିସିଆଲ ଆକାଉଣ୍ଟ ମାଧ୍ୟମରେ ବଣ୍ଡ୍‌ ହାସଲ କରିବାକୁ ପଡୁଥିବା ଯୋଗୁ ଏହି ଦାନ ଦୋଷମୁକ୍ତ। ହେଲେ ଆର୍‌ବିଆଇର ନିର୍ଦ୍ଦିଷ୍ଟ ଆପତ୍ତି ଉପରେ ଏହା ଉଚିତ ଉତ୍ତର ନ ଥିଲା। ଅଧିଆ କହିଥିଲେ, ବଣ୍ଡ୍‌ ଫେରାଇବା କିମ୍ବା ପୁନଃ କ୍ରୟ ପାଇଁ ୧୫ଦିନର ସମୟସୀମା ଆର୍‌ବିଆଇର ଅନ୍ୟ ବିପଦକୁ ହ୍ରାସ କରିବ। କିନ୍ତୁ କିପରି କରିବ ତାହା ସେ ବୁଝାଇନାହାନ୍ତି। ଦ୍ୱିତୀୟରେ ସେ କହିଥିଲେ, ଅର୍ଥ ବିଲ୍‌ ଛପା ସରିଯାଇଥିବାବେଳେ ବହୁ ବିଳମ୍ବରେ ଆର୍‌ବିଆଇର ପରାମର୍ଶ ଆସିଛି। କିନ୍ତୁ ଏହା ପ୍ରକୃତରେ ପଠାଯିବାର କିଛି ଘଣ୍ଟା ମଧ୍ୟରେ ଆସିଥିଲା। ଅଧିଆ ଏହି କଥା କହିବା ଦିନ ତାଙ୍କ ସହକର୍ମୀ ଅର୍ଥନୈତିକ ବ୍ୟାପାର ସଚିବ ତପନ ରୟ ଏଥିରେ ସହମତି ପ୍ରକାଶ କରିଥିଲେ ଏବଂ ଫେବୃୟାରୀ ୧, ବୁଧବାର ଜେଟ୍‌ଲି ଏହି ଯୋଜନା ଘୋଷଣା କରିଥିଲେ ଓ ବଜେଟ ପାରିତ ହେବା ସହ ତାହା ଆଇନ ହୋଇଗଲା।
ସରକାର କାହିଁକି ଆର୍‌ବିଆଇର ଆପତ୍ତି ପ୍ରତି ଅବହେଳା କରିଥିଲେ ସେ ସମ୍ପର୍କରେ ହଫିଙ୍ଗ୍‌ଟନ ପୋଷ୍ଟର ସାମ୍ବାଦିକ ନୀତିନ ସେଠୀ ସରକାରଙ୍କୁ ପଚାରିଥିଲେ। ଅର୍ଥ ମନ୍ତ୍ରଣାଳୟ କହିିଥିଲା, ଉତ୍ତମ ବିଶ୍ୱାସରେ ଏବଂ ବୃହତ୍‌ ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁ ପର୍ଯ୍ୟାୟରେ ଆଇନ ପ୍ରଣୟନ ହୋଇଥିଲା, ସେତେବେଳେ ସବିଶେଷ ତଥ୍ୟ ସାର୍ବଜନୀନ କରାଯାଇ ନ ଥିଲା କିମ୍ବା ଏଯାବତ କରାଯାଇନାହିଁ। ବଣ୍ଡ୍‌ଗୁଡ଼ିକ ବାସ୍ତବରେ କିପରି କାର୍ଯ୍ୟ କରିବ ସେ ସମ୍ପର୍କରେ ସେତେବେଳେ ତପନ ରୟ କହିଥିଲେ ଯେ, କ୍ରେତା ଏବଂ ଦେୟ ସମ୍ବନ୍ଧୀୟ ସୂଚନା ବଣ୍ଡ୍‌ ପ୍ରଦାନକାରୀ ବ୍ୟାଙ୍କ ଦ୍ୱାରା ଗୁପ୍ତ ରଖାଯିବ। ଏହି ବିବରଣୀଗୁଡ଼ିକ ଆର୍‌ଟିଆଇ ପରିସର ବାହାରେ ମଧ୍ୟ ରହିବ। ଆର୍‌ବିଆଇ ବ୍ୟତୀତ ନିର୍ବାଚନ ବଣ୍ଡ୍‌ ଯୋଜନା ବିପଜ୍ଜନକ ଥିଲା ବୋଲି ଭାରତର ନିର୍ବାଚନ ଆୟୋଗ କହିଥିଲେ। ସୁପ୍ରିମକୋର୍ଟଙ୍କୁ ଦେଇଥିବା ଏକ ସତ୍ୟପାଠରେ ଏହା କହିଥିଲା ଯେ ନିର୍ବାଚନ ବଣ୍ଡ୍‌ ମାଧ୍ୟମରେ ରାଜନୈତିକ ଦଳ ଗ୍ରହଣ କରିଥିବା ଦାନର ରିପୋର୍ଟକୁ ବାଦ୍‌ ଦେବା ଦ୍ୱାରା ରାଜନୈତିକ ପାଣ୍ଠି ଓ ରାଜନୈତିକ ଦଳର ସ୍ବଚ୍ଛତା ଉପରେ ଗୁରୁତର ପ୍ରଭାବ ପଡ଼ିବ। ଏସବୁ ସତ୍ତ୍ୱେ ୬ ବର୍ଷ ଧରି ଭାରତର ରାଜନୀତିକୁ ଗୁପ୍ତରେ ପାଣ୍ଠି ଯୋଗାଇ ଦେଇଆସିଛି। ଏହାକୁ ସମାପ୍ତ କରିବାର ସମୟ ଏବେ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri