Posted inଖେଳ

ଆଜିଠୁ ଦ୍ୱିତୀୟ ଟେଷ୍ଟ

କେପ୍‌ଟାଉନ,୩ା୧(ପି.ଟି): ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହେବ। ଭାରତୀୟ ବୋଲର ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଥିବା ବେଳେ ରୋହିତ ଶର୍ମାଙ୍କ ନିକଟରୁ ମଧ୍ୟ କିଛି ଚମତ୍କାର ଆଶା ରହିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲରେ ଭାରତ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଏହି ମ୍ୟାଚ୍‌ରେ ବିଜୟ ହାସଲ କରି ଦଳ ସାମାନ୍ୟ ଉନ୍ନତି ହାସଲ କରିବାକୁ ଚାହିଁବ। ଭାରତୀୟ ସ୍ପିନ୍‌ ବୋଲିଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏହି ମ୍ୟାଚ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏହା ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌କୁ ଦୃଢ କରିବ। ତେବେ ପ୍ରସିଦ୍ଧ କ୍ରିଷ୍ଣା ଟେଷ୍ଟ ମ୍ୟାଚ୍‌ ପାଇଁ ଫିଟ୍‌ ମନେହେଉ ନ ଥିବା ବେଳେ ତାଙ୍କୁ ଦଳରେ ରଖାଯିବ କି ନାହିଁ ତାହାକୁ ନେଇ ସମସ୍ୟାରେ ରହିଛି ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ। ଭାରତ ନିକଟରେ ଚତୁର୍ଥ ସିମରକୁ ନେଇ ସମସ୍ୟା ଲାଗି ରହିଥିବା ବେଳେ ଶାର୍ଦ୍ଦୂଳ ଠାକୁରଙ୍କୁ ସାମିଲ କରାଯିବାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଦେଖାଦେଇଛି। ଶାର୍ଦ୍ଦୂଳ ଉଭୟ ବ୍ୟାଟ ଓ ବଲ୍‌ ଜରିଆରେ ପ୍ରଭାବିତ କରିବାରେ ବିଫଳ ହୋଇଛନ୍ତି। ସମାନ ଭାବରେ ଭାରତୀୟ ଟପ୍‌ ଅର୍ଡର ବ୍ୟାଟିଂ ବିଫଳତା ଚିନ୍ତାର କାରଣ ରହିଛି। ଶୁବମନ ଗିଲ୍‌, ଯଶସ୍ବୀ ଜୟସ୍ବାଲ ଓ ଶ୍ରେୟସ ଆୟରଙ୍କ ବ୍ୟାଟିଂ ଆଖିଦୃଶିଆ ରହି ନାହିଁ। ଅନ୍ୟପକ୍ଷରେ ଆୟର ଶର୍ଟ ବଲ୍‌ ବିପକ୍ଷରେ ଅସହଜ ମନେହେଉଥିବା ବେଳେ ତାଙ୍କୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇପାରେ ମ୍ୟାନେଜମେଣ୍ଟ। ପ୍ରଥମ ଇନିଂସରେ ଲୋକେଶ ରାହୁଲ ଓ ଦ୍ୱିତୀୟ ଇନିଂସରେ ବିରାଟ କୋହଲିଙ୍କ ବ୍ୟାଟିଂକୁ ବାଦ୍‌ ଦେଲେ ଅନ୍ୟ କୌଣସି ପ୍ରଦର୍ଶନ ଆଖିଦୃଶିଆ ରହିନାହିଁ। ଚଳିତ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ୩ ମ୍ୟାଚ୍‌ ଖେଳି ସାରିଥିବା ବେଳେ ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ହାସଲ କରିଛି। ବିଗତ ୬ ସପ୍ତାହ ରୋହିତ ଶର୍ମାଙ୍କ ପାଇଁ ଭଲ ଫଳାଫଳ ମିଳି ନ ଥିବା ବେଳେ ସେ ଏହାକୁ ପରିବର୍ତ୍ତନ କରିବା ପାଇଁ ବଦ୍ଧପରିକର।
ସେଞ୍ଚୁରିଅନରେ ଭାରତର ବ୍ୟାଟିଂ ଓ ବୋଲିଂ ଏକ୍ସପୋଜ ହୋଇଥିବା ବେଳେ ଦଳ ଇନିଂସ ଓ ୩୨ ରନ୍‌ରେ ପରାଜିତ ହୋଇଥିଲା। କେପ୍‌ଟାଉନ୍‌ ପିଚ୍‌ରେ ଘାସ ରହିଥିଲେ ମଧ୍ୟ ଏଥିରେ ସ୍ପିନର ଓ ବ୍ୟାଟରଙ୍କ ପାଇଁ ମଧ୍ୟ ଆବଶ୍ୟକ ସହାୟତା ରହିବ। ନିଜ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଡିନ୍‌ ଏଲଗାର ଏହି ମ୍ୟାଚରେ ଅଧିନାୟକ ରହିବେ। ଏହି ମ୍ୟାଚ୍‌ ପାଇଁ ଫିଟ୍‌ ହୋଇଥିବା ରବୀନ୍ଦ୍ର ଜାଡେଜାଙ୍କୁ ଭାରତ ସାମିଲ କରିବ। ତେବେ ପେସ୍‌ ବୋଲିଂକୁ ନେଇ ଭାରତ ଚିନ୍ତାରେ ରହିଛି। ଶାର୍ଦ୍ଦୂଳ ଠାକୁରଙ୍କ ନିକଟରେ ପେସ୍‌ ନ ଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ପାଖରେ ଘରୋଇ ମ୍ୟାଚ୍‌ ଖେଳିବାର ଅନୁଭବ କମ୍‌ ରହିଛି। ଭାରତ ମୁକେଶ କୁମାର ଓ ଆଭେଶ୍‌ ଖାନଙ୍କୁ ଏହି ମ୍ୟାଚରେ ଖେଳାଇପାରେ। ତେବେ ଉଭୟ ଖେଳାଳି ମିଳିତ ଭାବରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଏହି ଟ୍ରାକ୍‌ଟି ବ୍ୟାଟିଂ ପାଇଁ ସହଜ ହେବା ନେଇ ଆଶା କରାଯାଉଥିବା ବେଳେ ଭାରତକୁ ନିଜ ବୋଲିଂ ଲାଇନ୍‌ଅପ୍‌ ସୁଧାରିବାକୁ ପଡିବ। ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ନିଜ ବ୍ୟାଟିଂରେ ସୁଧାର ଆଣିବାକୁ ପଡିବ। ବ୍ୟାଟର ଭାବରେ ରୋହିତ ସେନା ଦେଶରେ ମାତ୍ର ଗୋଟିଏ ଶତକ ହାସଲ କରିଛନ୍ତି। ସେଞ୍ଚୁରିଅନରେ ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଚମତ୍କାର ଇନିଂସ ଖେଳିଥିବା ବେଳେ କେପ୍‌ଟାଉନ୍‌ରେ ସମାନ ସଫଳତା ଦୋହରାଇବା ନେଇ ଭାରତୀୟ ଫ୍ୟାନ୍‌ ଆଶା ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ଆନ୍ଦୋଳନ ଭିତରେ ଆକ୍ସନ ମୋଡକୁ ଆସିଲେ ଧର୍ମେନ୍ଦ୍ର ପ୍ରଧାନ: ନେଲେ ଏହି ପଦକ୍ଷେପ, ଓଡ଼ିଶାର ସାଂସଦଙ୍କ ସହିତ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

୧୦ ବର୍ଷରେ ୧୫୨ ପ୍ରଶ୍ନପତ୍ର ଲିକ୍‌, କାହାକୁ ବି ମିଳିନି ଦଣ୍ଡ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୩ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରମାନେ କୌଣସି ଆତଙ୍କବାଦୀ ନୁହଁନ୍ତି। ସେମାନେ କେବଳ ଏକ ନିରପେକ୍ଷ ଓ ସ୍ବଚ୍ଛ ଶିକ୍ଷା ବ୍ୟବସ୍ଥା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri