Posted inଖେଳ

ଆଜିଠୁ ଦ୍ୱିତୀୟ ଟେଷ୍ଟ

କେପ୍‌ଟାଉନ,୩ା୧(ପି.ଟି): ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହେବ। ଭାରତୀୟ ବୋଲର ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଥିବା ବେଳେ ରୋହିତ ଶର୍ମାଙ୍କ ନିକଟରୁ ମଧ୍ୟ କିଛି ଚମତ୍କାର ଆଶା ରହିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲରେ ଭାରତ ଷଷ୍ଠ ସ୍ଥାନରେ ରହିଥିବା ବେଳେ ଏହି ମ୍ୟାଚ୍‌ରେ ବିଜୟ ହାସଲ କରି ଦଳ ସାମାନ୍ୟ ଉନ୍ନତି ହାସଲ କରିବାକୁ ଚାହିଁବ। ଭାରତୀୟ ସ୍ପିନ୍‌ ବୋଲିଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏହି ମ୍ୟାଚ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏହା ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌କୁ ଦୃଢ କରିବ। ତେବେ ପ୍ରସିଦ୍ଧ କ୍ରିଷ୍ଣା ଟେଷ୍ଟ ମ୍ୟାଚ୍‌ ପାଇଁ ଫିଟ୍‌ ମନେହେଉ ନ ଥିବା ବେଳେ ତାଙ୍କୁ ଦଳରେ ରଖାଯିବ କି ନାହିଁ ତାହାକୁ ନେଇ ସମସ୍ୟାରେ ରହିଛି ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ। ଭାରତ ନିକଟରେ ଚତୁର୍ଥ ସିମରକୁ ନେଇ ସମସ୍ୟା ଲାଗି ରହିଥିବା ବେଳେ ଶାର୍ଦ୍ଦୂଳ ଠାକୁରଙ୍କୁ ସାମିଲ କରାଯିବାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ଦେଖାଦେଇଛି। ଶାର୍ଦ୍ଦୂଳ ଉଭୟ ବ୍ୟାଟ ଓ ବଲ୍‌ ଜରିଆରେ ପ୍ରଭାବିତ କରିବାରେ ବିଫଳ ହୋଇଛନ୍ତି। ସମାନ ଭାବରେ ଭାରତୀୟ ଟପ୍‌ ଅର୍ଡର ବ୍ୟାଟିଂ ବିଫଳତା ଚିନ୍ତାର କାରଣ ରହିଛି। ଶୁବମନ ଗିଲ୍‌, ଯଶସ୍ବୀ ଜୟସ୍ବାଲ ଓ ଶ୍ରେୟସ ଆୟରଙ୍କ ବ୍ୟାଟିଂ ଆଖିଦୃଶିଆ ରହି ନାହିଁ। ଅନ୍ୟପକ୍ଷରେ ଆୟର ଶର୍ଟ ବଲ୍‌ ବିପକ୍ଷରେ ଅସହଜ ମନେହେଉଥିବା ବେଳେ ତାଙ୍କୁ ବାଦ୍‌ ଦେବାକୁ ନିଷ୍ପତ୍ତି ନେଇପାରେ ମ୍ୟାନେଜମେଣ୍ଟ। ପ୍ରଥମ ଇନିଂସରେ ଲୋକେଶ ରାହୁଲ ଓ ଦ୍ୱିତୀୟ ଇନିଂସରେ ବିରାଟ କୋହଲିଙ୍କ ବ୍ୟାଟିଂକୁ ବାଦ୍‌ ଦେଲେ ଅନ୍ୟ କୌଣସି ପ୍ରଦର୍ଶନ ଆଖିଦୃଶିଆ ରହିନାହିଁ। ଚଳିତ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ୩ ମ୍ୟାଚ୍‌ ଖେଳି ସାରିଥିବା ବେଳେ ଗୋଟିଏ ଲେଖାଏ ବିଜୟ, ପରାଜୟ ଓ ଡ୍ର ହାସଲ କରିଛି। ବିଗତ ୬ ସପ୍ତାହ ରୋହିତ ଶର୍ମାଙ୍କ ପାଇଁ ଭଲ ଫଳାଫଳ ମିଳି ନ ଥିବା ବେଳେ ସେ ଏହାକୁ ପରିବର୍ତ୍ତନ କରିବା ପାଇଁ ବଦ୍ଧପରିକର।
ସେଞ୍ଚୁରିଅନରେ ଭାରତର ବ୍ୟାଟିଂ ଓ ବୋଲିଂ ଏକ୍ସପୋଜ ହୋଇଥିବା ବେଳେ ଦଳ ଇନିଂସ ଓ ୩୨ ରନ୍‌ରେ ପରାଜିତ ହୋଇଥିଲା। କେପ୍‌ଟାଉନ୍‌ ପିଚ୍‌ରେ ଘାସ ରହିଥିଲେ ମଧ୍ୟ ଏଥିରେ ସ୍ପିନର ଓ ବ୍ୟାଟରଙ୍କ ପାଇଁ ମଧ୍ୟ ଆବଶ୍ୟକ ସହାୟତା ରହିବ। ନିଜ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଡିନ୍‌ ଏଲଗାର ଏହି ମ୍ୟାଚରେ ଅଧିନାୟକ ରହିବେ। ଏହି ମ୍ୟାଚ୍‌ ପାଇଁ ଫିଟ୍‌ ହୋଇଥିବା ରବୀନ୍ଦ୍ର ଜାଡେଜାଙ୍କୁ ଭାରତ ସାମିଲ କରିବ। ତେବେ ପେସ୍‌ ବୋଲିଂକୁ ନେଇ ଭାରତ ଚିନ୍ତାରେ ରହିଛି। ଶାର୍ଦ୍ଦୂଳ ଠାକୁରଙ୍କ ନିକଟରେ ପେସ୍‌ ନ ଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ପାଖରେ ଘରୋଇ ମ୍ୟାଚ୍‌ ଖେଳିବାର ଅନୁଭବ କମ୍‌ ରହିଛି। ଭାରତ ମୁକେଶ କୁମାର ଓ ଆଭେଶ୍‌ ଖାନଙ୍କୁ ଏହି ମ୍ୟାଚରେ ଖେଳାଇପାରେ। ତେବେ ଉଭୟ ଖେଳାଳି ମିଳିତ ଭାବରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଏହି ଟ୍ରାକ୍‌ଟି ବ୍ୟାଟିଂ ପାଇଁ ସହଜ ହେବା ନେଇ ଆଶା କରାଯାଉଥିବା ବେଳେ ଭାରତକୁ ନିଜ ବୋଲିଂ ଲାଇନ୍‌ଅପ୍‌ ସୁଧାରିବାକୁ ପଡିବ। ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ନିଜ ବ୍ୟାଟିଂରେ ସୁଧାର ଆଣିବାକୁ ପଡିବ। ବ୍ୟାଟର ଭାବରେ ରୋହିତ ସେନା ଦେଶରେ ମାତ୍ର ଗୋଟିଏ ଶତକ ହାସଲ କରିଛନ୍ତି। ସେଞ୍ଚୁରିଅନରେ ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଚମତ୍କାର ଇନିଂସ ଖେଳିଥିବା ବେଳେ କେପ୍‌ଟାଉନ୍‌ରେ ସମାନ ସଫଳତା ଦୋହରାଇବା ନେଇ ଭାରତୀୟ ଫ୍ୟାନ୍‌ ଆଶା ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିପନ୍ନଙ୍କ ନିକଟରେ ପହଞ୍ଚିନି ପ୍ରଶାସନ, ଭୋକ ଉପାସରେ ଛଟପଟ ହୋଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

ପୁରୁଷୋତ୍ତମପୁର,୩୦ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀରେ ଭୟଙ୍କର ବନ୍ୟାରେ କୂଳ ଲଂଘି ଗାଁଠୁ ସହର ସବୁଠି ପଶିଛି ବନ୍ୟାଜଳ। ଭାଙ୍ଗିଛି…

୬, ୬, ୬, ୬, ୬, ୱିକେଟ… ନୀତୀଶ ରେଡ୍ଡୀଙ୍କ ବୋଲିଂରେ କ୍ରମାଗତ ପାଞ୍ଚଟି ଛକା, ଆଉ ଷଷ୍ଠ ବଲରେ ହେଲା ଏମିତି; ପ୍ରତିଶୋଧ ପୂରଣ ହେଲା

ନୂଆଦିଲ୍ଲୀ,୩୦।୧୦: ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ଶୁକ୍ରବାର (ଅକ୍ଟୋବର ୩୦) ଅକ୍ଲାଣ୍ଡରେ ଭାରତ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଶତକ…

୨ କଲରାପତରିଆ ବାଘଛାଲ ସହ ଜୀବନ୍ତ ବାର୍‌ହା ଜବତ, ୭ ଜଣଙ୍କୁ ଗିରଫ କରି…

ଭବାନୀପାଟଣା,୩୦ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଦକ୍ଷିଣ ବନଖଣ୍ଡକୁ ମିଳିଛି ଏକ ବଡ଼ ସଫଳତା। ଜିଲାର ଥୁଆମୂଲ ରାମପୁର ବନାଞ୍ଚଳର ସାଇସୁରନି ରେଞ୍ଜରେ ଏକ ବନ୍ୟପ୍ରାଣୀ ଚୋରା ଚାଲାଣ…

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ନାହିଁ ହାର୍ଦ୍ଦିକ ପାଣ୍ଡ୍ୟା! IPL 2027 ନିଲାମ ପୂର୍ବରୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଖବର

ନୂଆଦିଲ୍ଲୀ,୩୦।୧୦: IPL 2027 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ଆଲୋଚନା ଜୋର ଧରିଛି। ଗତ ତିନି ସିଜିନ ଧରି ଦଳର ଅଧିନାୟକ…

ଗଞ୍ଜାମ ବ୍ଲକର ଅନେକ ଗାଁ ଜଳବନ୍ଦୀ, ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ

ଗଞ୍ଜାମ,୩୦ା୧୦(ଅନାଥ ତରାଇ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ଋଷିକୂଲ୍ୟା ନଦୀର ବନ୍ୟାଜଳ ଯୋଗୁ ଗଞ୍ଜାମ ବ୍ଲକ୍‌ର ଅନେକ ଗାଁ ଜଳବନ୍ଦୀ ହୋଇପଡ଼ିଛି। ୟୁଡ଼ିଏସପୁର, ବରପଲ୍ଲୀ…

ଉତ୍ତରାଖଣ୍ଡରେ ଭୟଙ୍କର ହେଲିକପ୍ଟର କ୍ରାଶ୍‌: ସମସ୍ତ ଯାତ୍ରୀ ମୃତ

ଡେରାଡୁନ୍‌,୩୦।୧୦: ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ବଦ୍ରିନାଥ ଧାମରୁ ଦର୍ଶନ ସାରି ଫେରୁଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା…

ଫିଲିପ୍ସଙ୍କ ଚମତ୍କାର ଶତକ: ଭାରତ ଆଗରେ ବିଶାଳ ଟାର୍ଗେଟ୍‌

ଅକଲାଣ୍ଡ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଚତୁର୍ଥ ମୁକାବିଲା ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ର ଭାରତୀୟ…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ସମ୍ବଲପୁର,୩୦ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା(ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ଅବସରପ୍ରାପ୍ତ ସୁଇପର ଆକ୍ରମଣ କରିଛନ୍ତି। ଫଳରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?