Posted inଖେଳ

ଦ୍ୱିତୀୟ ଟେଷ୍ଟ:ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ମାଞ୍ଚେଷ୍ଟର, ୧୫।୭-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟକୁ ୪ ଉଇକେଟରେ ଜିତି ଓ୍ବେଷ୍ଟଇଣ୍ଡିଜ ୧-୦ରେ ଅଗ୍ରଣୀ ହାସଲ କରିଛି। ତେବେ ସଫଳ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ଘରୋଇ ଇଂଲଣ୍ଡ। ଦ୍ୱିତୀୟ ସନ୍ତାନର ଜନକ ହୋଇଥିବା ଅଧିନାୟକ ଜୋ ରୁଟ୍‌ ପ୍ରଥମ ଟେଷ୍ଟରେ ଖେଳିପାରି ନ ଥିଲେ। ସେ ଦ୍ୱିତୀୟ ଟେଷ୍ଟରେ ଖେଳିବେ। ତେଣୁ ଜୋ ଡେନ୍‌ଲି ବାଦ୍‌ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି। ପ୍ରଥମ ଟେଷ୍ଟରେ ଡେନ୍‌ଲି ସୁଯୋଗର ସଦ୍‌ବ୍ୟବହାର କରିପାରି ନ ଥିଲେ। ସେ ପ୍ରଥମ ଇନିଂସରେ ୧୮ ଓ ଦ୍ୱିତୀୟ ଇନିଂସରେ ୨୯ ରନ କରିବାକୁ ସକ୍ଷମ ହୋଇଥିଲେ। ତେବେ ବିଫଳ ହେବାଯୋଗୁ ସମାଲୋଚିତ ହୋଇଥିବା ଉଇକେଟ କିପର ଜୋସ୍‌ ବଟଲର ଆଉ ଏକ ସୁଯୋଗ ପାଇପାରନ୍ତି। କାରଣ ମୁଖ୍ୟ କୋଚ୍‌ କ୍ରିସ୍‌ ସିଲଭରଉଡ୍‌ଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ଏବଂ ସେ ଦଳରେ ଅଧିକ ପରିବର୍ତ୍ତନ ଚାହୁଁନାହାନ୍ତି। ୨୦୧୯ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ଡେନ୍‌ଲି ଇତିମଧ୍ୟରେ ୧୫ଟି ଟେଷ୍ଟ ଖେଳିଛନ୍ତି। ମାତ୍ର ଏବେ ତାଙ୍କ ଆଭରେଜ ୩୦ ତଳକୁ ଖସି ଆସିଛି। ଅନ୍ୟପକ୍ଷରେ ତାଙ୍କଠାରୁ ୧୨ ବର୍ଷ ସାନ କେଣ୍ଟ ଟିମ୍‌-ମେଟ୍‌ ଜ୍ୟାକ କ୍ରାଓଲେ ଦ୍ୱିତୀୟ ଇନିଂସରେ କ୍ୟାରିୟର ଶ୍ରେଷ୍ଠ ୭୬ ରନ ସ୍କୋର କରି ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି।
ରୁଟ୍‌ଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ଦଳର ଉପ-ଅଧିନାୟକ ଦାୟିତ୍ୱ ତୁଲାଇଥିବା ବଟଲର ଦୁଇ ଇନିଂସରେ ଯଥାକ୍ରମେ ୩୫ ଓ ୯ ରନ କରିଥିଲେ। ଏକଦିବସୀୟରେ ସେ ଯେପରି ଖେଳୁଛନ୍ତି ତାହାକୁ ଟେଷ୍ଟରେ ରୂପାନ୍ତରିତ କରିପାରୁ ନାହାନ୍ତି। ସେ ଦିନିକିଆରେ ୧୪୨ ମ୍ୟାଚରେ ୪୦.୮୮ ଆଭରେଜ ରଖିଥିବାବେଳେ ଟେଷ୍ଟରେ ୪୨ ମ୍ୟାଚରେ ତାଙ୍କର ଆଭରେଜ ମାତ୍ର ୩୧.୪୬। ଫଳରେ ଚଳିତ ମାସ ଶେଷ ଭାଗରେ ଆୟର୍ଲାଣ୍ଡ ବିପକ୍ଷ ସୀମିତ ଓଭର କ୍ରିକେଟ ପାଇଁ ଉଇକେଟ କିପର ଭାବେ ଜନି ବେୟାରଷ୍ଟୋଙ୍କୁ ଚୟନ କରାଯାଇଛି। ମାତ୍ର ଦ୍ୱିତୀୟ ଟେଷ୍ଟରେ ବଟଲରଙ୍କୁ ଆଉ ଏକ ସୁଯୋଗ ଦିଆଯିବା ସପକ୍ଷରେ ରହିଛନ୍ତି କୋଚ୍‌ ସିଲଭରଉଡ୍‌। ପ୍ରଥମ ଟେଷ୍ଟରେ ପରାଜୟ ସତ୍ତ୍ୱେ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରି ସିରିଜ ଜିତିବା ଦୃଷ୍ଟାନ୍ତ ରହିଛି। ତେଣୁ ସେହି ସ୍ପିରିଟ୍‌ ଏଠାରେ ଦେଖିବାକୁ ମିଳିବ ବୋଲି ସିଲଭରଉଡ୍‌ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଓ୍ବେଷ୍ଟଇଣ୍ଡିଜ ଲଢ଼ୁଆ ପ୍ରଦର୍ଶନ ଜାରିରଖି ଦ୍ୱିତୀୟ ଟେଷ୍ଟ ସହ ସିରିଜ ବିଜୟ ଲକ୍ଷ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri