Posted inଖେଳ

ଦ୍ୱିତୀୟ ଟି୨୦: ଇଂଲଣ୍ଡ ବିଜୟୀ

ମାଞ୍ଚେଷ୍ଟର,୩୧।୮(ପି.ଟି.): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ୫ ଉଇକେଟରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଦଳ ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ୪ ଉଇକେଟ ହରାଇ ୧୯୫ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ୧୯.୧ ଓଭରରେ ୫ ଉଇକେଟ ବିନିମୟରେ ୧୯୯ ରନ କରି ବିଜୟ ହାସଲ କରିଛି। ଇଂଲଣ୍ଡ ତରଫରୁ ଅଧିନାୟକ ଇଅନ ମୋର୍ଗାନ ସର୍ବାଧିକ ୬୬ (୩୩ବଲ, ୬ ଚୌକା, ୪ ଛକା), ଜନୀ ବେୟାରଷ୍ଟୋ ୪୪, ଟମ୍‌ ବାଣ୍ଟନ ୨୦, ସାମ ବିଲିଙ୍ଗ୍ସ ୧୦ ରନ କରି ଆଉଟ ହୋଇଥିବା ବେଳେ ଡଓ୍ବେିଡ୍‌ ମଲାନ ୫୪ ରନ (୩୬ ବଲ, ୬ ଚୌକା, ୧ ଛକା) ରନ କରି ଅପରାଜିତ ରହିଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ସଦାବ ଖାନ ୩ ଓ ହାରିସ ରୌଫ ୨ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପାକିସ୍ତାନ ତରଫରୁ ବାବର ଓ ଅନ୍ୟତମ ଓପନର ଫଖର ଜମାନ ଧୂଆଁଧାର ଆରମ୍ଭ କରିଥିଲେ। ଜମାନ ୨୨ ବଲରୁ ୫ ଚୌକା ଓ ୧ ଛକା ସହ ୩୬ ରନ କରି ପ୍ରଥମେ ଆଉଟ ହୋଇଥିଲେ। ପ୍ରଥମ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୫୨ ବଲରୁ ୭୨ ରନ ସଂଗ୍ରହ କରିଥିଲେ। ଏହାପରେ ବାବର ୪୪ ବଲରରୁ ୭ ଚୌକା ସହ ୫୬ ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ଅଭିଜ୍ଞ ସୋଏବ ମଲିକ ୧୪ ରନ କରି ଆଉଟ ହୋଇଥିଲେ। ଇଫ୍‌ତିକାର ଅହମ୍ମଦ ୮ ରନକରି ଅପରାଜିତ ରହିଥିଲେ। ହାଫିଜ୍‌ ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ସେ ମାତ୍ର ୩୬ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଓ ୪ ଛକା ସହ ୬୯ ରନ କରିଥିବା ବେଳେ ଟମ୍‌ କୁରାନଙ୍କ ବଲରେ ଇଅନ ମୋର୍ଗାନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଲେଗ୍‌ ସ୍ପିନର ଆଦିଲ ରସିଦ୍‌ ୨, କିସ୍‌ ଜୋର୍ଡାନ ଓ ଟମ୍‌ କୁରାନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡ଼ା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପ୍ରସଙ୍ଗ ଅନାସ୍ଥା ବୈଠକ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୨୭ା୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ବାଲଡ଼ା ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ବୈଠକ ଶୀଘ୍ର କରିବାକୁ…

ବାବୁଲ ସୁପ୍ରିୟୋ, ପୂର୍ବ DGP ରାଜୀବ କୁମାର…ରାଜ୍ୟ ସଭା ପାଇଁ ଏହି ୪ ପ୍ରାର୍ଥୀଙ୍କ ଉପରେ ଭରସା କଲେ ମମତା

କୋଲକାତା,୨୭।୨: ପଶ୍ଚିମବଙ୍ଗର ୫ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ତୃଣମୂଳ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଏଥର ପ୍ରଶାସନିକ ଅଭିଜ୍ଞତା, ଆଇନଗତ…

କର୍ଣ୍ଣାଟକରେ ପ୍ରେମୀଯୁଗଳଙ୍କ ମୃତ୍ୟୁ: ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ, ପ୍ରଶାସନ ନିକଟରେ ନିବେଦନ

ଗୁଣପୁର, ୨୭।୨ (ସଂକେତ ପାତ୍ର ): ପ୍ରଥମେ ଭଲ ପାଇଲେ, ପରେ ବାହା ହେଲେ। ବାହାଘର ପରେ କାମ ଅନ୍ବେଷଣରେ କର୍ଣ୍ଣାଟକ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ…

ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଦାବିପତ୍ର

ଗୁଣପୁର, ୨୭।୨ (ସଂକତେ ପାତ୍ର/ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଜେଡି ପକ୍ଷରୁ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l…

ମଲା କୁକୁଡ଼ା ମାଂସ ଖାଇ ୪ ମହିଳା ଗୁରୁତର

କଲ୍ୟାଣସିଂହପୁର, ୨୭।୨ (ଦୀପକ କୁମାର ପରିଡା ): ମଲା କୁକୁଡ଼ା ମାଂସ ଖାଇ ଗୋଟିଏ ପରିବାରର ୪ ଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ଟିମ୍‌ ଇଣ୍ଡିଆକୁ ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ ନେଲେ ବଡ଼ ନିଷ୍ପତ୍ତି 

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ…

ବରଗଡ଼ରେ ଲଜ୍ଜା: ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର, ଜଣେ ବ୍ୟକ୍ତିଙ୍କୁ ଅଟକ ରଖି…

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା(୧୨)ଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ବରଗଡ଼ ସଦର ଥାନାରେ ପୀଡିତାଙ୍କ ପରିବାର…

IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌

ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍‌ ଶେଷ ହେବାର ମାତ୍ର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri