ଭୁବନେଶ୍ବର,୬।୧୧(ବ୍ୟୁରୋ): ସରକାରୀ ଅଧିକାରୀମାନଙ୍କ ଉତ୍ତରଦାୟିତ୍ୱ ହେଉଛି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଠିକ୍ କାର୍ଯ୍ୟାନ୍ବୟନ କରିବା ଦିଗରେ ଉଚିତ ପଦକ୍ଷେପ ନେବା। ଏହାସହ ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ନ୍ୟାୟ ଦେବା ଲାଗି ସରକାରୀ ଅଧିକାରୀମାନେ ହେଉଛନ୍ତି ଉପଯୁକ୍ତ ବ୍ୟକ୍ତି। ଏଥିପାଇଁ ରାଜ୍ୟ ସରକାର ଜନସାଧାରଣଙ୍କଠାରୁ ଆଦାୟ କରୁଥିବା ଟିକସ ଅର୍ଥରୁ ହିଁ ସରକାରୀ ଅଧିକାରୀମାନଙ୍କୁ ଦରମା ବାବଦରେ ବହୁ କୋଟି ଟଙ୍କା ପ୍ରଦାନ କରୁଛନ୍ତି। ହେଲେ ଏବେକୁ ଏବେ ଦେଖିବାକୁ ମିଳୁଛି ବହୁ ସଂଖ୍ୟକ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କ ମୂଳ ଦାୟିତ୍ୱରୁ ହଟିଗଲେଣି। ସାଧାରଣ ଲୋକଙ୍କ ସମସ୍ୟା ଦୂରକରିବା ତ ଦୂରର କଥା ସେମାନଙ୍କ ଅଭିଯୋଗ ଶୁଣିବା ଲାଗି ମଧ୍ୟ ଅଧିକାରୀମାନେ ସାମାନ୍ୟତମ ଆଗ୍ରହ ଦେଖାଉନାହାନ୍ତି। ଅନେକ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଥିବା ଆଇଏଏସ୍ ଅଧିକାରୀଙ୍କ କାର୍ଯ୍ୟଶୈଳୀ ମଧ୍ୟ ସାଧାରଣ ଲୋକଙ୍କୁ ଅତିଷ୍ଠ କରିଲାଣି ବୋଲି ଏବେ ଖୋଲାଖୋଲି ଆଲୋଚନା ହେବାରେ ଲାଗିଛି। ଗୋଟିଏ ପଟେ ଓଡ଼ିଶାରେ ରାଜନେତାମାନଙ୍କ ପ୍ରଭାବ ଆଉ ପୂର୍ବପରି ରଖେଇ ଦିଆଯାଉ ନ ଥିବାବେଳେ ଜଣେ ଲେଖା ଆଇଏଏସ୍ ଅଧିକାରୀଙ୍କୁ ଏକାଧିକ ପଦବୀରେ ଅଳଙ୍କୃତ କରାଯିବା ବୋଧହୁଏ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବାର ମୂଳକାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୭(ଗୁରୁବାର) କଫିଚାଷୀମାନଙ୍କ ସମସ୍ୟା ସମ୍ପର୍କିତ ‘କଫି ଚାଷୀ କ୍ଷତିରେ’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ସେଥିରେ ମୁଖ୍ୟତଃ ଉଲ୍ଲେଖ ଥିଲା ଯେ, କୋରାପୁଟ ଚାଷୀଙ୍କ କଫି ଏବେ ବିଶ୍ୱ ବଜାରରେ ଆଦୃତ ହେଉଛି। ହେଲେ ଉପଯୁକ୍ତ ତାଲିମ ଏବଂ ପ୍ରୋତ୍ସାହନ ସେମାନଙ୍କୁ ମିଳିପାରୁ ନ ଥିବାରୁ ସେମାନଙ୍କ କଫିର ମାନ ବୃଦ୍ଧି ହୋଇପାରୁ ନାହିଁ ବୋଲି ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିବା ସହ ଅନେକ ସମସ୍ୟା ସମ୍ପର୍କରେ କହିଥିଲେ। ଏଥିପାଇଁ ଚାଷୀଙ୍କୁ ସର୍ବୋପରି ମୂଲ୍ୟ ନ ମିଳିବା ସହିତ ବହୁ ପରିମାଣର କ୍ଷତି ସହିବାକୁ ପଡୁଥିବା କଥା ମଧ୍ୟ ସେମାନେ ଉଲ୍ଲେଖ କରିଥିଲେ। ରାଜ୍ୟ ସରକାରଙ୍କ ଓଡ଼ିଶା ଜନଜାତି ଉନ୍ନୟନ ସମବାୟ ନିଗମ(ଟିଡିସିସି) ଜରିଆରେ ଚାଷୀଙ୍କଠାରୁ ପାଚିଲା କଫି ନିଆଯାଉଛି। ହେଲେ ଓଡ଼ିଶାରେ ସେମାନଙ୍କଠାରୁ ଟିଡିସିସି ପାଚିଲା କଫି ଫଳ କେଜି ପିଛା ୩୫ରୁ ୪୫ ଟଙ୍କା ମଧ୍ୟରେ ନେଉଥିବା ବେଳେ କର୍ନାଟକ, କେରଳ ଭଳି ରାଜ୍ୟରେ ତାହା ୬୫ରୁ ୭୫ ଟଙ୍କା ରହୁଛି। କୋରାପୁଟ କଫିର ଚାହିଦା ବଢୁଥିଲେ ମଧ୍ୟ ଚାଷୀଙ୍କଠାରୁ ଏତେ କମ୍ ଦରରେ କାହିଁକି ପାଚିଲା କଫି ଫଳ କିଣାଯାଉଛି ବୋଲି ଜାଣିବା ଲାଗି ଟିଡିସିସି ମ୍ୟାନେଜିଂ ଡାଇରେକ୍ଟର(ଏମ୍ଡି) ଆଇଏଏସ୍ ଅଫିସର ମାନ୍ସି ନିମଭାଲ୍ଙ୍କୁ ଦେଖାହେବାକୁ ଗତ ୨୬ ତାରିଖରେ ଚେଷ୍ଟା କରିଥିଲୁ। ତାଙ୍କୁ ଭେଟିବା ପାଇଁ ଭୁବନେଶ୍ୱରସ୍ଥିତ ରୂପାଲୀ ଛକଠାରେ ଥିବା ଟିଡିସିସିଓଏଲ୍ କାର୍ଯ୍ୟାଳୟକୁ ପୂର୍ବାହ୍ନ ୧୧ଟା ୧୫ ମିନିଟ୍ ସମୟରେ ଯାଇପହଞ୍ଚିଥିଲୁ। ହେଲେ ସେଠାରେ ଉପସ୍ଥିତ ଥିବା ଜଣେ ଘରୋଇ ସୁରକ୍ଷା କର୍ମୀ ଏମ୍ଡି ମାଡାମ୍ ନାହାନ୍ତି ବୋଲି କହିଥିଲେ। ପ୍ରାୟ ୩ ଦିନ ହେବ ମାଡାମ୍ ସେଠାକୁ ଆସି ନ ଥିବା କଥା ମଧ୍ୟ ସେ କହିଥିଲେ। ମାଡାମ୍ ଓଏଲ୍ଏମ୍(ଓଡ଼ିଶା ଲାଇଭଲିହୁଡ୍ ମିଶନ)ର ସିଇଓ(ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଅଛନ୍ତି। ତେଣୁ ସେଠାରେ ସେ ପ୍ରାୟ ବସୁଛନ୍ତି, ସେଠାକୁ ଯାଇ ଦେଖା ହୋଇପାରିବ ବୋଲି ଉକ୍ତ ଘରୋଇ କର୍ମଚାରୀ ଏବଂ ସେଠାରେ ଉପସ୍ଥିତ ଜଣେ ସରକାରୀ ପିଅନ କହିଥିଲେ। ଏହାପରେ ଦିନ ପ୍ରାୟ ୧ଟା ସମୟରେ ୟୁନିଟ୍ ୮ ଜଳେଶ୍ୱର ମନ୍ଦିର ନିକଟସ୍ଥ ଓଏଲ୍ଏମ୍ କାର୍ଯ୍ୟାଳୟରେ ପହଞ୍ଚି ନିମଭାଲ୍ଙ୍କୁ ଭେଟିବାକୁ ଚେଷ୍ଟା କରିଥିଲୁ। ହେଲେ ସେ ମିଟିଂରେ ଥିବାବେଳେ ଅଳ୍ପ ସମୟ ପରେ ମଧ୍ୟାହ୍ନଭୋଜନ ଲାଗି ଚାଲିଗଲେଣି ବୋଲି ତାଙ୍କ ପିଏସ୍ଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଥିଲା। ଏହାପରେ ଅପରାହ୍ନ ୪ଟା ସମୟରେ ନିମଭାଲ୍ଙ୍କୁ ଭେଟିବା ଲାଗି ପୁଣିଥରେ ଓଏଲ୍ଏମ୍ କାର୍ଯ୍ୟାଳୟଠାରେ ପହଞ୍ଚି ତାଙ୍କୁ ପ୍ରାୟ ୧ ଘଣ୍ଟା ୧୫ମିନିଟ୍ ଅପେକ୍ଷା କରିବା ପରେ ମାଡାମ୍ ଏବେ ଭେଟିପାରିବେ ନାହିଁ, ଅନ୍ୟ କାର୍ଯ୍ୟ ଅଛି ବୋଲି ତାଙ୍କ ପିଏସ୍ଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଥିଲା। ଫଳରେ ନିମଭାଲ୍ଙ୍କ ମତାମତ ସଂଗ୍ରହ କରାଯାଇପାରି ନ ଥିଲା।
ଏହାପରେ ଟିଡିସିସି କାର୍ଯ୍ୟାଳୟକୁ ୨୭ ତାରିଖରୁ ଲଗାତର ନିମଭାଲ୍ କେତେବେଳେ ଆସୁଛନ୍ତି ବୋଲି ସେଠାକୁ ଗତ ୧ ତାରିଖ ପର୍ଯ୍ୟନ୍ତ ଗସ୍ତ କରିଥିଲୁ। ହେଲେ ନିମଭାଲ୍ ଏହା ଭିତରେ କେବଳ ୩୧ ତାରିଖରେ ଆସି ଅଳ୍ପ ସମୟ ରହି ଚାଲିଯାଇଥିବା ସେଠାର ଜଣେ କର୍ମଚାରୀ କହିଥିଲେ। ନିମଭାଲ୍ ସେଠାକୁ ପ୍ରତି ସପ୍ତାହରେ ଥରେ କିମ୍ବା ମାସକୁ ୨ରୁ ୩ ଥର ଆସୁଥିବା କର୍ମଚାରୀ ଜଣକ ଜଣାଇଥିଲେ। ଏଭଳି ସ୍ଥିତିରେ କୋରାପୁଟରେ କଫିଚାଷ କରି କମ୍ ଦାମ୍ରେ ଟିଡିସିସିକୁ ଯୋଗାଇ ଦେଉଥିବା ଚାଷୀକୁ କେତେ ହଇରାଣ ହେବାକୁ ପଡୁଥିବ ଏଥିରୁ ସ୍ପଷ୍ଟ ଅନୁମେୟ। ତେବେ ସେହି କର୍ମଚାରୀ ଜଣକ ମଧ୍ୟ କାହିଁକି ଏହି ଏମ୍ଡି ପଦବୀ ରହିଛି ସେକଥା କେହି କାହିଁକି ପଚାରୁନାହାନ୍ତି ବୋଲି ପରୋକ୍ଷ ଇଙ୍ଗିତ ମଧ୍ୟ କରିଥିଲେ। ତେବେ ଟିଡିସିସିରେ ଏମ୍ଡି ଦାୟିତ୍ୱରେ ଥିବା ଆଇଏଏସ୍ ଅଫିସରଙ୍କ ପ୍ରକୃତ ଦାୟିତ୍ୱ କ’ଣ ବୋଲି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, ଏବେ ଦୁଇ ରକମର ଆଇଏଏସ୍ ଅଛନ୍ତି। କେତେଜଣ ପଛରେ ଗୋଡ଼େଇ ଚାଲିଛନ୍ତି, ଆଉ କେତେଜଣ ଖାଇବା ପାଇଁ ଚାହିଁ ବସିଛନ୍ତି। ଲୋକସେବା ଭବନରେ ସେବା କି ଲୋକ କେହି ନାହାନ୍ତି, କେବଳ ଭବନ ରହିଗଲାଣି। ସଚିବାଳୟରେ ସଚିବମାନଙ୍କ ଦେଖା ମିଳୁନାହିଁ। ଜିଲାପାଳମାନେ ରାସ୍ତାକୁ ଓହ୍ଲାଉନାହାନ୍ତି। କେହି ତ ଜଣେ ଆଇଏଏସ୍ ଅଫିସରଙ୍କୁ ଭେଟିପାରୁନାହାନ୍ତି, ତାଙ୍କୁ ପଚାରିବ କ’ଣ ଜାଣିବ କ’ଣ। ଯଦି ଅଫିସରଙ୍କୁ ଭେଟି ହେଉନି, ତେବେ ଭିତରେ କ’ଣ ଚାଲିଛି ସେଥିରୁ ବୁଝାପଡୁଛି। ଜଣେ ଏମ୍ଡିଙ୍କ କାମ ହେଉଛି ସଂସ୍ଥାକୁ ଚଳାଇବା ଏବଂ ବଢ଼ାଇବା। ଯଦି କୌଣସି ଏମ୍ଡି ଦୈନିକ କାର୍ଯ୍ୟାଳୟକୁ ଆସୁନାହାନ୍ତି, ଏହାର ଅର୍ଥ ଭିତରେ ଅନ୍ୟ କେହି ଉକ୍ତ ସଂସ୍ଥା ଚଳାଉଛି ବୋଲି ସହଦେବ କହିଛନ୍ତି।
ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍; ଚାଲିଗଲା ୨ ଜୀବନ, ଡ୍ରାଇଭର…
ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…
ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ
ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…
ବାଇକ୍ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍ଅପ୍ ଭ୍ୟାନ୍; ଚାଲିଗଲା ଆରୋହୀଙ୍କ ଜୀବନ
ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…
ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ
ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…
ଆଇସକ୍ରିମ୍ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…
ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା, କହିଲେ ବିଜେଡି କିଣା ବିକାରେ…
ଭୁବନେଶ୍ୱର,୯।୨: ବିଧାୟିକା ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା। ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ୱାସ କରେନି।ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆକାଂକ୍ଷା ପୂରଣ…
ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ
ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…
ଶେଷ ବେଳକୁ ବିଜେଡିରେ ଥିବେ କେବଳ ଏହି ୩ ଜଣ: କହୁକହୁ କହିଦେଲେ ବିଧାୟିକା
ଭୁବନେଶ୍ୱର,୯।୨: ଭାଜପା ବିଧାୟିକା ଉପାସନା ମହାପାତ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି। କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ଭାଜପାରେ ମିଶିବା ପରେ ତେରେଛା ବାଣ ମାରିଲେ ଉପାସନା। ନାଁ ନ…
Archives

