ସାଗର ମିତ୍ର ପ୍ରବାଳ

ପ୍ରଫେସର ସିତାଂଶୁ କୁମାର ସାମଲ

 

ସମଗ୍ର ପୃଥିବୀର ହାରାହାରି ତିନି ଚତୁର୍ଥାଂଶ ଜଳଭାଗ ଏବଂ ଏକ ଚତୁର୍ଥାଂଶ ସ୍ଥଳଭାଗ। ଉକ୍ତ ଜଳଭାଗର ପ୍ରାୟ ୯୬ ପ୍ରତିଶତ ସାଗର ଏବଂ ମହାସାଗର ଦ୍ୱାରା ଆବୃତ୍ତ। ବାୟୁମଣ୍ଡଳରେ ସବୁଜଗୃହ ବାଷ୍ପର ପରିମାଣ ବୃଦ୍ଧି ହେତୁ ଜାଗତିକ ତାପମାତ୍ରାର ବୃଦ୍ଧି, ମେରୁ ଅଞ୍ଚଳରେ ବରଫାବୃତ୍ତ ଅଞ୍ଚଳର ଆୟତନ ହ୍ରାସ, ସମୁଦ୍ର ପତନରେ ବୃଦ୍ଧି ଆଦି ଘଟଣା ଘଟି ଚାଲିଛି। ଏ ସମସ୍ତ ବିପର୍ଯ୍ୟୟ ପାଇଁ ମାନବ ଦାୟୀ। ସୂଚନା ଥାଉକି, ପ୍ରାକୃତି ବିପର୍ଯ୍ୟୟର ପ୍ରାକ୍‌ ସୂଚନା ବିଭିନ୍ନ ଜୀବଙ୍କ ମାଧ୍ୟମରେ ମିଳୁଥିବାର ଖବର ଊଣା ଅଧିକେ ସମସ୍ତେ ଜାଣନ୍ତି। ଏ ନେଇ ଜଣାଥିବା କିଛି ଉଦାହରଣ ମଧ୍ୟରେ ଆଗ୍ନେୟଗିରିରୁ ଅଗ୍ନି ଉଦ୍‌ଗିରଣ ପୂର୍ବରୁ ପକ୍ଷୀମାନଙ୍କର ଚଳଚଞ୍ଚଳତାରେ ବୃଦ୍ଧିପାଇବା, ଭୂମିକମ୍ପ ପୂର୍ବରୁ ସର୍ପମାନେ ମାଟିତଳୁ ବାହାରି ଇତସ୍ତତଃ ବୁଲିବା, ସୁନାମି ପୂର୍ବରୁ ମାଛ ସମୁଦ୍ରତଟର ନିକଟବର୍ତ୍ତୀ ହେବା ଅନ୍ୟତମ। ଏହି ଦିଗରେ ସୃଷ୍ଟିର ପ୍ରବାଳ(କୋରାଲ୍‌) ପରି ଏକ ଅତି କ୍ଷୁଦ୍ର ଜୀବର ସାମୁଦ୍ରିକ ପରିବେଶ ପ୍ରଦୂଷଣ ସମ୍ବନ୍ଧୀୟ ପ୍ରାକ୍‌ ସୂଚନା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।
ପ୍ରବାଳ ଏକ ଅମେରୁଦଣ୍ଡୀ ପ୍ରାଣୀ ଯାହା ସମୁଦ୍ରରେ ବାସ କରେ। ଏମାନେ ବହୁ ସଂଖ୍ୟାରେ ଏକତ୍ର ବାସ କରି କଲୋନି ସୃଷ୍ଟି କରିଥା‘ନ୍ତି। ପ୍ରତ୍ୟେକ କ୍ଷୁଦ୍ର ପ୍ରବାଳ ପଲିପ୍‌ ଭାବେ ଜଣା। କଲୋନିର ବୃଦ୍ଧି ପଲିପ୍‌ମାନଙ୍କର ବଂଶ ବୃଦ୍ଧି ସହ ହୋଇଥାଏ। କଠିନ ଏବଂ ନରମ ଭାବେ ଦୁଇ ପ୍ରକାରର ପ୍ରବାଳ ଦେଖାଯାଆନ୍ତି। କଠିନ ପ୍ରଜାତିର ପ୍ରବାଳ ସମୁଦ୍ରଜଳରୁ କ୍ୟାଲସିୟମ କାର୍ବୋନେଟ୍‌ ନାମକ ଧଳା ରାସାୟନିକ ପଦାର୍ଥ ଦ୍ୱାରା ଏକ ବାହ୍ୟ କଠିନ ଛାଞ୍ଚ ବା ସ୍କେଲିଟନ୍‌ ତିଆରି କରନ୍ତି ଯାହାକୁ କୋରାଲ୍‌ ରିଫ୍‌ (ପ୍ରବାଳ ଶୈଳମାଳା) କୁହାଯାଏ। ନରମ ପ୍ରବାଳ ପଲିପ୍‌ଗୁଡ଼ିକ ଉକ୍ତ କଠିନ ସ୍କେଲିଟନ୍‌ରେ ଲାଗି ରହିବା ସହିତ ବିଭିନ୍ନ ରଙ୍ଗର ଉଦ୍ଭିଦମାନଙ୍କର ଭ୍ରମ ସୃଷ୍ଟି କରାଇବା ସହିତ କୋରାଲ୍‌ ରିଫ୍‌କୁ ଲାଲ, ଓଲିଭ୍‌, ନୀଳ, ବାଇଗଣୀ ଇତ୍ୟାଦି ରଙ୍ଗ ପ୍ରଦାନ କରିଥାଆନ୍ତି। ଫଳତଃ ପ୍ରବାଳ ରିଫ୍‌ ଥିବା ଅଞ୍ଚଳ ମନୋମୁଗ୍ଧକର ହୋଇଥାଏ। ପୁନଶ୍ଚ ନରମ ପ୍ରବାଳଗୁଡିକ କିଛି ବର୍ଷପରେ କଠିନ କୋରାଲ ରିଫ୍‌କୁ ରୂପାନ୍ତରିତ ହୋଇ ପ୍ରବାଳ ରିଫ୍‌ର ବୃଦ୍ଧିରେ ସହାୟକ ହୋଇଥାଆନ୍ତି । କ୍ୟାଲସିୟମ୍‌ କାର୍ବୋନେଟ୍‌ ଚୂନପଥର ଭାବେ ଜଣା। ଏହା ଗେଣ୍ଡା, ଶାମୁକା, ଶଙ୍ଖ ପରି ବହୁ ସାମୁଦ୍ରିକ ଜୀବଙ୍କ ଖୋଳପାରେ ଭରିରହିଥାଏ। ଆଗକାଳରେ ଯେବେ ସିମେଣ୍ଟର ବ୍ୟବହାର ପ୍ରଚଳିତ ନ ଥିଲା, ସେତେବେଳେ ଘରର ଛାତ ପାଇଁ ବ୍ୟବହୃତ ଚୂନ ଉପରେ ଦର୍ଶାଯାଇଥିବା ଜୀବମାନଙ୍କର ଖୋଳପାକୁ ପୋଡି ସଂଗ୍ରହ କରାଯାଉଥିଲା।
କୋରାଲ ୍‌ ରିଫ୍‌ ବହୁ ଦୂର ଏବଂ ବ୍ୟାପକ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥାଏ। ଅଷ୍ଟ୍ରେଲିଆରେ ଅବସ୍ଥିତ ଗ୍ରେଟ୍‌ ବାରିୟର୍‌ କୋରାଲ୍‌ ରିଫ୍‌ ପୃଥିବୀର ସର୍ବ ବୃହତ୍‌। ଏହା ୨୩୦୦ କିଲୋମିଟର ପର୍ଯ୍ୟନ୍ତ ପ୍ରସାରିତ ଅଛି।
ଆମ ଦେଶରେ ମାନାର୍‌ ଗଲ୍‌ଫ, ଆଣ୍ଡାମାନ ନିକୋବର ତଥା ଲାକ୍ଷାଦ୍ୱୀପ ପୁଞ୍ଜଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳରେ କୋରାଲ୍‌ ରିଫ୍‌ ଦେଖିବାକୁ ମିଳେ। କୋରାଲ୍‌ ରିଫ୍‌ଗୁଡିକ ସାମୁଦ୍ରିକ ଜୈବ ବିବିଧତାର ପ୍ରାୟ ଏକ ଚତୁର୍ଥାଂଶ ଧାରଣ କରିଛି ଯଦିଓ ଏହା ସମୁଦ୍ର ଚଟାଣର ମାତ୍ର ଏକ ପ୍ରତିଶତ ସ୍ଥାନ ଅଧିକାର କରିଥାଏ। ଏହା ଅସଂଖ୍ୟ ପ୍ରଜାତିର ମାଛ, କଙ୍କଡ଼ା, ଗେଣ୍ଡା, କଇଁଛ, ତିମି , ଜେଲି ମାଛ, ଶୁଆ ଥଣ୍ଟିଆ ମାଛ ଇତ୍ୟାଦିର ବାସସ୍ଥଳ। ଏହା ସାମୁଦ୍ରିକ ମତ୍ସ୍ୟଜୀବୀ ତଥା ସେମାନଙ୍କର ପରିବାର ଏବଂ ସାମୁଦ୍ରିକ ମାଛମାନଙ୍କୁ ନେଇ ଚାଲୁଥିବା ଶିଳ୍ପଗୁଡ଼ିକ ମାଧ୍ୟମରେ କର୍ମନିଯୁକ୍ତି ପ୍ରଦାନ ସହିତ ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହେଉଅଛି।
କୋରାଲ ରିଫ୍‌ର ଆକର୍ଷଣୀୟ ରଙ୍ଗ ଓ ଆକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଏହାଦ୍ୱାରା ବହୁତ ଲୋକ ଜୀବିକା ନିର୍ବାହ କରିଥାଆନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ହାଓବାଇ ପ୍ରଦେଶର ଶୁଭ୍ର ବାଲୁକା ବେଳାଭୂମି ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ। ଏଠାରେ ଥିବା ପ୍ୟାରୋଟ୍‌ ଫିଶ୍‌ ବା ଶୁଆଥଣ୍ଟିଆ ମାଛ ପଥର ସଦୃଶ କଠିନ କୋରାଲ୍‌ ରିଫ୍‌କୁ ଥଣ୍ଟରେ ଚୂନା କରି ତହିଁରେ ଥିବା ଆଲଜିକୁ ଖାଇବା ସମୟରେ କିଛିମାତ୍ରାରେ ଧଳା କ୍ୟାଲସିୟମ କାର୍ବୋନେଟ୍‌ ସେମାନଙ୍କ ପାକସ୍ଥଳୀକୁ ଯାଇଥାଏ ଏବଂ ହଜମ ନ ହୋଇ ମଳରୂପେ ବାହାରିଆସେ ଯାହା ଶୁଭ୍ର ବାଲୁକାରାଶି ଭାବରେ ଜଣାଯାଏ। ପ୍ରବାଳ ରିଫ୍‌ ଅନେକ ନୂତନ ଔଷଧର ଉତ୍ସଭାବେ ଜଣା। ଏହା ହେନ୍ତାଳ ବଣପରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ମୃତ୍ତିକା କ୍ଷୟ ରୋକିବା ସହ ବାତ୍ୟାର ପ୍ରକୋପ ହ୍ରାସ କରାଇଥାଏ।
ପ୍ରବାଳ ଏବଂ ଜୁଜାନଥେଲା ଆଲଜି ପରସ୍ପର ଉପରେ ନିର୍ଭରଶୀଳ। ଉକ୍ତ ଆଲଜି ପ୍ରବାଳ ପାଇଁ ସୂର୍ଯ୍ୟକିରଣ ଦ୍ୱାରା ଆଲୋକଶ୍ଳେଷଣ ପଦ୍ଧତିରେ ଖାଦ୍ୟ ପ୍ରସ୍ତୁତ କରେ ଏବଂ ପ୍ରବାଳକୁ ଉଜ୍ଜ୍ୱଳ ରଙ୍ଗ ପ୍ରଦାନ କରେ। ସେହିପରି ପ୍ରବାଳ ଜୁଜାନଥେଲା ଆଲଜିକୁ ବାସସ୍ଥଳ ଏବଂ ପୋଷକ ଯୋଗାଇଥାଏ। ଏହି ଦୁଇ କ୍ଷୁଦ୍ରଜୀବଙ୍କର ସହାବସ୍ଥାନ ଓ ସହଭାଗିତା ଆଜିର ସ୍ବାର୍ଥପର ମଣିଷପାଇଁ ବେଶ୍‌ ଶିକ୍ଷଣୀୟ। ପ୍ରବାଳ ସାମୁଦ୍ରିକ ପରିବେଶ ସୁରକ୍ଷାର ଜାଗ୍ରତ ପ୍ରହରୀ। ସାମୁଦ୍ରିକ ପରିବେଶର ପ୍ରଦୂଷଣ ଘଟିବା ମାତ୍ରେ ପ୍ରବାଳ ପଲିପ୍‌ ମଧ୍ୟରେ ଥିବା ଜୁଜାନଥେଲା ଆଲଜି କ୍ରିୟାଶୀଳ ଅମ୍ଳଜାନ ନିର୍ଗତ କରିଥାଏ ଯାହା ପଲିପ୍‌ ପାଇଁ ହାନିକାରକ। ତେଣୁ ପ୍ରବାଳ ଜୁଜାନଥେଲା ଆଲଜିକୁ ପଲିପ୍‌ ମଧ୍ୟରୁ ବାହାର କରିବା ସହିତ ସେମାନଙ୍କର ସହାବସ୍ଥାନର ଅନ୍ତ ଘଟିଥାଏ। ଫଳରେ ପ୍ରବାଳ ରଙ୍ଗହୀନ ବା ମଳିନ ଧଳା ରଙ୍ଗ ଧାରଣ କରେ। ଏହି ପ୍ରକ୍ରିୟାକୁ ପ୍ରବାଳ ବ୍ଲିଚିଙ୍ଗ୍‌ କୁହାଯାଏ। ଏହା ସାମୁଦିକ୍ର ପରିବେଶରେ ଷ୍ଟ୍ରେସ୍‌ ଯଥା ସମୁଦ୍ର ଜଳର ପ୍ରଦୂଷଣ, ଅମ୍ଳତା ବା ତାପମାତ୍ରାରେ ବୃଦ୍ଧି ଘଟିଲେ ଦେଖାଯାଏ। ଏହା ସେଠାକାର ସରକାର, ଜନସାଧାରଣ ଏବଂ ତହଁିରେ ଜଡିତ ଥିବା ସଂସ୍ଥାଗୁଡ଼ିକ ପାଇଁ ଏକ ସତର୍କ ଘଣ୍ଟିର କାମ କରେ। ପ୍ରବାଳ ରିଫ୍‌ ପରି ଇକୋବ୍ୟବସ୍ଥା ତଥା ସାମୁଦ୍ରିକ ପରିବେଶର ସୁରକ୍ଷାପାଇଁ ସମସ୍ତେ ସଜାଗ ହୋଇ ଆବଶ୍ୟକ ପଦକ୍ଷେପ ନେଇଥାଆନ୍ତି, ଯେପର୍ଯ୍ୟନ୍ତ ପ୍ରବାଳ ବ୍ଲିଚିଙ୍ଗ୍‌ରେ ହ୍ରାସ, ଜୁଜାନଥେଲା ଆଲଜି ପଲିପ୍‌ ସହ ସହାବସ୍ଥାନ ଏବଂ ପ୍ରବାଳ ରିଫ୍‌ ଉଜ୍ଜ୍ୱଳ ରଙ୍ଗବେରଙ୍ଗୀ ଉଦ୍ଭିଦରୂପରେ ଆକର୍ଷଣୀୟ ଘଟି ନାହଁି। ପ୍ରଥମ ପ୍ରବାଳ ବ୍ଲିଚିଙ୍ଗ୍‌ ୧୯୯୮ରେ ଘଟିଥିଲା ଯହଁିରେ ପୃଥିବୀର ୮ ପ୍ରତିଶତ ପ୍ରବାଳ ମରିଥିଲେ। ତା’ପରଠାରୁ ଜାଗତିକ ଉଷ୍ମତା ଓ ତାପମାତ୍ରାରେ ବୃଦ୍ଧି ହେତୁ ନିୟମିତ କିଛିବର୍ଷ ବ୍ୟବଧାନରେ ପ୍ରବାଳ ବ୍ଲିଚିଙ୍ଗ୍‌ ଘଟୁଅଛି। ତଥ୍ୟାନୁସାରେ ୨୦୦୯ରୁ ୨୦୧୮ ମଧ୍ୟରେ ପ୍ରାୟ ୧୪ ପ୍ରତିଶତ ପ୍ରବାଳ ବ୍ଲିଚିଙ୍ଗ୍‌ ଘଟଣା ଯୋଗୁ ଲୋପ ପାଇଛିା ପ୍ରବାଳଗୁଡ଼ିକ ସାମୁଦ୍ରିକ ପରିବେଶ ନିରାପତ୍ତା, କର୍ମ ନିଯୁକ୍ତି ସୃଷ୍ଟି, ଆର୍ଥିକ ଅଭିବୃଦ୍ଧିରେ ସହାୟତା, ସାମୁଦ୍ରିକ ଇକୋବ୍ୟବସ୍ଥା ପରି ବହୁବିଧ କାର୍ଯ୍ୟରେ ଜଡିତ ଥିବାରୁ ଏମାନଙ୍କର ସୁରକ୍ଷା ଏବଂ ବୃଦ୍ଧି ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଆବଶ୍ୟକ।
ମୋ: ୯୪୩୭୨୯୫୭୭୫


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri