ନିର୍ବାଚନକୁ ନେଇ ଯାଞ୍ଚ କଡ଼ାକଡ଼ି

ଛତ୍ରପୁର,୧।୫(ସନ୍ତୋଷ ପାଢ଼ୀ)- ଗଞ୍ଜାମ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋରଦାର ଚାଲିଛ। ଅପ୍ରୀତିକର ପରିସ୍ଥିତିକୁ ରୋକିବା ନେଇ ଅନବରତ ଚଢାଉ କାର୍ଯ୍ୟ ଚାଲିଛି। ନଗଦ ଟଙ୍କା, ମଦ କାରବାର କିମ୍ବା ଅନ୍ୟ କୌଣସି ଲାଞ୍ଚ କାରବାର ଗତିବିଧିକୁ ରୋକିବା ପାଇଁ ଫ୍ଲାଇଙ୍ଗ୍‌ ସ୍କ୍ବାଡ ଏବଂ ଷ୍ଟାଟିକ ସର୍ଭେଲାନ୍ସ ଟିମକୁ ମୁତୟନ କରାଯାଇଅଛି । ଜିଲାର ସମସ୍ତ ଅଞ୍ଚଳର ଗତିବିଧି ଉପରେ ନଜର ରଖାଯାଇଛି। ଅନେକ ସ୍ଥାନରେ ଚେକ ପୋଷ୍ଟ କରାଯାଇ ଷ୍ଟାଟିକ ସରଭେଲାନ୍ସ ଟିମ ଦ୍ବାରା ଫ୍ଲାଇଙ୍ଗ୍‌ କାର୍ଯ୍ୟ ଚାଲିଛି। ଯାଞ୍ଚ କାର୍ଯ୍ୟ ଗୁଡିକ ସତର୍କତାର ସହିତ କରାଯାଇ ଭିଡିଓ ଉତ୍ତୋଳନ କରାଯାଉଛି। ଯାନବାହନ ଗୁଡିକର ଗତିବିଧିକୁ ମଧ୍ୟ ଏସଏସଟି ଦଳ ଦ୍ବାରା ରେକର୍ଡ କରାଯାଉଛି। ଫ୍ଲାଇଙ୍ଗ୍‌ ସ୍କ୍ବାର୍ଡ ଗୁଡିକ ମଡେଲ ଆଚରଣ ସଂହିତା ଏବଂ ବ୍ୟୟ ସମ୍ବନ୍ଧୀୟ ପ୍ରସଙ୍ଗରେ ଅଭିଯୋଗ ଯୋଗାଉଛନ୍ତି । ସମସ୍ତ ଗତିବିଧିକୁ ନଜର ରଖି ମଜବୁତ୍ କରିବା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକଗଣ ମଧ୍ୟ ଏଫଏସଟି ଏବଂ ଏସଏସଟିମାନଙ୍କ ସହିତ ବିଭିନ୍ନ ଅଞ୍ଚଳ ଗସ୍ତ କରି ନଜର ରଖୁଛନ୍ତି । ୪୩ଟି ଫ୍ଲାଇଙ୍ଗ୍‌ ସ୍କ୍ବାଡ ଏବଂ ୪୩ ଏସଏସଟି ନିୟୋଜିତ ଅଛନ୍ତି। ଏତଦ ବ୍ୟତୀତ କୌଣସିଠାରେ ଏହି ଗତିବିଧି ସମ୍ପର୍କରେ ଜନସାଧାରଣ ଅବଗତ ହୁଅନ୍ତି ତେବେ ଇ-ଭିଜିଲ ଆପ୍‌ରେ ଅଭିଯୋଗ କରିବା ସକାଶେ ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri