ସ୍କ୍ରବ୍‌ ଟାଇଫସ୍‌: ଏମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ ଏହି ରୋଗ

ସ୍କ୍ରବ୍‌ ଟାଇଫସ୍‌ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍‌ସିଆ ଗ୍ରୁପ୍‌ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ ଓ ଚିଗରସ ହାର୍ଭେଷ୍ଟ ମାଇଟ୍‌ର ଛୋଟ ଲାର୍ଭା ଦ୍ୱାରା ସଂକ୍ରମଣ ଯୋଗୁ ହୋଇଥାଏ। ଏହି କୀଟ ସାଧାରଣତଃ ଓଦା ପଡିଆ, ଘାସଯୁକ୍ତ ସ୍ଥାନ ଓ ଆଦ୍ର ମୃର୍ତ୍ତିକାରେ ରହିଥାଏ। ଏମାନଙ୍କ ସଂସ୍ପର୍ଶରେ ଆସିଲେ ଏମାନଙ୍କର କାମୁଡା ଯୋଗୁ ଯେଉଁ ସ୍ଥାନରେ କାମୁଡି ଥାଆନ୍ତି ସେହିଠାରେ ଏକ କ୍ଷତ ପରବର୍ତ୍ତୀ ସମୟରେ କଳା ରଙ୍ଗର ଘାଆର ରୂପ(ଏସ୍‌ଚାର) ନିଏ। ସାଧାରଣତଃ ଏହି ପୋକ କାମୁଡ଼ିବାର ଏକ ସପ୍ତାହ ପରେ ଏହା ବାହାରିଥାଏ ଓ ଜ୍ୱର ୭ରୁ ୧୦ଦିନ ମଧ୍ୟରେ ହୋଇ ଦେହ ସାରା ନାଲି ପଡ଼ିଯାଏ। ଜ୍ୱର ସହିତ ମୁଣ୍ଡବ୍ୟଥା, ଦେହ ଦରଜ, ଦୁର୍ବଳତା ଓ କାଶ ହୋଇଥାଏ। ଜ୍ୱର କମ୍‌ ପରିମାଣର ହୋଇଥିଲେ ତାହା ଆପେ ଆପେ ଦୁଇ ସପ୍ତାହ ମଧ୍ୟରେ କମିଯାଏ। ମାତ୍ର ଗୁରୁତର ହେଲେ ଏହା ଅନ୍ୟାନ୍ୟ ସଂକ୍ରମଣ ଯଥା- ନିମୋନିଆ, ହାର୍ଟ ଫେଲ୍ୟୁଅର, କିଡ୍‌ନୀ ଫେଲ୍ୟୁୟର ଆଦି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।
ଏହି ରୋଗ ଏବେ ଆମ ରାଜ୍ୟର କେତେକ ସ୍ଥାନରେ ନିର୍ଣ୍ଣୟ କରାଯାଇଛି। ମାତ୍ର ଏହା ସେପରି ଗୁରୁତର ନୁହେଁ। ଏହା ଭାରତ ବ୍ୟତୀତ ଏହାର ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ଦେଖାଯାଇଥାଏ। ଯଦି ପାଖରେ କାହାଠାରେ ଏହି ରୋଗ ନିର୍ଣ୍ଣୟ ହୋଇଛି ତାହାହେଲେ ଆଉ କାହାକୁ ଏହା ହେବାର ଆଶଙ୍କା ରହିଛି। ଏହାର ପରୀକ୍ଷା ମଧ୍ୟ ବ୍ୟୟସାପେକ୍ଷ। ସ୍କ୍ରବ୍‌ ଟାଇଫସ୍‌ ଏଲିସା/ପିସିଆର ପରୀକ୍ଷା ସବୁଠାରେ ହୋଇପାରେ ନାହିଁ। ମାତ୍ର ଏହାର କୀଟ କାମୁଡିଥିବା ସ୍ଥାନରେ କଳା ରଙ୍ଗର ଘାଆରୁ ମଧ୍ୟ ଜାଣିହେବ।
ସ୍କ୍ରବ୍‌ ଟାଇଫସ୍‌ ଚିକିତ୍ସା ଅତ୍ୟନ୍ତ ସହଜସାଧ୍ୟ ଏବଂ ଔଷଧର ଦାମ୍‌ ମଧ୍ୟ ବହୁତ କମ୍‌। ଏହି ରୋଗ ବିଷୟରେ ଜାଣିବା ପରେ ଚିକିତ୍ସା କରୁଥିବା ଡାକ୍ତର ସେଥିରୁ ଆରୋଗ୍ୟ ଲାଭ କରିବା ପାଇଁ ଔଷଧ ଲେଖିଥାଆନ୍ତି। ଏହାସହିତ ଜଳଶୁଷ୍କତା ପାଇଁ ଓଆରଏସ/ସାଲାଇନ୍‌ ଦିଆଯାଏ। ଜ୍ୱର ହୋଇଥିଲେ ଶରୀରରୁ ତାପମାତ୍ରା କମିବା ପାଇଁ ଶରୀରକୁ ସାଧାରଣ ପାଣିରେ ପୋଛନ୍ତୁ। ପାଣି ପଟି ପକାଇପାରନ୍ତି। ଏଥିପାଇଁ ଡାକ୍ତର ମଧ୍ୟ କେତେକ ଔଷଧ ଖାଇବାକୁ ପ୍ରେସକ୍ରିପଶନରେ ଉଲ୍ଲେଖ କରିଥାଆନ୍ତି।
ସାଧାରଣତଃ ରିକେଟସିଆଲ ଜନିତ ରୋଗ ଦୁଇ ପ୍ରକାରର-(୧) ଚିହ୍ନଯୁକ୍ତ ଜ୍ୱର (ସ୍ପଟେଡ ଫିଭର) ଏବଂ (୨) ଟାଇଫସ୍‌ ଜ୍ୱର। ସ୍ପଟେଡ୍‌ ଜ୍ୱରଗୁଡ଼ିକ ମଧ୍ୟରେ ରକିପର୍ବତ ସ୍ପଟେଡ ଜ୍ୱର, ବ୍ୟୁଟୋନ୍ୟୁସ୍‌ ଜ୍ୱର, ସାଇବେରିଆ କୀଟ ଜ୍ୱର, ଅଷ୍ଟ୍ରେଲିଆ କୀଟ ଜ୍ୱର, ଓରିଏଣ୍ଟାଲ ସ୍ପଟେଡ ଜ୍ୱର ଓ ଆଫ୍ରିକା କୀଟ କାମୁଡା ଜ୍ୱର ଅନ୍ତର୍ଭୁକ୍ତ। ସେହିପରି ଟାଇଫସ ଶ୍ରେଣୀରେ ସ୍କବ୍‌ ଟାଇଫସ ସହିତ ମହାମାରୀ ଟାଇଫସ୍‌ ଓ ସାରାବର୍ଷ ହେଉଥିବା ଏଣ୍ଡେମିକ୍‌ ଟାଇଫସ୍‌ ଅନ୍ତର୍ଭୁକ୍ତ।
ମହାମାରୀ ଟାଇଫସ ମଣିଷ ମୁଣ୍ଡ ଓ ଦେହରେ ଥିବା ଉକୁଣିର ମଳ ଦ୍ୱାରା ବ୍ୟାପିଥାଏ। ନଖରେ ମୁଣ୍ଡ କୁଣ୍ଡାଇବା ଦ୍ୱାରା ଏହା ସହଜରେ ଶରୀରରେ ପ୍ରବେଶ କରେ। ଯୁଦ୍ଧ ବନ୍ଦୀ, ଗୋଟିଏ ସ୍ଥାନରେ ରହୁଥିବା ଅତ୍ୟଧିକ ବ୍ୟକ୍ତି, କାରାଗାର ଏବଂ ହଷ୍ଟେଲରେ, ଶରଣାର୍ଥୀ ଶିବିରରେ ଏବଂ ବିସ୍ଥାପିତମାନଙ୍କ କ୍ଷେତ୍ରରେ ଏହା ହୁଏ।
ସେହିପରି ଏଣ୍ଡେମିକ୍‌ ଟାଇଫସ୍‌ ଜୋକ (ଫ୍ଲି) ଦ୍ୱାରା ହୋଇଥାଏ। ଜୋକର ମଳ କିମ୍ବା ମାଂସ ମଣିଷ ଶରୀରର ସ୍ପଂଶର୍ଷରେ ଆସିଲେ ଏବଂ ଯଦି ଜୋକ ଆଗରୁ ସଂକ୍ରମିତର ମାଂସ ଖାଇଥାଏ ତାହାହେଲେ ଏହା ବ୍ୟାପିଥାଏ। ଏଥିପାଇଁ ସୁରକ୍ଷିତ ରହିବାକୁ ହେଲେ ଘର ଚାରିପଟ ସଫାସୁତର ରଖନ୍ତୁ। ଘାସ ଥିଲେ ତାହାକୁ ତୁରନ୍ତ ସଫା କରନ୍ତୁ। ଚାଷ ଜମି, ବଗିଚା, ଜଙ୍ଗଲିଆ ଜାଗାକୁ ଗଲେ ଜୋତା, ଫୁଲ ପ୍ୟାଣ୍ଟ, ଫୁଲ ଶାର୍ଟ ଏବଂ ଦରକାର ପଡିଲେ ଇନ୍‌ସେକ୍ଟ ରିପେଲାଣ୍ଟ ବ୍ୟବହାର କରିବା ଉଚିତ। ବାହାରୁ ଆସିଲେ ଭଲ ଭାବରେ ଧୁଆଧୋଇ ହୋଇପଡନ୍ତୁ।
ଡା. ରାମଚନ୍ଦ୍ର ରାଉତ
-ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର
ମୋ : ୮୨୪୯୦୮୭୯୯୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?