Categories: ଖେଳ

ସ୍କଟିଶ ମହିଳା ପ୍ରିମିୟର ଲିଗ୍‌:ପ୍ରଥମ ଗୋଲ ସ୍କୋର କଲେ ବାଲା

ଗ୍ଲାସ୍‌ଗୋ, ୮ା୧୨ (ପି.ଟି.)- ସ୍କଟିଶ ମହିଳା ପ୍ରିମିୟର ଲିଗ୍‌ରେ ଭାରତର ଷ୍ଟାର ଫୁଟ୍‌ବଲର ବାଲା ଦେବୀ ତାଙ୍କର ପ୍ରଥମ ଗୋଲ୍‌ ସ୍କୋର କରିଛନ୍ତି। ବାଲା ଏହି ଫୁଟ୍‌ବଲ ଟୁର୍ନାମେଣ୍ଟରେ ରେଞ୍ଜର୍ସ ଏଫ୍‌ସି ଦଳ ତରଫରୁ ଖେଳୁଛନ୍ତି। ତାଙ୍କ ଦଳ ରବିବାର ମଦରଓ୍ବେଲ ଏଫ୍‌ସି ଦଳକୁ ୯-୦ ଗୋଲରେ ହରାଇ ଦେଇଛି। ବାଲା ମ୍ୟାଚର ୬୫ତମ ମିନିଟ୍‌ରେ ବଦଳ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇଥିଲେ। ସେ ୮୫ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ, ଯାହା କି ତାଙ୍କ ଦଳର ଅନ୍ତିମ ଗୋଲ ଥିଲା। ୟୁରୋପରେ ଏକ ଟପ୍‌ ଟିଅର୍‌ ପ୍ରଫେଶନାଲ ଲିଗ୍‌ରେ ସ୍କୋର କରିବାରେ ବାଲା ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି। କିରଷ୍ଟି ହୋଓ୍ବାଟ୍‌ ଏବଂ ଲିଜି ଆର୍ନୋଟ୍‌ ଗୋଟିଏ ଲେଖାଏଁ ହ୍ୟାଟ୍ରିକ୍‌ କରିଥିବାବେଳେ ମେଗାନ ବେଲ୍‌ ଏବଂ ଡାଏନା ବୋର୍ମା ମଧ୍ୟ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଭାରତର ୩୦ ବର୍ଷୀୟା ବାଲା ଜାନୁୟାରୀରେ ୟୁରୋପର ଏକ ଟପ୍‌ ଟିଅର କ୍ଲବ ସହ ଏକ ପ୍ରଫେଶନାଲ ଚୁକ୍ତି କରିଥିଲେ।

Share