Posted inଖେଳ

ଜିମ୍ବାଓ୍ବେକୁ ଏଲିମିନେଟ୍‌ କଲା ସ୍କଟଲାଣ୍ଡ

ବୁଲାଓ୍ବାୟୋ, ୫।୭: ୨୦୧୮ ପରି ଏଥର ମଧ୍ୟ ଜିମ୍ବାଓ୍ବେର ଦିନିକିଆ କ୍ରିକେଟ ବିଶ୍ୱକପ ଖେଳିବା ଆଶା ଧୂଳିସାତ ହୋଇଛି। ଦୁଇଟି ଯାକ ବିଶ୍ୱକପ କ୍ୱାଲିଫାୟର୍ସରେ ଦଳ ସମାନ ଦଶା ଭୋଗିଛି। ୨୦୧୮ରେ ଶେଷ ୨ଟି ମ୍ୟାଚରୁ ଦଳ ଯୋଗ୍ୟତା ଅର୍ଜନ ପାଇଁ ଅତିକମ୍‌ରେ ଗୋଟିଏ ବିଜୟ ଆବଶ୍ୟକ କରୁଥିଲା। ମାତ୍ର ଓ୍ବେଷ୍ଟଇଣ୍ଡିଜ ଏବଂ ୟୁଏଇ ନିକଟରୁ ହାରି ଯାଇଥିଲା। ଏଥର ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ସୁପର ସିକ୍ସର ଶେଷ ୨ ମ୍ୟାଚରେ ଯଥାକ୍ରମେ ଶ୍ରୀଲଙ୍କା ଓ ସ୍କଟଲାଣ୍ଡଠାରୁ ହାରି ବିଦାୟ ପଥ ଦେଖିଛି। ମଙ୍ଗଳବାର ଏଠାରେ ଅନୁଷ୍ଠିତ ମ୍ୟାଚରେ ସ୍କଟଲାଣ୍ଡ ୩୧ ରନରେ ଜିମ୍ବାଓ୍ବେକୁ ହରାଇ ବିଶ୍ୱକପ ଯୋଗ୍ୟତାର ଦ୍ୱାରରେ ପହଞ୍ଚତ୍ ଯାଇଛି। ଏହି ଦଳ ୪ ମ୍ୟାଚରୁ ୬ ପଏଣ୍ଟରେ ପହଞ୍ଚତ୍ଥିବାବେଳେ ଶେଷ ସୁପରସିକ୍ସ ମ୍ୟାଚରେ ଗୁରୁବାର ନେଦରଲାଣ୍ଡ୍ସକୁ ଭେଟିବ। ଦଳର ରନ୍‌ହାର ମଧ୍ୟ ବହୁତ ଭଲ ରହିଛି। ଅନ୍ୟପକ୍ଷରେ ଜିମ୍ବାଓ୍ବେ ୫ଟିଯାକ ମ୍ୟାଚ ଖେଳି ସାରିଥିବାବେଳେ ୬ ପଏଣ୍ଟରେ ସୀମିତ ରହିଛି। ଏହି ଟୁର୍ନାମେଣ୍ଟରୁ ଶ୍ରୀଲଙ୍କା ପ୍ରଥମ ଦଳଭାବେ ୮ ପଏଣ୍ଟ ପାଇ ମୁଖ୍ୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ସ୍କଟଲାଣ୍ଡ। କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ମଧ୍ୟ ଟପ୍‌ ଅର୍ଡରରୁ ଲୋୟର ଅର୍ଡର ପର୍ଯ୍ୟନ୍ତ ଅଧିକାଂଶ ବ୍ୟାଟରଙ୍କ ଉପଯୋଗୀ ଅବଦାନ ବଳରେ ଦଳ ୫୦ ଓଭରରେ ୮ ଉଇକେଟ ହରାଇ ୨୩୪ ରନ କରିଥିଲା। ୭ ନମ୍ବର ବ୍ୟାଟର ମିଚେଲ ଲିସ୍କ ସର୍ବାଧିକ ୪୮ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ କ୍ରସ୍‌ ୩୮, ବ୍ରେଣ୍ଡନ ମ୍ୟାକମୁଲେନ ୩୪, ଜର୍ଜ ମୁନ୍‌ସେ ୩୧, ଖ୍ରିଷ୍ଟୋଫର ମ୍ୟାକବ୍ରିଡ୍‌ ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଜିମ୍ବାଓ୍ବେ ବୋଲରଙ୍କ ମଧ୍ୟରେ ସିଅନ ଓ୍ବିଲିୟମ୍ସ ୩ଟି, ଟେଣ୍ଡାଇ ଚତରା ୨ଟି ଓ ରିଚାର୍ଡ ନଗର୍ଭା ଗୋଟିଏ ଉଇକେଟ ନେଇଥିଲେ।
କୁଇନ୍ସ ସ୍ପୋଟର୍‌ସ କ୍ଲବ ପିଚ୍‌ରେ ୨୩୫ ରନର ବିଜୟ ଲକ୍ଷ୍ୟ ସହଜ ମନେ ହେଉଥିଲା। ମାତ୍ର ସ୍କଟଲାଣ୍ଡ ବୋଲରମାନେ ଚମତ୍କାର ବୋଲିଂ କରି ଜିମ୍ବାଓ୍ବେ ପାଇଁ ମ୍ୟାଚ କଷ୍ଟସାଧ୍ୟ କରି ଦେଇଥିଲେ। ସ୍କଟଲାଣ୍ଡ ବୋଲିଂ ଆକ୍ରମଣର ନେତୃତ୍ୱ ନେଇଥିଲେ ଡାହାଣହାତୀ ମିଡିୟମ ପେସର କ୍ରିସ୍‌ ସୋଲ୍‌। ସେ ଜିମ୍ବାଓ୍ବେ ଟପ୍‌ ଅର୍ଡରର ୩ ବ୍ୟାଟରଙ୍କୁ ଆଉଟ କରି ଜିମ୍ବାଓ୍ବେର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ୭.୫ ଓଭର ବେଳକୁ ଜିମ୍ବାଓ୍ବେ ସ୍କୋର ୩୭.୪ ହୋଇ ଯାଇଥିଲା। ମିଡିଲ ଅର୍ଡରରେ ର଼୍ୟାନ ବୁର୍ଲ ୮୪ ବଲ୍‌ରୁ ୮୩ ଓ ଓ୍ବେସଲି ମାଧଭେରେ ୩୯ ବଲ୍‌ରୁ ୪୦ ରନର ସଂଘର୍ଷପୂର୍ଣ୍ଣ ଇନିଂସ ଖେଳିଥିଲେ ହେଁ ଶେଷଭାଗ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଦଳ ୪୧.୧ ଓଭରରେ ୨୦୩ ରନକରି ସମସ୍ତ ଉଇକେଟ ହରାଇଥିଲା। ନିର୍ଭରଯୋଗ୍ୟ ବ୍ୟାଟର ସିକନ୍ଦର ରାଜା ୩୪ ରନ କରିବାକୁ ସକ୍ଷମ ହୋଇଥିଲେ। ସୋଲ୍‌ଙ୍କ ୩ ଉଇକେଟ ବ୍ୟତୀତ ବ୍ରେଣ୍ଡନ ମ୍ୟାକମୁଲେନ ଓ ମିଚେଲ ଲିସ୍କ ୨ଟି ଲେଖାଏ ଏବଂ ସାଫ୍ୟାନ ଶରିଫ, ମାର୍କ ଓ୍ବାଟ ଓ କ୍ରିସ୍‌ ଗ୍ରେଭ୍ସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୭ ଓଭରରେ ୩୩ ରନଦେଇ ୩ ଉଇକେଟ ନେଇଥିବା କ୍ରିସ୍‌ ସୋଲ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ସ୍କଟଲାଣ୍ଡ ୫୦ ଓଭରରେ ୨୩୪/୮ (ମିଚେଲ ଲିସ୍କ-୪୮, ମାଥ୍ୟୁ କ୍ରସ୍‌-୩୮, ବ୍ରେଣ୍ଡନ ମ୍ୟାକମୁଲେନ-୩୪, ଜର୍ଜ ମୁନ୍‌ସେ-୩୧, ଖ୍ରିଷ୍ଟୋଫର ମ୍ୟାକବ୍ରିଡ୍‌-୨୮, ସିଅନ ଓ୍ବିଲିୟମ୍ସ ୩/୪୧, ଟେଣ୍ଡାଇ ଚତରା-୨/୪୬, ରିଚାର୍ଡ ନଗର୍ଭା-୧/୪୨)। ଜିମ୍ବାଓ୍ବେ ୪୧.୧ ଓଭରରେ ୨୦୩/ଅଲ୍‌ଆଉଟ (ର଼୍ୟାନ ବୁର୍ଲ-୮୩, ଓ୍ବେସଲି ମାଧଭେରେ-୪୦, ସିକନ୍ଦର ରାଜା-୩୪, କ୍ରିସ୍‌ ସୋଲ୍‌-୩/୩୩, ବ୍ରେଣ୍ଡନ ମ୍ୟାକମୁଲେନ-୨/୩୧, ମିଚେଲ ଲିସ୍କ-୨/୩୩, ସାଫ୍ୟାନ ଶରିଫ-୧/୩୮, ମାର୍କ ଓ୍ବାଟ-୧/୩୬, କ୍ରିସ୍‌ ଗ୍ରେଭ୍ସ-୧/୨୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

ଦକ୍ଷିଣ ଆଫ୍ରିକା ଦଳରେ ଦୁଇ ନୂଆ ମୁହଁ

ଜୋହାନ୍ସବର୍ଗ, ୧ା୫ : ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଘୋଷଣା କରାଯାଇଛି। ଆଘାତଜନିତ...

ୟୁକେ’ରେ ନିର୍ବାଚନ ଲଢ଼ିବେ ପାନେସର

ଲଣ୍ଡନ, ୧ା୫: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ରାଜନୀତିରେ ପ୍ରବେଶ କରିଛନ୍ତି। ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ନିର୍ବାଚନରେ ସେ ଜର୍ଜ ଗ୍ୟାଲୋଓ୍ବେଙ୍କ ଓ୍ବାର୍କର୍ସ ପାର୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri