Posted inଖେଳ

ଜିମ୍ବାଓ୍ବେକୁ ଏଲିମିନେଟ୍‌ କଲା ସ୍କଟଲାଣ୍ଡ

ବୁଲାଓ୍ବାୟୋ, ୫।୭: ୨୦୧୮ ପରି ଏଥର ମଧ୍ୟ ଜିମ୍ବାଓ୍ବେର ଦିନିକିଆ କ୍ରିକେଟ ବିଶ୍ୱକପ ଖେଳିବା ଆଶା ଧୂଳିସାତ ହୋଇଛି। ଦୁଇଟି ଯାକ ବିଶ୍ୱକପ କ୍ୱାଲିଫାୟର୍ସରେ ଦଳ ସମାନ ଦଶା ଭୋଗିଛି। ୨୦୧୮ରେ ଶେଷ ୨ଟି ମ୍ୟାଚରୁ ଦଳ ଯୋଗ୍ୟତା ଅର୍ଜନ ପାଇଁ ଅତିକମ୍‌ରେ ଗୋଟିଏ ବିଜୟ ଆବଶ୍ୟକ କରୁଥିଲା। ମାତ୍ର ଓ୍ବେଷ୍ଟଇଣ୍ଡିଜ ଏବଂ ୟୁଏଇ ନିକଟରୁ ହାରି ଯାଇଥିଲା। ଏଥର ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ସୁପର ସିକ୍ସର ଶେଷ ୨ ମ୍ୟାଚରେ ଯଥାକ୍ରମେ ଶ୍ରୀଲଙ୍କା ଓ ସ୍କଟଲାଣ୍ଡଠାରୁ ହାରି ବିଦାୟ ପଥ ଦେଖିଛି। ମଙ୍ଗଳବାର ଏଠାରେ ଅନୁଷ୍ଠିତ ମ୍ୟାଚରେ ସ୍କଟଲାଣ୍ଡ ୩୧ ରନରେ ଜିମ୍ବାଓ୍ବେକୁ ହରାଇ ବିଶ୍ୱକପ ଯୋଗ୍ୟତାର ଦ୍ୱାରରେ ପହଞ୍ଚତ୍ ଯାଇଛି। ଏହି ଦଳ ୪ ମ୍ୟାଚରୁ ୬ ପଏଣ୍ଟରେ ପହଞ୍ଚତ୍ଥିବାବେଳେ ଶେଷ ସୁପରସିକ୍ସ ମ୍ୟାଚରେ ଗୁରୁବାର ନେଦରଲାଣ୍ଡ୍ସକୁ ଭେଟିବ। ଦଳର ରନ୍‌ହାର ମଧ୍ୟ ବହୁତ ଭଲ ରହିଛି। ଅନ୍ୟପକ୍ଷରେ ଜିମ୍ବାଓ୍ବେ ୫ଟିଯାକ ମ୍ୟାଚ ଖେଳି ସାରିଥିବାବେଳେ ୬ ପଏଣ୍ଟରେ ସୀମିତ ରହିଛି। ଏହି ଟୁର୍ନାମେଣ୍ଟରୁ ଶ୍ରୀଲଙ୍କା ପ୍ରଥମ ଦଳଭାବେ ୮ ପଏଣ୍ଟ ପାଇ ମୁଖ୍ୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ସ୍କଟଲାଣ୍ଡ। କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ମଧ୍ୟ ଟପ୍‌ ଅର୍ଡରରୁ ଲୋୟର ଅର୍ଡର ପର୍ଯ୍ୟନ୍ତ ଅଧିକାଂଶ ବ୍ୟାଟରଙ୍କ ଉପଯୋଗୀ ଅବଦାନ ବଳରେ ଦଳ ୫୦ ଓଭରରେ ୮ ଉଇକେଟ ହରାଇ ୨୩୪ ରନ କରିଥିଲା। ୭ ନମ୍ବର ବ୍ୟାଟର ମିଚେଲ ଲିସ୍କ ସର୍ବାଧିକ ୪୮ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ କ୍ରସ୍‌ ୩୮, ବ୍ରେଣ୍ଡନ ମ୍ୟାକମୁଲେନ ୩୪, ଜର୍ଜ ମୁନ୍‌ସେ ୩୧, ଖ୍ରିଷ୍ଟୋଫର ମ୍ୟାକବ୍ରିଡ୍‌ ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଜିମ୍ବାଓ୍ବେ ବୋଲରଙ୍କ ମଧ୍ୟରେ ସିଅନ ଓ୍ବିଲିୟମ୍ସ ୩ଟି, ଟେଣ୍ଡାଇ ଚତରା ୨ଟି ଓ ରିଚାର୍ଡ ନଗର୍ଭା ଗୋଟିଏ ଉଇକେଟ ନେଇଥିଲେ।
କୁଇନ୍ସ ସ୍ପୋଟର୍‌ସ କ୍ଲବ ପିଚ୍‌ରେ ୨୩୫ ରନର ବିଜୟ ଲକ୍ଷ୍ୟ ସହଜ ମନେ ହେଉଥିଲା। ମାତ୍ର ସ୍କଟଲାଣ୍ଡ ବୋଲରମାନେ ଚମତ୍କାର ବୋଲିଂ କରି ଜିମ୍ବାଓ୍ବେ ପାଇଁ ମ୍ୟାଚ କଷ୍ଟସାଧ୍ୟ କରି ଦେଇଥିଲେ। ସ୍କଟଲାଣ୍ଡ ବୋଲିଂ ଆକ୍ରମଣର ନେତୃତ୍ୱ ନେଇଥିଲେ ଡାହାଣହାତୀ ମିଡିୟମ ପେସର କ୍ରିସ୍‌ ସୋଲ୍‌। ସେ ଜିମ୍ବାଓ୍ବେ ଟପ୍‌ ଅର୍ଡରର ୩ ବ୍ୟାଟରଙ୍କୁ ଆଉଟ କରି ଜିମ୍ବାଓ୍ବେର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ୭.୫ ଓଭର ବେଳକୁ ଜିମ୍ବାଓ୍ବେ ସ୍କୋର ୩୭.୪ ହୋଇ ଯାଇଥିଲା। ମିଡିଲ ଅର୍ଡରରେ ର଼୍ୟାନ ବୁର୍ଲ ୮୪ ବଲ୍‌ରୁ ୮୩ ଓ ଓ୍ବେସଲି ମାଧଭେରେ ୩୯ ବଲ୍‌ରୁ ୪୦ ରନର ସଂଘର୍ଷପୂର୍ଣ୍ଣ ଇନିଂସ ଖେଳିଥିଲେ ହେଁ ଶେଷଭାଗ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଦଳ ୪୧.୧ ଓଭରରେ ୨୦୩ ରନକରି ସମସ୍ତ ଉଇକେଟ ହରାଇଥିଲା। ନିର୍ଭରଯୋଗ୍ୟ ବ୍ୟାଟର ସିକନ୍ଦର ରାଜା ୩୪ ରନ କରିବାକୁ ସକ୍ଷମ ହୋଇଥିଲେ। ସୋଲ୍‌ଙ୍କ ୩ ଉଇକେଟ ବ୍ୟତୀତ ବ୍ରେଣ୍ଡନ ମ୍ୟାକମୁଲେନ ଓ ମିଚେଲ ଲିସ୍କ ୨ଟି ଲେଖାଏ ଏବଂ ସାଫ୍ୟାନ ଶରିଫ, ମାର୍କ ଓ୍ବାଟ ଓ କ୍ରିସ୍‌ ଗ୍ରେଭ୍ସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୭ ଓଭରରେ ୩୩ ରନଦେଇ ୩ ଉଇକେଟ ନେଇଥିବା କ୍ରିସ୍‌ ସୋଲ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ସ୍କଟଲାଣ୍ଡ ୫୦ ଓଭରରେ ୨୩୪/୮ (ମିଚେଲ ଲିସ୍କ-୪୮, ମାଥ୍ୟୁ କ୍ରସ୍‌-୩୮, ବ୍ରେଣ୍ଡନ ମ୍ୟାକମୁଲେନ-୩୪, ଜର୍ଜ ମୁନ୍‌ସେ-୩୧, ଖ୍ରିଷ୍ଟୋଫର ମ୍ୟାକବ୍ରିଡ୍‌-୨୮, ସିଅନ ଓ୍ବିଲିୟମ୍ସ ୩/୪୧, ଟେଣ୍ଡାଇ ଚତରା-୨/୪୬, ରିଚାର୍ଡ ନଗର୍ଭା-୧/୪୨)। ଜିମ୍ବାଓ୍ବେ ୪୧.୧ ଓଭରରେ ୨୦୩/ଅଲ୍‌ଆଉଟ (ର଼୍ୟାନ ବୁର୍ଲ-୮୩, ଓ୍ବେସଲି ମାଧଭେରେ-୪୦, ସିକନ୍ଦର ରାଜା-୩୪, କ୍ରିସ୍‌ ସୋଲ୍‌-୩/୩୩, ବ୍ରେଣ୍ଡନ ମ୍ୟାକମୁଲେନ-୨/୩୧, ମିଚେଲ ଲିସ୍କ-୨/୩୩, ସାଫ୍ୟାନ ଶରିଫ-୧/୩୮, ମାର୍କ ଓ୍ବାଟ-୧/୩୬, କ୍ରିସ୍‌ ଗ୍ରେଭ୍ସ-୧/୨୯)।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri