Posted inଫୁରସତ

ଚର୍ଚ୍ଚାରେ କୁମ୍ବଲୀ, କଙ୍ଗୋର ବନ୍ଧୁତା

ୱାଶିଂଟନ: ଜଙ୍ଗଲୀ ପ୍ରାଣୀ ବହୁତ ବିପଦପୂର୍ଣ୍ଣ ହୋଇଥାନ୍ତି। ସେମାନେ ଅନ୍ୟ ପ୍ରାଣୀଙ୍କୁ ତାଙ୍କ ଶିକାର ବନେଇଥାନ୍ତି। ହେଲେ ନିକଟରେ ଜଙ୍ଗଲୀ ଚିତା ଏବଂ ଏକ କୁକୁର ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଛି। ଚିତା କୁମ୍ବଲୀ ଏବଂ କୁକୁର କଙ୍ଗୋଙ୍କ ବନ୍ଧୁତା ଚର୍ଚ୍ଚାକୁ ଆସିଛି। ରିପୋର୍ଟ ମୁତାବକ, ଆମେରିକାର ବର୍ଜିନିଆରେ ଥିବା ମେଟ୍ରୋ ରିଚମଣ୍ଡ ଚିଡ଼ିଆଖାନାରେ ଥିବା ଏହି ଦୁହିଁଙ୍କ ବନ୍ଧୁତାକୁ ଦେଖିବାକୁ ଅନେକ ଲୋକ ଆସୁଛନ୍ତି। ତେବେ କୁମ୍ବଲୀ ଏବଂ କଙ୍ଗୋ ମଧ୍ୟରେ ବନ୍ଧୁତା କରିବାର ଏକ ଯୋଜନା ରହିଛି। ପ୍ରକୃତରେ ଚିତା ମୁଖ୍ୟତଃ ଲାଜକୁଳା ସଦୃଶ ହୋଇଥାନ୍ତି। ଏମାନେ ଏତେ ଶୀଘ୍ର କାହା ସମ୍ମୁଖରେ ଆସି ନ ଥାନ୍ତି। ଏମାନଙ୍କ ସଂଖ୍ୟା କ୍ଷିପ୍ର ଭାବେ କମୁଛି। ଉତ୍ତର ଆଫ୍ରିକା ଏବଂ ଏସିଆରେ ଏମାନଙ୍କୁ ଲୁପ୍ତପ୍ରାୟ ପ୍ରଜାତିରେ ରଖାଯାଇଛି। ଆନୁମାନିକ ବିଶ୍ୱରେ ସମୁଦାୟ ଚିତାଙ୍କ ସଂଖ୍ୟା ୭ ହଜାର ରହିଛି। ତେବେ ଏକ୍ସପେରିମେଣ୍ଟ ପାଇଁ ଏ ଦୁହିଁଙ୍କୁ ଏକାଠି ରଖାଯାଇଥିବା ଜଣାପଡ଼ିଛି। ଉଭୟଙ୍କୁ ଛୋଟବେଳୁ ଏକାଠି ରଖାଯାଇଛି। ଚିତା ଏହି କୁକୁର ସହ ଏକାଠି ରହିପାରୁଛି କି ନାହିଁ ତାହା ପରୀକ୍ଷା କରାଯାଉଛି। ତେବେ ଏ ପର୍ଯ୍ୟନ୍ତ ସବୁକିଛି ଠିକ୍‌ ଚାଲିଛି। ହେଲେ ଆଗକୁ କ’ଣ ହେବ ତାକୁ ଏକ୍ସପର୍ଟମାନେ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତ୍ନୀଙ୍କଠାରୁ ଅଲଗା ହେବେ ନାହଁ ମୁଖ୍ୟମନ୍ତ୍ରୀ ବିଜୟ! ୨୭ ବର୍ଷ ପରେ ଭାଙ୍ଗିବାକୁ ବସିଥିଲା ସମ୍ପର୍କ

ଅମରାବତି,୭।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମ୍ପ୍ରତି ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପତ୍ନୀ ସଙ୍ଗୀତାଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି…

୪୫ ଜଣ ଏମପିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି; ବ୍ରେକଫାଷ୍ଟରେ ବାଣ୍ଟିଲେ ଏହି ମନ୍ତ୍ର

ନୂଆଦିଲ୍ଲୀ,୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (୭ ଅଗଷ୍ଟ, ୨୦୨୬) ଦିନ ବ୍ରେକଫାଷ୍ଟ ସମୟରେ ଶିବସେନା, NCPI ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ NCP ଗୋଷ୍ଠୀର ସାଂସଦ…

ବିବାହକୁ ପୂରିନି ମାସେ: ଜୁଲାଇ ୧୨ରେ ବାହାଘର ଅଗଷ୍ଟ ୫ରେ ହତ୍ୟା, ବାହାଘର ନା…

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ବାହାଘରକୁ ମାତ୍ର ୨୫ ଦିନ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀ ହତ୍ୟା କରିଛନ୍ତି। କଟକ ଜିଲା ନେମାଳ ଥାନା ଅନ୍ତର୍ଗତ…

ମହିଳା ଥାନାରୁ ଚମ୍ପଟ ମାରିଥିଲେ ବଳାତ୍କାର ଅଭିଯୁକ୍ତ: ବେଙ୍ଗାଲୁରୁରୁ ଗିରଫ

ଭୁବନେଶ୍ୱର,୭।୮: କମିଶନରେଟ ପୋଲିସ ଶୁକ୍ରବାର ଭୁବନେଶ୍ୱର ମହିଳା ଥାନାରୁ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଜଳଖିଆ ଖାଇବା ବାହାନାରେ…

ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ-କର୍ମଚାରୀଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

କୋରାପୁଟ,୭ା୮(ଅମିତାଭ ବେହେରା): ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଶୁକ୍ରବାର କୋରାପୁଟ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସମିତିର…

ଚାରି ବର୍ଷର ବଳାତ୍କାର ପୀଡିତାଙ୍କ ଚିକିତ୍ସା କରିବାକୁ ମନା କଲେ; ଏବେ ହସ୍ପିଟାଲ ଗଣିବ ୧୨ ଲକ୍ଷ

ଗାଜିଆବାଦ,୭।୮: ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତର ପ୍ରଦେଶ ଗାଜିଆବାଦର ଦୁଇଟି ଘରୋଇ ହସ୍ପିଟାଲକୁ ଜଣେ ଚାରି ବର୍ଷୀୟ ବଳାତ୍କାର ପୀଡିତାଙ୍କ ପରିବାରକୁ ଯଥାକ୍ରମେ ୧୦ ଲକ୍ଷ ଏବଂ ୨…

ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ସୁଖବୀର ବାଦଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୭।୮: ଶିରୋମଣି ଅକାଳୀ ଦଳ (ଏସଏଡି) ସଭାପତି ସୁଖବୀର ସିଂହ ବାଦଲ ଶୁକ୍ରବାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସଂସଦର ମୌସୁମୀ ଅଧିବେଶନ ସମୟରେ…

ସାମାଜିକ ଦାୟିତ୍ୱବୋଧ, ସ୍ବଚ୍ଛତା ଆପଣାଇବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ସେବାନନ୍ଦ ସରସତୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ପକ୍ଷରୁ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri