ଶୁଟିଂ ବେଳେ ଶୁଣିଥିଲେ ଗାଳି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ୍‌ ନିକଟରେ ଚଳଚ୍ଚିତ୍ର ‘ମିମି’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ କ୍ରୀତି ଏକ ସାକ୍ଷାତ୍‌କାରରେ ତାଙ୍କ ପୁରୁଣା ଦିନକୁ ମନେପକାଇଛନ୍ତି। ସେ ମୁମ୍ବାଇରେ ଗ୍ରାଜୁଏଟ ମ୍ୟାନେଜମେଣ୍ଟ ଆଡ୍‌ମିଶନ ଟେଷ୍ଟ ପ୍ରସ୍ତୁତିର କୋଚିଂ ନେଉଥିଲେ। ସେତେବେଳେ ସେ ଏକକାଳୀନ ଚଳଚ୍ଚିତ୍ର ଏବଂ ମଡେଲିଂରେ ପ୍ରବେଶ ପାଇଁ ବି ପ୍ରସ୍ତୁତ ହେଉଥିଲେ। ତାଙ୍କର ପ୍ରଥମ ରାମ୍ପ ଶୋ’ର ଅନୁଭୂତି ବାବଦରେ ସେ କହିଛନ୍ତି। ତାହା ତାଙ୍କ ପାଇଁ ବେଶ୍‌ କଷ୍ଟଦାୟକ ଥିଲା। ସେ କିଛି ଭୁଲ କରିଥିଲେ। ଏଥିପାଇଁ ଜଣେ ମହିଳା କୋରିଓଗ୍ରାଫର ତାଙ୍କୁ ପ୍ରାୟ ୫୦ଜଣ ମଡେଲଙ୍କ ସାମ୍ନାରେ ତାଙ୍କୁ ଅତି କଠୋର ଭାବରେ ଗାଳି କରିଥିଲେ। ସେ ସେତେବେଳେ ବହୁତ କାନ୍ଦିଥିଲେ। ବହୁତ ମନଦୁଃଖ ବି ହୋଇଥିଲା। ସେ ସବୁକିଛି ଛାଡ଼ି ଘରେ ପହଞ୍ଚି ମା’ଙ୍କୁ ସବୁ କହିଥିଲେ। ହେଲେ ସେ ପରେ ମନକୁ ଦୃଢ଼ କରି ପୁଣି ତାଙ୍କ ଲକ୍ଷ୍ୟସ୍ଥଳକୁ ଫେରିଥିଲେ। ଏହାପରେ ସେ ଆଉ ସେହି କୋରିଓଗ୍ରାଫର ସହ କେବେ କାମ କରିନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ତିହିଡି, ୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ରଜ ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଛି। ବାବା ଆଖଣ୍ଡଳମଣିଙ୍କ…

ପୋଡାମରାଇ-ଆଳକଣା ପୋଷ୍ଟ ଅଫିସରେ ମହାଘୋଟାଲା ଆଶଙ୍କା! ପୋଷ୍ଟମାଷ୍ଟର ନିଖୋଜ, ଡାକଘର ଆଗରେ ଜମାକାରୀ….

ଆଳି,୧୫।୬(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ପୋଷ୍ଟଅଫିସ ଅଧୀନରେ ଥିବା ପୋଡାମରାଇ -ଆଳକଣା ଶାଖା ଡାକଘରେ ତାଲା ଝୁଲାଇ ଦେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟମାଷ୍ଟର…

କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର…

୨୦ ଜୁନରେ ଓଡ଼ିଶା ଗସ୍ତରେ ଆସିବେ ମୋଦି: ଜାଣନ୍ତୁ କାର୍ଯ୍ୟସୂଚୀ..

ଭୁବନେଶ୍ୱର, ୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ଭାରତର ସ୍ବାଗତ: ପ୍ରଧାନମନ୍ତ୍ରୀ ମୋଦି କହିଲେ, ମୁଁ ଏହି ଚୁକ୍ତିକୁ…

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ସ୍ବାଗତ କରିଛନ୍ତି। ଏହି ଚୁକ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା…

ବହୁ ଖୋଜାଖୋଜିି ପରେ ବି ମିଳିଲେନି: ଏବେ ଜଙ୍ଗଲରେ…

ଭଞ୍ଜନଗର, ୧୫।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ତାରସିଂ ଥାନା ପୋଲିସ ସୋମବାର ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ…

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି: ପାଣ୍ଡରାସିଙ୍ଗାରେ ରାସ୍ତାରୋକ, ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା

ଗଣିଆ,୧୫।୬: ନୟାଗଡ଼ ଜିଲାର ଗଣିଆ ଅଞ୍ଚଳରେ ଗ୍ୟାରେଜ ମାଲିକ ରବୀନ୍ଦ୍ରଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟିଲୋ–ଗଣିଆ ମୁଖ୍ୟ ରାସ୍ତାର ପାଣ୍ଡରାସିଙ୍ଗା…

ପୋଖରୀର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ମହାକାଳପଡ଼ା,୧୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ମହିଳାମାନେ ପାନୀୟଜଳ ସମସ୍ୟା ଯୋଗୁ ଗଡ଼ିଆ, ପୋଖରୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri