ଏସ୍‌ସିଓ ନୂଆ କ୍ଷମତାକେନ୍ଦ୍ର

ସମରକନ୍ଦ,୧୭।୯: ସୋଭିଏଟ୍‌ ସଂଘର ପୂର୍ବତନ ସଦସ୍ୟ ଉଜ୍‌ବେକିସ୍ତାନରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଏହାକୁ ନୂଆ କ୍ଷମତାକେନ୍ଦ୍ର କହି ପ୍ରଶଂସା କରିଛନ୍ତି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରଠାରୁ ଆମେରିକାର ପରମ ଶତ୍ରୁ ପାଲଟିଥିବା ରୁଷିଆ ଏସ୍‌ସିଓ ସମିଟ୍‌କୁ ଏକ ଓ୍ବାଶିଂଟନ ବିରୋଧୀ ମଞ୍ଚ ରୂପେ ଗଢ଼ି ତୋଳିବାକୁ ଉଦ୍ୟମ କରିଛି। ଏଥିରେ ସାମିଲ ଥିବା ଚାଇନା, ଇରାନ, ତୁର୍କୀ, ବେଲାରୁଷ ଓ ପାକିସ୍ତାନ ମଧ୍ୟ ଆମେରିକା ବିରୋଧୀ ହୋଇଥିବାରୁ ପରୋକ୍ଷରେ ପୁଟିନ୍‌ ଏଥିରୁ ଫାଇଦା ଉଠାଇବାକୁ ଯଥାସମ୍ଭବ ପ୍ରୟାସ ଚଳାଇଛନ୍ତି। ପୁଟିନ୍‌ କହିଛନ୍ତି, ନୂଆ କ୍ଷମତାକେନ୍ଦ୍ରର ପ୍ରଭାବ ବୃଦ୍ଧି ଦିନକୁ ଦିନ ଅଧିକ ସ୍ପଷ୍ଟ ହେବାରେ ଲାଗିଛି।
ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌, ଇରାନ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି, ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୈୟିପ୍‌ ଏର୍ଡୋଗାନ୍‌, ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଲୁକାଶେଙ୍କୋ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫଙ୍କ ସହ ପୁଟିନ୍‌ ଆଲୋଚନା କରିଛନ୍ତି। ଏମାନେ ସମସ୍ତେ ହେଲେ ଆମେରିକା ବିରୋଧୀ। ୟୁକ୍ରେନ୍‌ ଆକ୍ରମଣ ପରେ ରୁଷିଆ ଉପରେ ଆମେରିକା ଓ ୟୁରୋପୀୟ ସଂଘ (ଇୟୁ) ପକ୍ଷରୁ ଅନେକ କଠୋର କଟକଣା ଜାରି କରାଯାଇଛି। ପାଶ୍ଚାତ୍ୟର ଏହି ଉଦ୍ୟମ ସତ୍ତ୍ୱେ ରୁଷିଆ ସମ୍ପୂର୍ଣ୍ଣ ଭାବେ ଏକଘରିକିଆ ହୋଇନାହିଁ ବୋଲି ପୁଟିନ୍‌ ଏସ୍‌ସିଓ ସମ୍ମିଳନୀରେ ଦର୍ଶାଇବାକୁ ଭରପୂର ଉଦ୍ୟମ କରିଛନ୍ତି। ସେପଟେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ପଦ ବଜାୟ ରଖି ତାଇଓ୍ବାନ୍‌ ଦଖଲ ପାଇଁ ସ୍ବପ୍ନ ଦେଖୁଥିବା ଜିନ୍‌ପିଙ୍ଗ୍‌ ମଧ୍ୟ ପରୋକ୍ଷରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ସମର୍ଥନ କରି ଆମେରିକାକୁ ନୂ୍ୟନ ଦେଖାଇବାକୁ ଚାହିଁଛନ୍ତି। ସମରକନ୍ଦ ସମ୍ମିଳନୀରେ ପୁଟିନ୍‌ଙ୍କ ସହ ଆଲୋଚନା ବେଳେ ଜିନ୍‌ପିଙ୍ଗ୍‌ କହିଥିଲେ, ରୁଷିଆ ଓ ଚାଇନାର ପାରସ୍ପରିକ ସ୍ବାର୍ଥ ସାଧନ ନିମନ୍ତେ ମସ୍କୋ ସହ ମହାଶକ୍ତି ଭୂମିକାରେ ଅବତୀର୍ଣ୍ଣ ହେବାକୁ ବେଜିଂ ଆଗ୍ରହୀ। ଏହାର ଉତ୍ତରରେ ପୁଟିନ୍‌ କହିଥିଲେ, ଓ୍ବାନ୍‌ ଚାଇନା ପଲିସିକୁ ଆମେ ଗ୍ରହଣ କରିବା ସହ ତାଇଓ୍ବାନ୍‌ ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପକୁ ନିନ୍ଦା କରୁଛୁ। ଇରାନ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ପୁଟିନ୍‌ଙ୍କୁ କହିଥିଲେ, ଆମେରିକାର କଟକଣା ଆମ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୁତ କରିବ। ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପଛରେ ରହି କଟକଣା ଭୋଗୁଥିବା ବେଲାରୁଷ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ଲୁକାଶେଙ୍କୋ ପାଶ୍ଚାତ୍ୟ ନେତାମାନଙ୍କୁ ନିନ୍ଦା କରିବା ସହ ପୁଟିନ୍‌ ଓ ଜିନ୍‌ପିଙ୍ଗ୍‌ଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଦେଇଛନ୍ତି। ଏସବୁ ଭିତରେ ଆମେରିକା ଏହି ସମ୍ମିଳନୀ ଉପରେ କଡ଼ା ନଜର ରଖିଛି।

୨୦୨୩ରେ ଅଧ୍ୟକ୍ଷତା କରିବ ଭାରତ

ଚଳିତବର୍ଷର ଏସ୍‌ସିଓ ସମ୍ମିଳନୀ ଉଜ୍‌ବେକିସ୍ତାନ ଅଧ୍ୟକ୍ଷତାରେ ଚାଲିଥିବାବେଳେ ୨୦୨୩ରେ ଏଥିରେ ଭାରତ ଅଧ୍ୟକ୍ଷତା କରିବ। ଏଥିପାଇଁ ଉଜ୍‌ବେକିସ୍ତାନ ରାଷ୍ଟ୍ରପତି ଶାଭ୍‌କତ୍‌ ମିର୍ଜିୟୋୟେଭ୍‌ ଶୁକ୍ରବାର ଭାରତକୁ ୮ ସଦସ୍ୟ ବିଶିଷ୍ଟ ଏସ୍‌ସିଓର ଅଧ୍ୟକ୍ଷତା ହସ୍ତାନ୍ତର କରିଛନ୍ତି। ଆମ ରଣନୈତିକ ସହଯୋଗୀ ଭାରତକୁ ଏହି ଦାୟିତ୍ୱପୂର୍ଣ୍ଣ ମିଶନରେ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି ଉଜ୍‌ବେକ୍‌ ବହିର୍ବ୍ୟାପାର ମନ୍ତ୍ରୀ ଭ୍ଲାଡିମିର ନୋରୋଭ୍‌ ଟୁଇଟ୍‌ କରିଛନ୍ତି। ସମରକନ୍ଦ ସମ୍ମିଳନୀରେ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ, ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌, ଇରାନ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ ମଧ୍ୟ ସାମିଲ ଥିଲେ। ଏହି ଅବସରରେ ଜିନ୍‌ପିଙ୍ଗ୍‌ କହିଥିଲେ, ପରବର୍ତ୍ତୀ ବର୍ଷ ଭାରତ ଏସ୍‌ସିଓ ସମ୍ମିଳନୀ ଆୟୋଜନ କରିବ। ଏଥିପାଇଁ ଚାଇନା ସମର୍ଥନ କରିବ। ଭାରତକୁ ଅଭିନନ୍ଦନ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri