ବୈଜ୍ଞାନିକ ଦୃଷ୍ଟିକୋଣ ଓ ସୁସ୍ଥ ସମାଜ

ଏଠି-ସେଠି-ସବୁଠି .. ବିଜ୍ଞାନ ଓ ବିଜ୍ଞାନ। ରଙ୍ଗବେରଙ୍ଗର କପଡ଼ା, ଆସବାବପତ୍ର, ଆୟୋଡିନ୍‌-ଲୁଣ, ଲୋଭନୀୟ ସୁଖମୟ ବସ୍ତ୍ର, ବହୁମୂତ୍ର ଲାଗି ଇନ୍‌ସୁଲିନ୍‌, ସୁଗାର-ଫ୍ରି ବଟିକା, ରୁଚିକର କ୍ୟାପ୍‌ସୁଲ, ପୀଡ଼ାନାଶକ ଇଞ୍ଜେକ୍ସନ୍‌, ଅମ୍ଳନାଶକ ଓ ଜୀବାଣୁନାଶକ ଔଷଧ ସମେତ କୃଷି କ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ସାର ଓ କୀଟନାଶକ ହେଉଛି ବୈଜ୍ଞାନିକ ଗବେଷଣାର ଫଳ ମାତ୍ର। ସମ୍ପ୍ରତି ଆମର ସ୍ବାସ୍ଥ୍ୟରକ୍ଷାଠାରୁ ଆରମ୍ଭକରି ପରିବେଶ ସୁରକ୍ଷା, ଖାଦ୍ୟ ନିରାପତ୍ତା, ଆର୍ଥତ୍କ ପ୍ରଗତି, ଶିକ୍ଷା ଓ ଶିଳ୍ପ ଆଦି ଯାବତୀୟ କ୍ଷେତ୍ରରେ ବିଜ୍ଞାନକୁ ଏକ ଅମୋଘ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ଭବିଷ୍ୟତରେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ବିଜ୍ଞାନର ପ୍ରୟୋଗ ବ୍ୟାପକ ଭାବରେ ବୃଦ୍ଧି ପାଇବ। ପରିବେଶଗ୍ରାହୀ ବ୍ୟବହାରିକ ଉପକରଣ ଓ ବିଭିନ୍ନ ରୋଗର ଔଷଧ ପ୍ରସ୍ତୁତିରେ ବୈଜ୍ଞାନିକ ଗବେଷଣାର ଗୁରୁତ୍ୱ ବଢ଼ିବ। ଆଜି କାଠ ଓ ଧାତୁର ସ୍ଥାନ ପୂରଣ କରିବା ସକାଶେ ପଲିମର୍‌ ଉଦ୍ଭାବନ ହେଉଛି। ନାନୋଟେକ୍‌ନୋଲୋଜି ଦୁନିଆରେ କ୍ଷୁଦ୍ରରୁ ଆହୁରି କ୍ଷୁଦ୍ରତର ଇଲେକ୍ଟ୍ରୋନିକ୍‌ ଉପକରଣ ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଜାରି ରହିଛି। ଲୋକମାନେ କଟର, ମୋବାଇଲ, ଲାପଟପ୍‌ ଓ ପାମ୍‌ଟପ୍‌କୁ ଆଜି ନିଜର ଶରୀର ଓ ସ୍ବାସ୍ଥ୍ୟଠାରୁ ମଧ୍ୟ ଅଧିକ ଗୁରୁତ୍ୱ ଦେଉଛନ୍ତି। ବଡ଼ କଥା – ମରଣଶୀଳ ମଣିଷକୁ ଅମର କରିବା ଦିଗରେ ଭେଷଜ ବିଜ୍ଞାନୀମାନେ ଅଣ୍ଟା ଭିଡିଛନ୍ତି। ବିଜ୍ଞାନର ଅବଦାନ ସମ୍ପର୍କରେ ଏତେ କଥା କହିଲା ପରେ ବିଜ୍ଞାନର ସଂଜ୍ଞା କହିବା ଦରକାର ନାହିଁ।
ଯଦିଓ ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ମଣିଷ ବର୍ତ୍ତମାନର ଯୁଗକୁ ବିଜ୍ଞାନର ଯୁଗ ବୋଲି ଅସ୍ବୀକାର କରିପାରୁନାହିଁ, ତଥାପି ଅନେକ ଦିନରୁ ଚଳି ଆସୁଥିବା ଭ୍ରାନ୍ତ ଧାରଣା ସମାଜରୁ ଦୂର ହୋଇପାରି ନାହିଁ। ଲୋକମାନଙ୍କର ଭ୍ରାନ୍ତ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ବଦଳିନାହିଁ। ସବୁବେଳେ ବୈଜ୍ଞାନିକ ଯନ୍ତ୍ରପାତି ଓ ଆଧୁନିକ ଉପକରଣ ବ୍ୟବହାର କରୁଥିବା ମଣିଷ ବୈଜ୍ଞାନିକ ଦୃଷ୍ଟିକୋଣକୁ ଗୁରୁତ୍ୱ ଦେଉନାହିଁ। ଗୁଣିଗାରେଡି ଓ ମନ୍ତ୍ରତନ୍ତ୍ର ଉପରେ ଏବେବି ଅନେକ ଲୋକ ବିଶ୍ୱାସ କରୁଛନ୍ତି। ମନ୍ତ୍ରତନ୍ତ୍ରର ଭୟ ଅଧିକାଂଶ ମନରୁ ଏଯାଏ ଯାଇନାହିଁ। କୁସଂସ୍କାର-ପାହାଚ ଉପରେ ଚଢ଼ି କିଛି ଲୋକ ଅନବରତ ଭୁଲ୍‌ କରିଚାଲିଛନ୍ତି। ପାରମ୍ପରିକ ଭ୍ରାନ୍ତଧାରଣାର ବଶବର୍ତ୍ତୀ ହୋଇ କିଛି ଲୋକଙ୍କର ଭୟରେ ଦିନ କଟୁଛି। ଆଜି ଅନେକ ଅଞ୍ଚଳ ରହିଛି, ଯେଉଁଠି ଲୋକମାନେ ଡାକ୍ତରଖାନାକୁ ନ ଯାଇ ଗାଁର ଗୁଣିଆ ଓ ତୁଟୁକା ଉପରେ ଭରସା କରୁଛନ୍ତି। ଅନ୍ଧବିଶ୍ୱାସର ଦୁନିଆ ଭିତରେ ବଞ୍ଚିବାକୁ ପସନ୍ଦ କରୁଛନ୍ତି। କେତେକ ଅଞ୍ଚଳରେ ଲୋକମାନେ ନାନାଦି କୁତ୍ସିତ ବିଶ୍ୱାସରେ ଅନ୍ଧ ହୋଇ ପଶୁପକ୍ଷୀ ଓ ଏପରିକି ନିଜର ପୁଅଝିଅକୁ ମଧ୍ୟ ବଳି ଦେଇ ପାରୁଛନ୍ତି। କିନ୍ତୁ ଆଜି ବିଜ୍ଞାନ ଯୁଗରେ ଲୋମାନଙ୍କଠାରୁ ଏଭଳି ଆଚରଣ ଆଶା କରାଯାଏ ନାହିଁ। ଆମେ ବିଜ୍ଞାନଯୁଗର ସଚେତନ ମଣିଷ। ବିଜ୍ଞାନର ଆବିଷ୍କାର ଓ ଉଦ୍ଭାବନ ବଳରେ ନିଜକୁ ଶକ୍ତିଶାଳୀ କରିପାରିଛୁ। ବିଜ୍ଞାନ ଆମକୁ ନିର୍ଭୟ ହେବାର ମନ୍ତ୍ର ଦେଇଛି। ଆଉ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେବା ଦରକାର ନାହିଁ। ଆମେ ବିଜ୍ଞାନ ଉପରେ ସଂପୂର୍ଣ୍ଣ ଭରସା କରିପାରିବା। କେବଳ ଔଷଧୀୟ ଚେରମୂଳି ଓ ବଟିକା ଖାଇ ନିଜ ଶରୀରକୁ ସୁସ୍ଥ ରଖିଲେ ଆମର ସମାଜ ସୁସ୍ଥ ରହିବ ନାହିଁ। ଆମର ଚିନ୍ତାଧାରା, ଉଦ୍ୟମ ଓ ବ୍ୟବହାର ସୁସ୍ଥ ହେଲେ ସାମାଜିକ ସୁସ୍ଥତା ବଜାୟ ରହିବ।
ବିଭିନ୍ନ କୋଣରୁ ଚିନ୍ତା କରୁଥିବା ବ୍ୟକ୍ତି, ଭିନ୍ନ ଭିନ୍ନ ମାନସିକତାର ବ୍ୟକ୍ତି ଓ ବିଭିନ୍ନ ଚଳଣିକୁ ନେଇ ସମାଜ ଗଠିତ। କେତେଜଣ ବିଜ୍ଞାନକୁ ପୂରା ଭରସା କରନ୍ତି। ଆଉ କେତେଜଣ ଅଧାଜ୍ଞାନୀ ନିଜର ସୁବିଧା ପାଇଁ କେତେବେଳେ ବିଜ୍ଞାନକୁ ବ୍ୟବହାର କରନ୍ତି ତ କେତେବେଳେ ନିଜର ସ୍ବାର୍ଥ ପାଇଁ ବିଜ୍ଞାନର ଅପବ୍ୟବହାର କରନ୍ତି। ଆଉ କିଛି ଲୋକ ବିଜ୍ଞାନର ଧାର ଧାରନ୍ତି ନାହିଁ। ତେଣୁ ଏଭଳି ମିଶ୍ରିତ-ମାନସିକତା ରହିଥିବା ସମାଜରେ ଭ୍ରାନ୍ତ ଧାରଣା ବଞ୍ଚତ୍ରହିବା ବିଚିତ୍ର କଥା ନୁହେଁ। କିନ୍ତୁ ବିଜ୍ଞାନ ଯୁଗରେ ଭ୍ରାନ୍ତ ଧାରଣାର ଉପସ୍ଥିତି ଅସୁସ୍ଥ ସମାଜର ପରିଚୟ ଦିଏ। କାହିଁକି ନା, ବିଜ୍ଞାନ ସତ୍ୟତା ଓ ଯୁକ୍ତିରେ ବିଶ୍ୱାସ କରେ। ବିଜ୍ଞାନ ଚିରନ୍ତନ, ବିଜ୍ଞାନ ଜାଗତିକ। ବିଜ୍ଞାନର ପ୍ରୟୋଗିକ ମୂଲ୍ୟ ରହିଛି। ଏହି ପ୍ରୟୋଗ ବଳରେ ଆମର ପ୍ରଗତି ସମ୍ଭବ ହୋଇପାରିଛି। ଆମ ଜୀବନଶୈଳୀରେ ଗଠନମୂଳକ ପରିବର୍ତ୍ତନ ଆସିଛି। ଅପର ପକ୍ଷରେ ଯଦି ଭ୍ରାନ୍ତ ଧାରଣାର କଥା କହିବା, ତେବେ ଭ୍ରାନ୍ତ ଧାରଣା ହୃଦୟକୁ ଦୁର୍ବଳ କରିଦିଏ। ଏହି ଧାରଣା ପଛରେ ଯୁକ୍ତିଯୁକ୍ତ ପ୍ରମାଣ ନ ଥାଏ। ଏହା ଆମର ଗଠନମୂଳକ ଉନ୍ନତିରେ ସହାୟତା କରିପାରିବ ନାହିଁ। ମିଠାଦହି ଖାଇ ପରୀକ୍ଷା ଦେବାକୁ ଗଲେ ପିଲା ପାସ୍‌ କରିବେ ବୋଲି ଲୋକଙ୍କର ଧାରଣା ରହିଛି। ଯଦି ତାହା ସତ, ତେବେ ନିଟ୍‌ ଓ ଜେଇଇ ପରୀକ୍ଷା ଦିନ ମିଠାଦହିର ଅଭାବ ଦେଖାଯିବା କଥା। ଡାକ୍ତରୀ ଓ ଇଞ୍ଜିନିୟରିଂ ପାଉଥିବା ପିଲାଏ ମିଠାଦହିକୁ ନିଜ ସଫଳତାର ରହସ୍ୟ ବୋଲି କହିବା କଥା। ଘରୁ ବାହାରିବା ସମୟରେ କିଏ ଛିଙ୍କିଦେଲେ କିମ୍ବା ବିଲେଇ ରାସ୍ତାକାଟିଲେ ଅନୁକୂଳ ବିଗିଡିଯିବ ବୋଲି ଲୋକେ ଭାବନ୍ତି। ଜୀବ ବଳି ଦେଲେ ଫସଲ ଭଲ ହେବ ଓ ଗୁଣିଆ ମନ୍ତ୍ର କହି ସାପ ବିଷ ଝାଡ଼ିପାରିବା ଭଳି ଧାରଣା ଏବେବି ବଞ୍ଚିଛି। ଏସବୁର କାରଣ ବୈଜ୍ଞାନିକ ମନୋଭାବ ଓ ସଚେତନତାର ଅଭାବ। କୌଣସି କଥାକୁ ବିଶ୍ୱାସ କରିବା ପୂର୍ବରୁ ତା’ ପଛରେ ରହିଥିବା ଯୁକ୍ତି ଓ ବୈଜ୍ଞାନିକ ମହତ୍ତ୍ୱକୁ ତର୍ଜମା କଲେ ସମାଜରେ ଭ୍ରାନ୍ତ ଧାରଣା ଓ ଅନ୍ଧବିଶ୍ୱାସ ରହିବ ନାହିଁ। ମାଆ ନିଜ ପିଲାକୁ ପରୀକ୍ଷା ଦିନ ମିଠାଦହି ନ ଦେଇ ପିଲାର ମନରୁ ପରୀକ୍ଷାର ଭୟ ଦୂର କରିବା କଥା ଥରେ ଚିନ୍ତା କରନ୍ତୁ। ଛିଙ୍କ ଏକ ସାଧାରଣ ପ୍ରକ୍ରିୟା ବୋଲି ଲୋକମାନେ ହୃଦୟଙ୍ଗମ କରନ୍ତୁ। ନେଉଳ ପରି ବିଲେଇ ବି ଲୋମଶ ପ୍ରାଣୀ। ନେଉଳ ଯଦି ଶୁଭ, ତେବେ ବିଲେଇ କେମିତି ଅଶୁଭ, ସେକଥା ଥରେ ଭାବନ୍ତୁ। ସାପ ବିଷକୁ କେବଳ ଆଣ୍ଟି-ଭେନମ୍‌ ଇଞ୍ଜେକ୍ସନ୍‌ କାଟି ପାରିବ ବୋଲି ସମସ୍ତେ ବୁଝନ୍ତୁ। ସବୁ ଧାରଣାର ଏଭଳି ତର୍ଜମା କଲେ ସୁସ୍ଥ ସମାଜ ଗଠନ ହେବ।
ବିଜ୍ଞାନ ଅନ୍ଧ ନୁହେଁ, ବରଂ ନିଜର ଦିବ୍ୟଚକ୍ଷୁ ଦ୍ୱାରା ସତ୍ୟର ସନ୍ଧାନ ଦିଏ। ବିଜ୍ଞାନ ବଳିଷ୍ଠ ଯୁକ୍ତି ଓ ପ୍ରମାଣ ଖୋଜେ। ବିଜ୍ଞାନକୁ ଭଲ ପାଉଥିବା ମଣିଷ ଭ୍ରାନ୍ତ ଧାରଣାକୁ ନିଜ ମନରୁ ଦୂରେଇ ପାରିବ। ସତ୍ୟର ସନ୍ଧାନ ଦେଉଥିବା ବିଜ୍ଞାନର ବାର୍ତ୍ତା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ତେବେ ଯାଇ ରାସାୟନିକ ପଦାର୍ଥ ବ୍ୟବହାର କରି ହୋମକୁଣ୍ଡରୁ ନିଆଁ ବାହାର କରି ସାଧାରଣ ଜନତାଙ୍କୁ ଠକୁଥିବା ଭଣ୍ଡବାବାମାନଙ୍କର ଅସଲ ରୂପ ପଦାରେ ପଡ଼ିବ। ଯାଦୁଗର ବିଜ୍ଞାନ ଓ ବୈଜ୍ଞାନିକ ଜ୍ଞାନକୌଶଳ ବ୍ୟବହାର କରି ଲୋକଙ୍କୁ ଚମକାଇ ଦିଏ। ଭଣ୍ଡବାବା ବୈଜ୍ଞାନିକ ଜ୍ଞାନର ପ୍ରୟୋଗ କରି ନିଜକୁ ଭଗବାନ ବୋଲି ଦାବି କରେ। କିନ୍ତୁ ଅନନ୍ତ ଜ୍ଞାନକୌଶଳର ଅଧିକାରୀ ବିଜ୍ଞାନ ସବୁବେଳେ ପ୍ରକୃତିକୁ ନିଜ ମାଆର ଆସନ ଦିଏ। ବିଜ୍ଞାନର ବାର୍ତ୍ତା ମାଧ୍ୟମରେ ସମାଜରୁ ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଏବଂ ସୁସ୍ଥ ସମାଜ ଗଠନ ପାଇଁ ଗବେଷଣାରତ ବୈଜ୍ଞାନିକମାନେ ଆଗେଇ ଆସନ୍ତୁ। ଗବେଷଣାର ଆଭିମୁଖ୍ୟ ସମ୍ପର୍କରେ ସରଳ ଭାଷାରେ ସାଧାରଣ ଲୋକଙ୍କୁ ସେମାନେ ବୁଝେଇ ଦିଅନ୍ତୁ। ତେବେ ଯାଇ ଲୋକମାନଙ୍କର ବିଜ୍ଞାନ ଓ ବୈଜ୍ଞାନିକ ପ୍ରତି ଆନ୍ତରିକତା ବୃଦ୍ଧି ପାଇବ। ବିଜ୍ଞାନ ଓ ବୈଜ୍ଞାନିକମାନଙ୍କ ସହାୟତାରେ ସାଧାରଣ ଲୋକଟିଏ ସମାଜର ବିଭିନ୍ନ କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ସ୍ବର ଉଠେଇ ପାରିବ। ସାମାଜିକ ସଂସ୍କାର ସମାଜକୁ ସୁସ୍ଥ ରଖିବ।

  • ଡ. କମଳାକାନ୍ତ ଜେନା
    ଓଡ଼ିଶା ଶିକ୍ଷା ସେବା, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ,
    ମୋ:୯୪୩୯୫୦୧୬୫୧

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri