ଜାନୁୟାରୀ ୧୮ରୁ ରାଜଧାନୀରେ ଖୋଲିବ ସ୍କୁଲ: ଉପସ୍ଥାନ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୮ଠାରୁ ରାଜଧାନୀ ଦିଲ୍ଲୀରେ ସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ସ୍କୁଲକୁ ଅଭିଭାବକଙ୍କ ଅନୁମତି ନେଇ ଆସିପାରିବେ। ତେବେ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ। ଛାତ୍ରୀଛାତ୍ରମାନେ ଚାହିଁଲେ ସ୍କୁଲ ଆସିପାରିବେ। ଅନ୍‌ଲାଇନ୍‌ ପାଠପଢ଼ା ପୂର୍ବ ପରି ଜାରି ରହିବ ବୋଲି ଜାରି ହୋଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୧୬ଠାରୁ ରାଜ୍ୟରେ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ସ୍କୁଲଗୁଡ଼ିକରେ କରୋନା ମାର୍ଗଦର୍ଶିକାକୁ ପାଳନ କରାଯିବା ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱାରୋପ କରାଯାଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଲହରରେ କରୋନା ନେଲାଣି ୪୨୦ ଡାକ୍ତରଙ୍କ ଜୀବନ …

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଦ୍ୱିତୀୟ ଲହରରେ...

ଆଜି ମଧ୍ୟପ୍ରଦେଶ ଷ୍ଟାର୍ଟଅପ ନୀତିର ଶୁଭାରମ୍ଭ କରିବେ ମୋଦି

ଭୋପାଲ,୧୩।୫: ମଧ୍ୟପ୍ରଦେଶ ଷ୍ଟାର୍ଟଅପ ସମ୍ମିଳନୀ ଶୁକ୍ରବାର ସଂଧ୍ୟା ୭ଟାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଷ୍ଟାର୍ଟଅପ ନୀତିର ଶୁଭାରମ୍ଭ...

ହୃଦୟ ଜିତିଲେ କୁନି ପ୍ରଚାରକ

ଚଣ୍ଡିଗଡ,୧୦।୨: ପଞ୍ଜାବର ମ୍ୟୁନିସିପାଲିଟି ନିର୍ବାଚନରେ ଆମ ଆଦମୀ ପାର୍ଟିର ଜଣେ କୁନି ପ୍ରଚାରକ ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଘର ଘର ବୁଲି ପ୍ରଚାର...

ମାର୍ଚ୍ଚ ୩୧ରେ ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ…

ନୂଆଦିଲ୍ଲୀ, ୨୬।୩ : କଂଗ୍ରେସ ପକ୍ଷରୁ ମାର୍ଚ୍ଚ ୩୧ରେ ‘ମହଙ୍ଗା ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। କଂଗ୍ରେସର ମହାସଚିବ ଏବଂ...

ରମଜାନ ଇଦ୍‌ ପାଳନରେ ବାଧା ଦେବନି ଏମ୍‌ଏନ୍‌ଏସ୍‌

ମୁମ୍ବାଇ,୩।୫: ମୁସଲମାନମାନେ ମଙ୍ଗଳବାର ନିର୍ବିଘ୍ନରେ ରମଜାନ ଇଦ୍‌ ପାଳନ କରିବେ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ ସୋମବାର ଘୋଷଣା କରିଛନ୍ତି।...

ପୁଅର ନାମ ଲକ୍‌ଡାଉନ୍‌

ଲକ୍ଷ୍ନୌ: ସମଗ୍ର ବିଶ୍ୱରେ କରୋନା ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ସାରା ଦେଶରୁ କରୋନା କବଳରୁ ଲୋକଙ୍କୁ ରକ୍ଷା କରିବାକୁ ସରକାର ସବୁଆଡେ ଲକ୍‌ଡାଉନ୍‌ ଘୋଷଣା...

ମୋଦିଙ୍କ ନିମନ୍ତ୍ରଣ ରକ୍ଷା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଗଣତନ୍ତ୍ର ଦିବସରେ ହେବେ ଅତିଥି

ନୂଆଦିଲ୍ଲୀ,୧୫ ।୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆଗାମୀ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ଭାରତର ମୁଖ୍ୟ ଅତିଥି ହେବେ ବୋଲି ଜଣାପଡିଛି ।...

ଏହି ରାଜ୍ୟରେ ଡିଜେଲରେ କମିଲା ୧୯ ଟଙ୍କା

ବେଙ୍ଗାଲୁରୁ,୪।୧୧: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ୍‌ ଡ୍ୟୁଟିରେ କିଛି ଛାଡ଼ କରିବା ପରେ ଭାଜପା ଶାସିତ ୧୦ ରାଜ୍ୟରେ ମଧ୍ୟ ଭ୍ୟାଟ...

Advertisement
Archives

Model This Week