ସ୍କୁଲ ବନ୍ଦ ହୋଇପାରେ

ଭୁବନେଶ୍ୱର, ୮।୯(ବ୍ୟୁରୋ):ରାଜ୍ୟରେ ଏବେ କରୋନା ସଂକ୍ରମଣ ପ୍ରାୟତଃ ସ୍ଥିର ରହିଛି। କିନ୍ତୁ ପିଲାଙ୍କ ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍‌ ବର୍ଗର ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ମୋଟ ସଂକ୍ରମଣର ପ୍ରାୟ ୧୫%।
ରାଜ୍ୟରେ କରୋନା ସଂକ୍ରମଣର ତୃତୀୟ ଲହର ଦେଖିବାକୁ ମିଳି ନ ଥିଲେ ହେଁ ପ୍ରତିଦିନ ପିଲାମାନେ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି। ଢେଙ୍କାନାଳ ଓ ବରଗଡ଼ରେ ୨ଟି ସ୍କୁଲର ୩୪ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ପାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଅନ୍ୟପକ୍ଷରେ ଡିଏମ୍‌ଇଟି ସି.ବି.କେ. ମହାନ୍ତି ପିଲାଙ୍କ ସଂକ୍ରମଣ ପାଇଁ ପରିବାରଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି। ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥିଲେ ନ ଲୁଚାଇ ଜଣାଇବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଅଭିଭାବକ ଏସବୁ ତଥ୍ୟ ନ ଜଣାଇଲେ ପରିସ୍ଥିତି ଭୟାନକ ହେବ। ଏପରି କି ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ ବୋଲି ଡିଏମ୍‌ଇଟି କହିଛନ୍ତି।
ରାଜ୍ୟରେ ଶିଶୁଙ୍କ ସଂକ୍ରମଣ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ସ୍କୁଲରେ ସଂକ୍ରମଣ ବଢ଼ିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା। କେତେ ଶିଶୁଙ୍କ ପାଖରେ ଲକ୍ଷଣ ଅଛି, କେତେ ଗୁରୁତର ତାହା ଦେଖିବାକୁ ପଡ଼ିବ। ସର୍ଭିଲାନ୍ସକୁ କଡ଼ାକଡ଼ି କରିବା ଛଡ଼ା ଆଉ କିଛି ଅଲଗା ବାଟ ନାହିଁ। ଯଦି ଶିଶୁଙ୍କ ପାଖରେ କୋଭିଡ୍‌ ଲକ୍ଷଣ ରହୁଛି, ତା’ହେଲେ ସ୍କୁଲ ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ, ଆଇସିୟୁରେ ୨% ଶିଶୁ ଚିକିତ୍ସାଧୀନ ଅଛନ୍ତି। ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି। ଅଧିକାଂଶ ପିଲା ମାଇଲ୍ଡ ବା ସ୍ବଳ୍ପ ସଂକ୍ରମିତ ହୋଇଛନ୍ତି। ଦ୍ୱୈତନଗରୀରେ ଆର୍‌ ଭ୍ୟାଲୁ ୧ ପ୍ରତିଶତ ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ଘଣ୍ଟାରେ ରାଜ୍ୟରେ ୫୭,୩୦୩ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୮ ଜିଲାରୁ ୬୩୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣ ପୁଣି ୧% ବଢ଼ି ୧.୧୧%କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରେ ୩୭୨ ଜଣ ଥିବାବେଳେ ୨୬୬ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୪୫ ଓ କଟକରୁ ୬୬ ଜଣ ଥିବାବେଳେ ବାକି ୨୬ ଜିଲାରୁ ସଂକ୍ରମିତଙ୍କ ସଂଖ୍ୟା ୫୦ ତଳେ ରହିଛି। ଫଳରେ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୧୦,୧୨,୮୦୫କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ଆଉ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନୁଗୋଳ, କଟକ, ଖୋର୍ଦ୍ଧାରୁ ୨ଜଣ ଲେଖାଏ ଓ ପୁରୀରୁ ଜଣେ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁସଂଖ୍ୟା ୮,୦୬୨କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri