ଦୀପାବଳି ପୂର୍ବରୁ ଖୋଲିବନି ସ୍କୁଲ !

ମୁମ୍ବାଇ, ୧୧।୧୦: ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସ୍କୁଲ ଗୁଡ଼ିକୁ ବନ୍ଦ ରଖାଯାଇଛି। ତେବେ ଦୀପାବଳି ପୂର୍ବରୁ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ ବୋଲି ରାଜ୍ୟ ସ୍କୁଲ ଶିକ୍ଷାମନ୍ତ୍ରୀ ବର୍ଷା ଗାଏକ୍ୱାଡେ ସୂଚନା ଦେଇଛନ୍ତି। ଦୀପାବଳି ନଭେମ୍ବର ୧୪ରେ ପଡୁଛି। ଏହା ପରେ ସ୍ଥିିତିକୁ ଦୃଷ୍ଟିରେ ରଖି ବିଚାର କରାଯିବ ବୋଲି ସେ କହିଛନ୍ତି। ରାଜ୍ୟରେ ମାର୍ଚ୍ଚ ୧୬ଠାରୁ ସମସ୍ତ ସ୍କୁଲ ବନ୍ଦ ରହିଛି। କେନ୍ଦ୍ର ସରକାର ଅକ୍ଟୋବର ୧୫ଠାରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଅନୁମତି ଦେଇଥିଲେ। ମାତ୍ର ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଉଦ୍‌ବେଗ ଜନକ ରହିଛି। ତେଣୁ ସ୍କୁଲ ଖୋଲିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଅଭିଭାବକମାନେ ମଧ୍ୟ ସ୍କୁଲ ଖୋଲିବା ସପକ୍ଷରେ ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଇତିମଧ୍ୟରେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ୧୭ ହଜାର ୪୩୪ରେ ପହଞ୍ଚିଛି। ସେହିପରି ମୃତ୍ୟୁ ୪୦ ହଜାର ୪୦ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଏମ୍‌ୟୁରେ କରୋନା ତାଣ୍ଡବ: ୨୨ ଦିନରେ ୧୯ ପ୍ରଫେସରଙ୍କ ମୃତ୍ୟୁ…

ଅଲିଗଡ଼,୧୩।୫: କକରୋନା ମହାମାରୀ ସଂକ୍ରମଣ ଯୋଗୁ ଅଲିଗଡ଼ ମୁସଲିମ୍‌ ୟୁନିଭରସିଟି(ଏଏମ୍‌ୟୁ)ରେ ଆତଙ୍କ ସୃଷ୍ଟି ହୋଇଛି। ଗତ ୨୨ ଦିନମଧ୍ୟରେ ୧୯ ଜଣ ପ୍ରଫେସରଙ୍କ ମୃତ୍ୟୁ କରୋନାରେ...

କଂଗ୍ରେସ ବିଧାୟକ ଦଳର ନେତା ହେଲେ ବାଲାସାହେବ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳର ନେତାଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ। ମଙ୍ଗଳବାର ମୁମ୍ବାଇର ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ...

ବିଏସ୍‌ଏଫ୍‌ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

ଅମୃତସର,୭।୪: ପଞ୍ଜାବର ଅମୃତସରରେ ଥିବା ଭାରତ-ପାକିସ୍ତାନ ସୀମାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ବିଏସ୍‌ଏଫ୍‌ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ସ୍ଥାନୀୟ ଲୋପୋକେ...

କମଲନାଥଙ୍କୁ ଡ୍ରୋନ ପ୍ଲେନ ମାଗିଲେ କମ୍ପ୍ୟୁଟର ବାବା

ଭୋପାଳ,୨୬।୬: ଚଳିତ ବର୍ଷ ଭୋପାଳରେ କମଲନାଥ ସରକାରଙ୍କ ଦ୍ୱାରା ରିଭର ଟ୍ରଷ୍ଟର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଥିବା କମ୍ପ୍ୟୁଟର ବାବା ରାଜ୍ୟ ସଚିବାଳୟରେ ଏକ କାର୍ଯ୍ୟାଳୟ...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୬।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୮,୯୪୯ଟି...

ମାୟାବତୀଙ୍କ ଭାଇଙ୍କ ଘରେ ଆୟକର ଚଢ଼ାଉ: ୪ ଶହ କୋଟିର ପ୍ଲଟ୍‌ ସିଲ

ଲକ୍ଷ୍ନୌ,୧୮।୭: ବିଏସ୍‌ପି ଅଧ୍ୟକ୍ଷା ମାୟାବତୀଙ୍କ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହା ଅନ୍ତର୍ଗତ ଉତ୍ତରପ୍ରଦେଶ ନୋଏଡ଼ାଠାରେ ଥିବା ତାଙ୍କର ୪ଶହ...

ଦ୍ରୌପଦୀ ହେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୭: ରାଇସିନା ହିଲ୍‌ରେ ଚମକିବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଗୁରୁବାର ଦେଶର ୧୫ତମ ରାଷ୍ଟ୍ରପତି ଭାବେ ପ୍ରଥମ ଓଡ଼ିଆ ଓ ଆଦିବାସୀ ମହିଳା ଦ୍ରୌପଦୀ...

୪୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୭।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ...

Advertisement
Archives

Model This Week