‘ସ୍କୁଲ ରୂପାନ୍ତରଣ ପିଲାଙ୍କ ସ୍ବପ୍ନରେ ଡେଣା ଯୋଡ଼ିଛି’

ଭୁବନେଶ୍ୱର, ୫।୬(ବ୍ୟୁରୋ): ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା’ଭିତରେ ଭରି ରହିଛି ବିପୁଳ ସମ୍ଭାବନା। ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ଼ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତରଣ ପିଲାମାନଙ୍କର ଏହି ସ୍ବପ୍ନରେ ଡେଣା ଯୋଡ଼ିପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶନିବାର ଦ୍ବିତୀୟ ପର୍ଯ୍ୟାୟର ତୃତୀୟ ଦିବସରେ ମୁଖ୍ୟମନ୍ତ୍ରୀ ୫ଟି ଜିଲାର ୪୪୦ ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି। ଏଥି ମଧ୍ୟରେ କେନ୍ଦୁଝର ଜିଲାର ୧୪୫ ହାଇସ୍କୁଲ, ସୁନ୍ଦରଗଡ଼ର ୧୮୦, ରାୟଗଡ଼ାର ୭୦ ଓ ନୂଆପଡ଼ାର ୪୫ ହାଇସ୍କୁଲ ରହିଛି। ଏହାକୁ ମିଶାଇ ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୨୯୦୮ ହାଇସ୍କୁଲର ରୂପାନ୍ତରଣ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ସ୍କୁଲ ରୂପାନ୍ତରଣ ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି। ତେଣୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି। ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହେବ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତରଣ ଆଣିଥାଏ। ତେଣୁ ଜୀବନର ଏ ଗୁରୁତ୍ୱପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କରି ନିଜ ପାଇଁ, ପରିବାର ପାଇଁ ଓ ପ୍ରିୟ ଓଡ଼ିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଏଥିସହ ପିଲାମାନଙ୍କୁ ୫-ଟି ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ, ଟେକ୍ନୋଲୋଜି, ଟିମ୍‌ ୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ରୂପାନ୍ତର ଆସେ। ଏ ରୂପାନ୍ତରଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷୟିତ୍ରୀଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
କାର୍ଯ୍ୟକ୍ରମରେ ବିଧାୟକ ପ୍ରେମାନନ୍ଦ ନାୟକ, ଜଗନ୍ନାଥ ସାରକା, ରାଜେନ୍ଦ୍ର ଢୋଲକିଆ ଓ ସାରଦା ପ୍ରସାଦ ନାୟକ ପ୍ରମୁଖ ଉଦବୋଧନ ଦେଇ ମାନବ ସମ୍ବଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦର୍ଶୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ। ୫-ଟି ସଚିବ ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଆଲୋଚନାରେ ଭାଗ ନେଇ କେନ୍ଦୁଝରରୁ ଲକ୍ଷ୍ମୀ, ରାୟଗଡ଼ାରୁ କସ୍ତୁରୀ, ନୂଆପଡ଼ାରୁ ଶୁଭଶ୍ରୀ ଓ ସୁନ୍ଦରଗଡ଼ରୁ ଦେବରାଜ ପ୍ରମୁଖ ଛାତ୍ରୀଛାତ୍ର ସ୍କୁଲ ରୂପାନ୍ତରଣକୁ ନେଇ ସେମାନଙ୍କ ଅନୁଭବ ବର୍ଣ୍ଣନା କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିବାବେଳେ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚ ଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡି ରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?