ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ନିୟମରେ ପରିବର୍ତ୍ତନ… 

ଭୁବନେଶ୍ୱର,୧୯।୩: ଆଗମୀ ଦିନରେ ରାଜ୍ୟରେ  ଗ୍ରୀଷ୍ମ ପ୍ରବାହ ବଢ଼ିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏବେଠୁ ପ୍ରସ୍ତୁତ ହୁଅ । ସ୍କୁଲ ସମୟ ସାରଣୀରେ ପରିବର୍ତ୍ତନ କର । ଏପରି ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ସାଧାରଣ ନିର୍ବାଚନକୁ ଆଖିରେ ରଖି ଗ୍ରୀଷ୍ମ ପ୍ରବାହ ପଦକ୍ଷେପ ନେବାକୁ ସମସ୍ତ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ଏଥିରେ ଗ୍ରୀଷ୍ମ ପ୍ରବାହ ପାଇଁ ଆବଶ୍ୟକ ପଦକ୍ଷେପ ସହ ପାନୀୟ ଜଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଅସ୍ଥାୟୀ ଆଶ୍ରୟସ୍ଥଳୀ, ସ୍କୁଲ ଓ ପବ୍ଲିକ ଶିକ୍ଷାନୁଷ୍ଠାନର ସମୟର ସାରଣୀରେ ପରିବର୍ତ୍ତନ କରାଯାଇଛି। ଉନ୍ନତମାନର ମେଡିକାଲ ଜରୁରୀକାଳୀନ ସେବା ଏବଂ ଜନତାଙ୍କ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି ।
ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରାଯାଇଥାଏ । ସକାଳ ୭ଟାରୁ ୧୧ ମଧ୍ୟରେ ସ୍କୁଲ ହୁଏ । ଏପରିକି ଗତବର୍ଷ ଖରା ଲାଗି ରାଜ୍ୟ ସରକାର ବାଧ୍ୟ ହୋଇ ସ୍କୁଲ ଛୁଟି ଘୋଷଣା କରିଥିଲେ । ଚଳିତବର୍ଷ ମାର୍ଚ୍ଚ ପହିଲାରୁ ଟାଣ ଖରା ହେଲାଣି । ମାତ୍ର ଏଯାଏ ସକାଳୁଆ ସ୍କୁଲ ହୋଇନାହିଁ ।
ମାର୍ଚ୍ଚ ୧୫ରୁ ୨୦ ଯାଏ ସରକାରୀ ସ୍କୁଲରେ ପରୀକ୍ଷା ଚାଲିଥିବାରୁ ସକାଳ ୭ଟାରୁ ୧୧ଟା ଯାଏ ସ୍କୁଲ ଖୋଲାରହୁଛି । ମାତ୍ର ଅନ୍ୟ ବେସରକାରୀ ଓ ଘରୋଇ ସ୍କୁଲ ଏବେ ବି ଦିନ ସାରା ଖୋଲାଯାଉଛି,  ୧୦ଟା ପରେ ପରୀକ୍ଷା ହେଉଛିି । ୨୦ ତାରିଖରେ ପରୀକ୍ଷା ଶେଷ ହେଲେ ପୁଣି ୧୦ଟାରୁ ସ୍କୁଲ ଆରମ୍ଭ ହେବ ବୋଲି ଶିକ୍ଷକମାନେ କହୁଛନ୍ତି । ଗରମରେ ପିଲାମାନେ କିପରି ପିବେ ତାହାକୁ ନେଇ ଅଭିଭାବକମାନେ ପ୍ରଶ୍ନ କରୁଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିବ…

ଗଞ୍ଜାମ ,୨୨।୬(ବିଦ୍ୟାଧର ସାହୁ ) : ଅଜଣା ଗାଡି ଧକ୍କାରେ ଶନିବାର ଗଞ୍ଜାମ ଅଞ୍ଚଳର ଅନିଲ ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri