ବିଦ୍ୟାଳୟ ନବୀକରଣ କାର୍ଯ୍ୟର ହିସାବ ନାହିଁ

ପାରାଦୀପ,୧୨।୨(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିବର୍ଷ ଅନେକ ସରକାରୀ କାର୍ଯ୍ୟାଳୟ ମରାମତି, ନବୀକରଣ, ରୂପାନ୍ତରୀକରଣ କରାଯାଇଛି। ଏଥିସହ କିଛି ନୂତନ ସରକାରୀ ଅନୁଷ୍ଠାନ ନିର୍ମାଣ ଚାଲିଛି। ଅପରପକ୍ଷେ ଅନେକ ସମୟରେ ଏନେଇ ସୂଚନା ଅଧିକାର ଆଇନ ଜରିଆରେ ତଥ୍ୟ ମଗାଇଲେ ସନୋଷଜନକ ଉତ୍ତର ମିଳୁନାହିଁ।
ପାରାଦୀପର ଏକାଧିକ ସରକାରୀ ଘର ଗତ ୨୦୧୮ ରୁ ଏପର୍ଯ୍ୟନ୍ତ ଲଗାତାର ମରାମତି, ରୂପାନ୍ତରୀକରଣ ଚାଲିଛି। ଉଦାହରଣସ୍ବରୂପ ସଞ୍ଜୟଗାନ୍ଧୀ ସରକାରୀ ବିଦ୍ୟାଳୟ, ସର୍କିଟ ହାଉସ, ପାରାଦୀପ କଲେଜ, ଏନ୍‌ଏସି ହାଇସ୍କୁଲ, ଏନ୍‌ଏସି ବାଳିକା ବିଦ୍ୟାଳୟରେ ଗତ ୪ବର୍ଷ ହେଲା ମରାମତି କାର୍ଯ୍ୟ ଚାଲିଛି। ଗତବର୍ଷ ଏପ୍ରିଲ ୨୮ରେ ସଞ୍ଜୟଗାନ୍ଧୀ ବିଦ୍ୟାଳୟକୁ ସେଠାରେ ହୋଇଥିବା ନବୀକରଣ କାର୍ଯ୍ୟ ସମ୍ପର୍କରେ ଜନସୂଚନା ଆଇନ ଜରିଆରେ ତଥ୍ୟ ମଗାଯାଇଥିଲା। ଏହି ବିଦ୍ୟାଳୟକୁ କେତେଥର ମରାମତି ହୋଇଛି ଏବଂ ସେଥିପାଇଁ କେତେଟଙ୍କା ଖର୍ଚ୍ଚ ହୋଇଛି ସେନେଇ ତଥ୍ୟ ଦେବାକୁ ଉଲ୍ଲେଖ କରାଯାଇଥିଲା। ୨୦୨୨ ମେ’୨୭ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମାରୀ ପରିଡା ଦେଇଥିବା (ଚିଠି ନଂ. ୫୨) ଉତ୍ତରରେ ଦର୍ଶାଇଥିଲେ ଯେ, ୨୦୧୮ ରୁ ୨୦୨୨ମଧ୍ୟରେ ଏକାଧିକ ଥର ମରାମତି କରାଯାଇଛି। ଏଥିପାଇଁ ମୋ ସରକାର ଯୋଜନାରୁ ଆସିଥିବା ୧୫ ଲକ୍ଷ ଟଙ୍କା ଆମେ ପାରାଦୀପ ପୌରପାଳିକାକୁ ଦେଇଥିଲୁ। ସେମାନେ କେମିତି ଓ କେତେ ଟଙ୍କା ଖର୍ଚ୍ଚ କଲେ ତା’ର ହିସାବ ଆମ ପାଖରେ ନାହିଁ। ଏହାଛଡ଼ା ପୂର୍ତ୍ତ ବିଭାଗ ମଧ୍ୟ କେତେଥର ମରାମତି କରିଛି। ଏହାପରେ ପାରାଦୀପ ପୌରପାଳିକାକୁ ଜନସୂଚନା ଅଧିକାର ଆଇନ ଜରିଆରେ ବିଦ୍ୟାଳୟ ପାଇଁ ତଥ୍ୟ ମଗାଯାଇଥିଲା। ୮୫ ପୃଷ୍ଠା ତଥ୍ୟରେ ପୌରପାଳିକା ପକ୍ଷରୁ ସୂଚନା ମିଳିଛି (ଚିଠି ନଂ. ୨୨୩୭) ଯେ, ସଞ୍ଜୟଗାନ୍ଧୀ ବିଦ୍ୟାଳୟ ମରାମତି କାର୍ଯ୍ୟ ପାଇଁ ୩୨ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଫାଇନାଲ ବିଲ୍‌ ଠିକାଦାରଙ୍କୁ ଦିଆଯାଇନାହିଁ। ଅଲଗା ଭାବେ ୭.୮୦ ଲକ୍ଷ ଟଙ୍କା ବିନିମୟରେ ଶୌଚାଳୟ ହୋଇଛି। ସୂଚନାଯୋଗ୍ୟ ଯେ, ଏହି ବିଦ୍ୟାଳୟ ମରାମତି ନବୀକରଣ, ରୂପlନ୍ତରୀକରଣ କାମ ୨୦୧୮ରୁ ଚାଲିଛି। ପ୍ରଥମେ ସର୍ବଶିକ୍ଷା ଯୋଜନା ଅଧୀନରେ ଏଥିପାଇଁ ପ୍ରାୟ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୯ରେ ପୂର୍ତ୍ତ ବିଭାଗ ପକ୍ଷରୁ ଛାତ ମରାମତି କାର୍ଯ୍ୟ ପାଇଁ ୨୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା। ୨୦୨୦ରେ କୋଭିଡ୍‌ ଡିଜାଷ୍ଟର ପାଣ୍ଠି ଜରିଆରେ ଲକ୍ଷାଧିକ ଖର୍ଚ୍ଚ କରାଯାଇଥିଲା। ୨୦୨୧ରେ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିଲା। ଏହାପରେ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ରୂପାନ୍ତରୀକରଣ କରାଯାଇଥିଲା। ଏଥିରେ ୩୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଲାଣି। ଚଳିତ ବର୍ଷ ସ୍କୁଲ କଣ୍ଟିଜେନ୍ସ ଫଣ୍ଡରେ ମରାମତି କାମ ଚାଲିଛି। ଏଭଳି ଭାବେ ବିଭିନ୍ନ ବିଭାଗ ଓ ବିଭନ୍ନ ଯୋଜନାରେ ଏହି ବିଦ୍ୟାଳୟ ପାଇଁ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହେଲାଣି। ସବୁଠାରୁ କୌତୂହଳ କଥାହେଲା ସମସ୍ତ ଯୋଜନା ଏବଂ ଭିନ୍ନ ଭିନ୍ନ ବିଭାଗର କାମ ଜଣେ ଠିକାଦାର କରୁଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି। ଏହାସତ୍ତ୍ୱେ ବିଦ୍ୟାଳୟର ପ୍ରକୃତ ଖର୍ଚ୍ଚ ସମ୍ପର୍କିତ ଚୂଡାନ୍ତ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଉନାହିଁ।
ବିଭାଗର ଜଗତ୍‌ସିଂହପୁର କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଜାଣିବା ପାଇଁ ୨୦୨୨ ଜୁନ ୭ରେ ଜନସୂଚନା ଅଧିକାର ଆଇନ ଜରିଆରେ ତଥ୍ୟ ମଗାଯାଇଥିଲା। ଧାର୍ଯ୍ୟ ସମୟରେ କୌଣସି ଉତ୍ତର ମିଳିଲା ନାହିଁ। ପୁଣି ସେହିବର୍ଷ ଜୁଲାଇ ୨୬ରେ ପ୍ରଥମ ଅପିଲ କରାଯାଇଥିଲା। ଏହି ଅପିଲ ପରେ ପୂର୍ତ୍ତ ବିଭାଗ ଅଗଷ୍ଟ ୫ ରେ ଜଣାଇଥିଲେ(ଚିଠି ନଂ.୨୮୯୬)ଯେ, ପାରାଦୀପ ପୌରାଞ୍ଚଳରେ ଆମ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟ ୪ ବର୍ଷ ହେଲା କରାଯାଇନାହିଁ। ଏହି ଚିଠି ପରେ ଆବେଦନକାରୀ ଅନ୍ୟ ବିଭାଗରୁ ମିଳିଥିବା ତଥ୍ୟର ନକଲ କପି ସହ ଅଭିଯୋଗ କରିଥିଲେ। ଉକ୍ତ ଚିଠି ପାଇବା ପରେ ସମ୍ପୃକ୍ତ ବିଭାଗ ସେପ୍ଟେମ୍ବର ୯ ରେ ୩ ପୃଷ୍ଠାର ତଥ୍ୟ(ଚିଠି ନଂ. ୩୩୬୩) ଦେଇଥିଲେ। ସେଥିରେ ଦର୍ଶାଯାଇଛି,୨୦୧୮ରୁ ୨୦୨୨ମଧ୍ୟରେ ବିଭାଗ ପକ୍ଷରୁ ପାରାଦୀପ କଲେଜ, ସଞ୍ଜୟଗାନ୍ଧୀ ସ୍କୁଲ, ଏନ୍‌ଏସି ହାଇସ୍କୁଲ, ଏନ୍‌ଏସି ଗଲର୍‌ସ ହାଇସ୍କୁଲ, ସର୍କିଟ ହାଉସ, ଏଡିଏମ୍‌ ଅଫିସ, ଏଡିଏମ୍‌ ରେସିଡେନ୍ସ, ଆଶ୍ରୟକେନ୍ଦ୍ର,କୋଭିଡ ହସ୍ପିଟାଲ, ନୂଆ ଇନଡୋର ଷ୍ଟାଡିୟମ ଆଦି କାର୍ଯ୍ୟ କରାଯାଇଛି। ଏଥିରେ ୧୮ ଥର ଟେଣ୍ଡର ଓ କାମର ବ୍ୟୟ ହିସାବ ରହିଛି। କିନ୍ତୁ ସଞ୍ଜୟଗାନ୍ଧୀ ବିଦ୍ୟାଳୟ ପାଇଁ କେତେଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ସେଥିରେ ନାହିଁ। ଏମିତି ଅସମାନତା ସମ୍ପର୍କରେ ଆର ଆଣ୍ଡ ବି ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ନିମାଇଁ ଦାସଙ୍କୁ ପଚାରିଲେ କୁହନ୍ତି, ଆମ ଅଫିସର ଓ ଜନସୂଚନା ଅଧିକାରୀ କ’ଣ ଭୁଲ କରିଛନ୍ତି ତାହା ସେ ଜାଣିନାହାନ୍ତି । ଦେଖିଲା ପରେ ଏହାର ଉତ୍ତର ଦିଆଯିବ କହି ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri