Posted inଫୁରସତ

ଏମିତି ସ୍କୁଲ, ଯେଉଁଠି ଲୋକେ ନେଉଛନ୍ତି ଝଡ଼ାଫୁଙ୍କା ତାଲିମ

ଗୋଟିଏ ପଟେ ବିଜ୍ଞାନର ଅଗ୍ରଗତି ହେଉଥିବା ବେଳେ ଆଉକିଛି ଲୋକ ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ଏପରିକି ଅନ୍ଧବିଶ୍ୱାସ ପାଇଁ ସ୍ବତନ୍ତ୍ର ଏକ ପାଠଶାଳା ମଧ୍ୟ ଖୋଲିଛନ୍ତି। ଯେଉଁଠାରେ ଝଡ଼ାଫୁଙ୍କା ନିମନ୍ତେ ତାଲିମ ଦିଆଯାଏ। ଏମିତି ଏକ ଅଜବ ପାଠଶାଳା ଝାଡ଼ଖଣ୍ଡର ଲାତେହାର ଜିଲାରେ ରହିଛି।
ଲାତେହାର ସଦର ଉପଖଣ୍ଡରୁ ପ୍ରାୟ ୧୫ କିଲୋମିଟର ଦୂର ବଭନହେରୁବା ଗାଁରେ ଆଜି ମଧ୍ୟ ଅନ୍ଧବିଶ୍ୱାସର ଏକ ପାଠଶାଳା ଚାଲୁ ରହିଛି। ଏଠାରେ ୧୦ ମାସରେ ୪ ମାସ କ୍ଲାସ ହୋଇଥାଏ। ପ୍ରାୟ ୪୦ ଲୋକ ସାପ, ବିଚ୍ଛା ଆଦି ବିଷ ଝାଡ଼ିବାକୁ ମନ୍ତ୍ର ପାଇଁ ତାଲିମ ନେଉଛନ୍ତି। ଏଠାରେ ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ମନ୍ତ୍ର ସାଧନା ତାଲିମ ନେଉଛନ୍ତି। ହାତରେ କୁକୁଡ଼ା, ଚାଉଳ ଏବଂ ସିନ୍ଦୁର ନେଉଛନ୍ତି। ପ୍ରଥମେ ଛେଳି ପୁଣି କୁକୁଡ଼ା, ବିଲେଇ ଦେବାର ପରମ୍ପରା ଚାଲିଆସୁଛି। ସାଧାରଣତଃ ଏପରି ତାଲିମ ନାଗପଞ୍ଚମୀ ପର୍ବ ସମୟରେ ଦିଆଯାଇଥାଏ। ଏଥିରେ ସମସ୍ତ ଶିଷ୍ୟଙ୍କୁ ଶିକ୍ଷାଦିକ୍ଷା ଦିଆଯାଏ। ଏଠାରେ ୪ ମାସ ପର୍ଯ୍ୟନ୍ତ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଲିମ ଦିଆଯାଏ।
ଏ ସମ୍ପର୍କରେ ଲାତେହାର ସିଭିଲ ସର୍ଜନ ସନ୍ତୋଷ କୁମାର ଶ୍ରୀବାସ୍ତବ କୁହନ୍ତି, ଆଜି ବି ଲୋକମାନେ ଅନ୍ଧବିଶ୍ୱାସ କାରଣରୁ ଗାଁରେ ଝଡ଼ାଫୁଙ୍କା କରି ବହୁ ବିଳମ୍ବରେ ହସ୍ପିଟାଲ ଆସୁଛନ୍ତି। ଫଳରେ ଏହା ମୃତ୍ୟୁର କାରଣ ପାଲଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍ ।…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri