ସ୍କୁଲର ଅବହେଳା: ୪୦ ହଜାର ବୃତ୍ତି ଟଙ୍କା କଟିଗଲା

ଜୁନାଗଡ,୧୨।୧୦(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ମଥୁରା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଉମାକାନ୍ତ ନିଆଲ ନାମକ ଜଣେ ଛାତ୍ର ବୃତ୍ତି ବାବଦକୁ ୪୦ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଉମାକାନ୍ତ କଳାହାଣ୍ଡି ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା ପ୍ରକାଶ କରନ୍ତି। ଏହି ଘଟଣାରେ ହସ୍ତକ୍ଷେପ କରି ଜିଲା ଶିଶୁ ସୁରକ୍ଷା ଅଧିକାରୀ ମଧ୍ୟ ଏହାର ତଦନ୍ତ କରିବା ପାଇଁ ଏକ ଟିମ୍‌କୁ ଉମାକାନ୍ତଙ୍କ ଘରକୁ ପଠାଇଥିଲେ। ତଦନ୍ତକାରୀ ଦଳ ଉମାକାନ୍ତଙ୍କ ପରିବାରର ଆର୍ଥତ୍କ ଅବସ୍ଥା, ଶିକ୍ଷା ଓ ତାଙ୍କ ପ୍ରତିଭା ଦେଖି ତାଙ୍କୁ ବୃତ୍ତି ପ୍ରଦାନ କରାଗଲେ ସେ ଉପକୃତ ହେବେ ବୋଲି ଜିଲାପାଳଙ୍କୁ ରିପୋର୍ଟ କରିଥିଲେ। ଏହାପରେ ମଧ୍ୟ ଉମାକାନ୍ତଙ୍କୁ ଏ ଯାବତ ବୃତ୍ତି ଟଙ୍କା ମିଳିପାରିନାହଁି।
ସନ୍ନ୍ୟାସୀ କୁଣ୍ଡାମାଲ ଗ୍ରାମର ଉମାକାନ୍ତ ନିଆଲ ମଥୁରା ଗ୍ରାମସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ୨୦୧୭ ମସିହାରେ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ସେହି ସମୟରେ କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା କରି ନ୍ୟାଶନାଲ ସ୍କଲାରସିପ୍‌ ପୋର୍ଟାଲରେ ତାଙ୍କ ନାଁ ପୂରଣ କରି ନ ଥିଲେ। ଏହା ଜାଣିବା ପରେ ଉମାକାନ୍ତ ଅନେକ ସରକାରୀ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ବିଳମ୍ବ ଯୋଗୁ ଅନ୍‌ଲାଇନ୍‌ କିମ୍ବା ଅଫ୍‌ ଲାଇନରେ ଫର୍ମ ପୂରଣ ହୋଇପାରିବ ନାହଁି ବୋଲି କହି ସରକାରୀ ବାବୁମାନେ ମନା କରି ଦେଇଥିଲେ। ଫଳରେ ସେ ୪୦ ହଜାର ଟଙ୍କା ଛାତ୍ରବୃତ୍ତି ବାବଦକୁ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ ଉମାକାନ୍ତ କହିଛନ୍ତି ଯେ, ତାଙ୍କ ବାପା ପରିକ୍ଷିତ ନିଆଲ ଜଣେ ଗରିବ ଚାଷୀ। ଏଥିପାଇଁ ବିଭିନ୍ନ ସମୟରେ ତାଙ୍କ ପାଠ ପଢାରେ ସମସ୍ୟା ଉପୁଜିଛି। ଏହି ଛାତ୍ର ବୃତ୍ତି ପାଇଥିଲେ ଯୁକ୍ତ ୨ ପାଠ ପଢାରେ କିଛିଟା ସହାୟକ ହୋଇପାରିଥାନ୍ତା। ଅନ୍ୟପକ୍ଷେ ଏ ନେଇ ଜିଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କୁ ପଚାରିବାରୁ ଉମାକାନ୍ତଙ୍କୁ ଏହି ବୃତ୍ତି ଟଙ୍କା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri