ଶିରୀ ହରାଇଛି ଶିକ୍ଷାନୁଷ୍ଠାନ

ଗଁଦିଆ, ୨୭।୯: ସମୃଦ୍ଧ ହେବ ଶିକ୍ଷାବ୍ୟବସ୍ଥା। ଭୟମୁକ୍ତ ବାତାବରଣ ମଧ୍ୟରେ ପଢ଼ିବେ ପିଲାଏ। କ୍ୟାମ୍ପସରେ ଉପଲବ୍ଧ ହେବ ଅତ୍ୟାଧୁନିକ ଲାବୋରେଟୋରି, ଲାଇବ୍ରେରି, କମ୍ପ୍ୟୁଟର ଶିକ୍ଷା। ଦକ୍ଷ କ୍ରୀଡ଼ାବିତ୍‌ ସୃଷ୍ଟି କରିବା ଲାଗି କ୍ରୀଡ଼ା ଉପକରଣଠାରୁ ଆରମ୍ଭ କରି ବ୍ୟବସ୍ଥିତ କରାଯିବ ଖେଳପଡ଼ିଆ। ବିଦ୍ୟାଳୟ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ଏଭଳି କିଛି ସ୍ବପ୍ନ ଦେଖାଉଛନ୍ତି ସରକାର। ଶ୍ରେଣୀଗୃହ ନିର୍ମାଣ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରାଯାଉଛି ଲକ୍ଷାଧିକ ଟଙ୍କା। ହେଲେ ଗ୍ରାମାଞ୍ଚଳର ଶିକ୍ଷାର୍ଥୀଙ୍କ ଆଶା କୁହାଯାଉଥିବା ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଦେଖିଲେ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ଭଳି ମନେହୁଏ। ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ବହୁ ପୁରାତନ ଖଙ୍କିରା ଉଚ୍ଚ ବିଦ୍ୟାଳୟ ତନ୍ମଧ୍ୟରୁ ଗୋଟିଏ। ପରିଚାଳନା ଏବଂ ଶିକ୍ଷାବିଭାଗ ଅଧିକାରୀଙ୍କ ଅବହେଳାରୁ ୪୯ ବର୍ଷର ଏହି ଶିକ୍ଷାନୁଷ୍ଠାନ ଏବେ ଶିରୀ ହରାଇଛି।
ଆଦିବାସୀ ଅଧ୍ୟୁଷିତ ଗଁଦିଆ ବ୍ଲକର ଛାତ୍ରୀଛାତ୍ରଙ୍କ ଉଚ୍ଚ ଶିକ୍ଷାର ଆଶା ପୂରଣ କରିବାକୁ ୧୯୭୨ରେ ପ୍ରତିଷ୍ଠା ହୋଇଥିଲା ଖଙ୍କିରା ଉଚ୍ଚ ବିଦ୍ୟାଳୟ। ଭିନ୍ନ ଶିକ୍ଷାଦାନ ଶୈଳୀ ଏବଂ ଭଲ ରେଜଲ୍ଟ ପାଇଁ ଏକଦା ଏହି ଶିକ୍ଷାନୁଷ୍ଠାନ ଜିଲାରେ ଅର୍ଜିଥିଲା ସୁନାମ। ଏଠାରେ ପଢ଼ି ବହୁ ଛାତ୍ରୀଛାତ୍ର ପ୍ରଶାସନିକ ବିଭାଗରେ ଉଚ୍ଚ ପଦବୀରେ ଚାକିରି କରିଛନ୍ତି। ହେଲେ ସମୟ ସ୍ରୋତରେ ଏହି ହାଇସ୍କୁଲ ଅବହେଳାର ଶିକାର ହୋଇଛି। ଭିତ୍ତିଭୂମିର ଅଭାବରେ ଶିକ୍ଷାଦାନ ପ୍ରଭାବିତ ହେଉଥିବାବେଳେ ଭବିଷ୍ୟତ ଚିନ୍ତାରେ ପଡ଼ିଛନ୍ତି ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକ।
ବିଦ୍ୟାଳୟରେ ଏବେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ୩୫୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। କରୋନା ମହାମାରୀ ସମୟରେ ନବମ ଏବଂ ଦଶମ ଶ୍ରେଣୀର ପିଲାଙ୍କୁ ଅଫ୍‌ଲାଇନ୍‌ ଶିକ୍ଷା ପ୍ରଦାନ କରାଯାଉଥିବାବେଳେ ଟିଜିଟି କଳା ଶିକ୍ଷକ, କ୍ଲାସିକାଲ ହିନ୍ଦୀ ଶିକ୍ଷକ, କ୍ରୀଡ଼ା ଶିକ୍ଷକ, କିରାଣି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଏକା ସଙ୍ଗରେ ବସି ପଢ଼ିବା ପାଇଁ ଆବଶ୍ୟକ ଶ୍ରେଣୀଗୃହର ଅଭାବ ରହିଛି। ବିଜ୍ଞାନ ଲବରେଟୋରି, ସାଇକେଲ ଷ୍ଟାଣ୍ଡ, ମିଟିଂ ହଲ, ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ପାଇଖାନା ନାହିଁ। ସ୍କୁଲର ମୁଖ୍ୟଫାଟକ ନିର୍ମାଣ ଲାଗି ବାରମ୍ବାର ଦାବି ହେଉଥିଲେ ହେଁ ତାହା ହେଉନାହିଁ। ପୂର୍ବରୁ ଏଠାରେ ବାର୍ଷିକ ମାଟ୍ରିକ ପରୀକ୍ଷା ଆୟୋଜନ କରାଯାଉଥିଲା। ହେଲେ ଲାଗି ରହିଥିବା ସମସ୍ୟାର ସମାଧାନ ହେଉ ନ ଥିବାରୁ ଜିଲା ଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା କେନ୍ଦ୍ରକୁ ବାତିଲ କରିଦେଇଛି। ପାଇକା ଯୋଜନା ଅନୁଦାନରେ ଖେଳପଡ଼ିଆ ବିକଶିତ କରାଯାଇଥିଲେ ମଧ୍ୟ ତାହା ଏବେ ପରିତ୍ୟକ୍ତ ଅବସ୍ଥାରେ। ସ୍କୁଲର ହୃତଗୌରବ ଫେରାଇ ଆଣିବାକୁ ଗ୍ରାମବାସୀ ବାରମ୍ବାର ଜିଲା ପ୍ରଶାସନ ଏବଂ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଭିଯୋଗକୁ କେହି ଗୁରୁତ୍ୱ ଦେଉ ନ ଥିବା ସାମାଜିକ କର୍ମୀ ଅଶୋକ ପତି ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷୟିତ୍ରୀ ସୁମତୀ ନାୟକ କୁହନ୍ତି, ସ୍କୁଲରେ ଶୀଘ୍ର ଶିକ୍ଷକ ନିଯୁକ୍ତି ହେବାର ଅଛି। ସରକାରଙ୍କ ‘୫-ଟି’ ବ୍ୟବସ୍ଥାରେ ବିଦ୍ୟାଳୟ ଅନ୍ତର୍ଭୁକ୍ତ ହେଇଥିବାରୁ ଅନ୍ୟାନ୍ୟ ସମସ୍ୟା ଦୂର ହେବ। ବିଇଓ ମିନତି ଦେହୁରୀ ସ୍କୁଲରେ ଲାଗି ରହିଥିବା ସମସ୍ୟାକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଜିଲାରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ହେଲେ ଖଙ୍କିରା ହାଇସ୍କୁଲକୁ ପ୍ରାଥମିକତା ଦିଆଯିବ। ଅନ୍ୟ ସମସ୍ୟାର ସମାଧାନ ‘୫-ଟି’ ମାଧ୍ୟମରେ କରାଯିବ।

ପିଲାଙ୍କୁ ସ୍କୁଲ ଛାଡ଼ିବୁ ନାହିଁ
ହାଇସ୍କୁଲର ଛାତ୍ରୀଛାତ୍ର ସଂଖ୍ୟା ବୃଦ୍ଧି ପାଇ ୩୫୦ ଟପିଲାଣି। ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ନ ହେଲେ ପିଲାଙ୍କୁ ସ୍କୁଲ ଛାଡ଼ିବୁ ନାହିଁ।
-ଧରଣୀଧର ବିଶ୍ୱାଳ, ଅଭିଭାବକ
ଉପାନ୍ତ ଅଞ୍ଚଳ ବୋଲି ଅବହେଳା
ସହର ହୋଇଥିଲେ ସମସ୍ୟାର ସମାଧାନ ହୋଇସାରନ୍ତାଣି। ଉପାନ୍ତ ଅଞ୍ଚଳରେ ରହିଥିବାରୁ ସ୍କୁଲକୁ ଅବହେଳା କରାଯାଉଛି। ପ୍ରଶାସନ ସମସ୍ୟାକୁ ହୃଦୟଙ୍ଗମ କରୁନାହିଁ।
-ଅଜୟ କୁମାର ଧୀର, ଅଭିଭାବକ


Enter your email to get our daily news in your inbox.

All Right Reserved By Dharitri.Com

ଅଭିଭାବକ ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ

ଭୁବନ, ୧୪।୯(ଡି.ଏନ.ଏ.)- ଅଭିଭାବକ ହେଉଛନ୍ତି ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ। ଶିକ୍ଷାର ଅଭିବୃଦ୍ଧିରେ ପିଲାମାନଙ୍କ ଯେତିକି ଭୂମିକା ତା’ଠାରୁ ଢେର ବେଶି ମା’ବାପାଙ୍କର। ଶିକ୍ଷାର୍ଥୀ, ଅଭିଭାବକ ଏବଂ...

୧୦ ଏକ ଫସଲ ନଷ୍ଟ କଲେ ହାତୀପଲ

ବଇଣ୍ଡା,୨୪।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ବାମୁର ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ବିଶେଷ କରି ରେଢାଖୋଲ ବନାଞ୍ଚଳରୁ ୨୨ଟି ହାତୀ ଏହି ରେଞ୍ଜକୁ ପଳାଇ...

‘ସହାୟତା ପାଇଁ ସର୍ବଦା ପ୍ରସ୍ତୁତ କିନ୍ନର’

ଢେଙ୍କାନାଳ ଅଫିସ, ୧୧।୫: କିନ୍ନର ସମାଜ ସହାୟତା କରିବାକୁ ସର୍ବଦା ପ୍ରସ୍ତୁତ। ସୁଯୋଗ ମିଳିଲେ ପ୍ରଶାସନକୁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ଢେଙ୍କାନାଳ ପୌରାଞ୍ଚଳର ବନମାଳିପ୍ରସାଦସ୍ଥିତ...

ହାତୀପଲ ପାଇଁ ଅଟକିଲା ଟ୍ରେନ୍‌

ଢେଙ୍କାନାଳ ଅଫିସ, ୭।୮: ହାତୀପଲ ପାଇଁ ଅଟକିଲା ବଲାଙ୍ଗୀର-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍‌। ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ଅଧୀନ ମେରାମଣ୍ଡଳୀ ରେଳଷ୍ଟେଶନ ଏବଂ...

ପୂର୍ତ୍ତ ବିଭାଗ ରାସ୍ତାରେ ଏନ୍‌ଟିପିସି ପ୍ରକଳ୍ପ ପାଉଁଶ ପାଣି

କଣିହଁା, ୭।୧୦(ଡି.ଏନ.ଏ.)-କଣିହଁା ବ୍ଲକ ଅଞ୍ଚଳରେ ୨ଦିନ ହେଲା ବଜ୍ରପାତ ସହ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଏନ୍‌ଟିପିସି ପ୍ରକଳ୍ପରୁ ପାଉଁଶପାଣି ପ୍ରବାହିତ ହୋଇ ମାଡୁଆ...

ବର୍ଷାରେ ରାସ୍ତା ଧୋଇଗଲା

ଢେଙ୍କାନାଳ ଅଫିସ, ୨୧।୮-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବେରୁଆଁପାଳ-ତର୍କାବେଡା ଗ୍ରାମ ରାସ୍ତା ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ ଅଞ୍ଚଳବାସୀ ଗମନାଗମନରେ ନାହିଁ ନ ଥିବା...

ତ୍ରିରଙ୍ଗା ତଳେ ସଭିଏଁ ଏକାଠି

ପରଜଙ୍ଗ, ୧୫।୮( ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଆଡମ୍ବରପୂର୍ଣ୍ଣ ଭାବେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ତ୍ରିରଙ୍ଗା ତଳେ ସମସ୍ତେ ଏକାଠି...

ଉଚ୍ଛେଦ ପ୍ରକ୍ରିୟା ୩ୟ ଦିନରେ : ଥଇଥାନ ପାଇଁ ଦାବି

ବଇଣ୍ଡା,୧୩।୯(ଡି.ଏନ.ଏ.)-୫୫ ନଂ. ଜାତୀୟ ରାଜପଥ ରାସ୍ତା ସମ୍ପ୍ରସାରଣ ପାଇଁ ବୁଧବାରଠାରୁ କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ବଳକା...

Advertisement
Archives

Model This Week