୮ ବର୍ଷ ହେଲା କାଗଜକଲମରେ ଚାଲିଛି ବିଦ୍ୟାଳୟ

ମାଥିଲି,୧୧ା୩ (ଡି.ଏନ.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକରେ ରହିଛି ବଡ଼ଡୁରାଲ ପଞ୍ଚାୟତର କୁଟୁନିପଦର ଗ୍ରାମ। ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଛୋଟ ପିଲା ଥିଲେ ମଧ୍ୟ ସେମାନେ ଏଯାଏ ବିଦ୍ୟାଳୟ ମୁହଁ ଦେଖିନାହାନ୍ତି। ମାତ୍ର କାଗଜକଲମରେ ଗ୍ରାମରେ ବିଦ୍ୟାଳୟ ଚାଲିଛି। ପିଲାମାନେ ପାଠ ପଢୁଛନ୍ତି। ମଧ୍ୟାହ୍ନଭୋଜନ ଚାଲିଛି। ସେମାନଙ୍କ ପାଇଁ ୨ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ତେବେ ଏସବୁ ଚାଲିଛି କେବଳ କାଗଜକଲମରେ। କୁଟୁନିପଦର ଗ୍ରାମବାସୀ କହନ୍ତି, ପୂର୍ବରୁ ଗ୍ରାମରେ ଥିବା ବିଦ୍ୟାଳୟ ୨୦୧୪ରେ ହୁଡ୍‌ହୁଡ୍‌ ବାତ୍ୟାରେ ସମ୍ପୂର୍ଣ୍ଣ ମାଟିରେ ମିଶିଯିବା ପରେ ଆଉ ବିଦ୍ୟାଳୟ ଗୃହ ନିର୍ମାଣ ନେଇ ୮ବର୍ଷ ହେଲା କୌଣସି ପଦକ୍ଷେପ ନିଆଯାଉନାହିଁ। ଏବେ ବିଦ୍ୟାଳୟ ଯିବାକୁ ଆହୁରି ପ୍ରାୟ ୪୦ ପିଲା ଅଛନ୍ତି। ସବୁ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି। ସେହି ପିଲାଙ୍କ ମଧ୍ୟରୁ କିଏ ପଥର ଫଟାଉଛି ତ କିଏ କେନ୍ଦୁପତ୍ର ତୋଳୁଛି ଆଉ କିଏ ଗୋରୁଗୋଠରେ ଶୈଶବକୁ ବନ୍ଧା ପକାଇଛି। ନିଯୁକ୍ତି ପାଇଥିବା ଦୁଇ ଶିକ୍ଷକ ପାଠ ନ ପଢ଼ାଇ ମାସକୁ ମାସ ଦରମା ପାଉଛନ୍ତି। ତେବେ ସବୁଠାରୁ ବଡକଥା ହେଲା ଏ ସମ୍ପର୍କରେ ଶିକ୍ଷା ବିଭାଗର ଜିଲା ଶିକ୍ଷାଧିକାରୀଙ୍କ ପାଖରେ କୌଣସି ଖବର ନାହିଁ। ପିଲାଙ୍କୁ ପଚାରିବାରୁ ଗ୍ରାମରେ ବିଦ୍ୟାଳୟ ତ ନାହିଁ ପାଠ କେମିତି ପଢିବୁ। ସେଥିଲାଗି ଘର ପାଇଁ କିଛି କିଛି କାମ କରୁଛୁ ବୋଲି କହିଥିଲେ। ଏ ସମ୍ପର୍କରେ ପରିଚାଳନା କମିଟି ସଭାପତି ଶଙ୍କର କାଣ୍ଡିଙ୍କୁ ପଚାରିବରୁ ସେ କହିଥିଲେ, କୁଟୁନିପଦର ଓ ନିକଟସ୍ଥ ନୂଆଗୁଡା ଗ୍ରାମର ପିଲାମାନେ ଏହି ବିଦ୍ୟାଳୟରେ ୮ବର୍ଷ ତଳେ ପଢୁଥିଲେ। ଏବେ ସରକାରୀ କାଗଜପତ୍ରରେ ମାତ୍ର ୨୦ ପିଲାଙ୍କ ନାମ ଲେଖାଯାଇଥିବା ଦର୍ଶାଯାଇଛି। ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଚାଲିଛି। ମାତ୍ର ମଧ୍ୟାହ୍ନଭୋଜନ କିଏ ଖାଉଛି, ପାଠ କିଏ ପଢୁଛି ସବୁ କାଗଜପତ୍ରରେ ସୀମିତ ରହିଛି। ଅନ୍ୟ ୪୦ ପିଲାଙ୍କ କୌଣସି ଖବର ପ୍ରଶାସନ ନିକଟରେ ନାହିଁ ବୋଲି କାଣ୍ଡି କହିଥିଲେ। ସେହିପରି ଗୋବିନ୍ଦପାଲି ସିଆର୍‌ସିସି ଲକ୍ଷ୍ମୀକାନ୍ତ ରଥଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କିଛି କହିପାରିବି ନାହିଁ ବୋଲି କହିଥିଲେ। ଏନେଇ ବିଇଓଙ୍କୁ ପଚାରିବାରୁ ସେ କହିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri