ବାଉଁଶ ବାଡ଼ରେ ତିଆରି ବିଦ୍ୟାଳୟରେ ଗଢ଼ା ହେଉଛି ଦେଶର ଭବିଷ୍ୟତ

ମାଲକାନଗିରି,୧୦।୧୨(ଡି.ଏନ.ଏ.): ମାଲକାନଗିରି ଜିଲାରେ ଏପରି ଅନେକ ବିଦ୍ୟାଳୟ ରହିଛି ଯେଉଁଠି ଏପର୍ଯ୍ୟନ୍ତ ପକ୍କା ଘରଟିଏ ନାହିଁ। ରାଜ୍ୟ ସରକାର ଜିଲାରେ ଶିକ୍ଷା ସହ ଅନେକ କ୍ଷେତ୍ରରେ ପରିବର୍ତନ ଆଣୁଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁ ଅନେକ ସ୍ଥାନରେ ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି। ଫଳରେ ଏଯାବତ୍‌ ଅନେକ ବିଦ୍ୟାଳୟର ନିଜସ୍ବ ପକ୍କା ଗୃହ ନାହଁି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କାଲିମେଳା ବ୍ଲକର କୁରୁମାନୁ ପଞ୍ଚାୟତର ଆରବଟି ଗ୍ରାମରେ।
ଏହି ଗ୍ରାମରେ ବିଭିନ୍ନ ମୌଳିକ ସମସ୍ୟା ଏଯାଏ ସୁଧୁରିନାହିଁ। ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏଠାରେ ଥିବା ବିଦ୍ୟାଳୟ ଅବସ୍ଥା ଦେଖିଲେ କେହି ଏହା ଏକ ବିଦ୍ୟାଳୟ ବୋଲି କହିବେ ନାହିଁ । ସାଧାରଣତଃ ବିଦ୍ୟାଳୟ ଗୃହ ଇଟା ଓ ସିମେଣ୍ଟରେ ତିଆରି ହେଉଥିବା ବେଳେ ଏହି ବିଦ୍ୟାଳୟ ତିଆରି ହୋଇଛି ବାଉଁଶ ବାଡରେ । ତଳେ ଗୋବର ଲିପା ଚଟାଣ ସହ ଉପରେ ପଡ଼ିଛି ଟିଣ । ବିଦ୍ୟାଳୟ ଭିତରେ ପିଲାଏ ପଢୁଛନ୍ତି କି ନାହଁି ତାହା ବାହାରୁ ସ୍ପଷ୍ଟ ରୂପେ ଦେଖି ହେଉଛି। ବାଉଁଶ ବାଡରେ ଅନେକ ସ୍ଥାନରେ ଥିବା ବଡ ବଡ ଛିଦ୍ର ଦେଇ ଖରା ଭିତରକୁ ଖରା ପଡେ। ବର୍ଷା ହେଲେ ବର୍ଷା ପାଣି ମଧ୍ୟ ପଡିଥାଏ। କେବଳ ଏତିକି ନୁହେଁ ଏହି ବିଦ୍ୟାଳୟରେ ଅନେକ ସମୟରେ ସାପ, ଗୋଧି ପରି ଅନେକ ସରୀସୃପ ପଶି ଆସୁଛନ୍ତି। ନିଜ ପିଲାଙ୍କ ସୁରକ୍ଷା ପାଇଁ ଅଭିଭାବକ ମାନେ ପାଳି କରି ବିଦ୍ୟାଳୟକୁ ଆସନ୍ତି। ସେତିକିରେ ସରିନି ବିଦ୍ୟାଳୟର ସମସ୍ୟା, ବିଦ୍ୟାଳୟକୁ ଶିକ୍ଷାଦାନ ପାଇଁ ନିଯୁକ୍ତ ଶିକ୍ଷକମାନେ ନିୟମିତ ବିଦ୍ୟାଳୟ ଆସୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍ବଳ୍ପସଂଖ୍ୟକ ଛାତ୍ରୀଛାତ୍ର ଏଠାରେ ପଢୁଥିବା ବେଳେ ଶିକ୍ଷକମାନେ ପାଳି କରି ଶିକ୍ଷାଦାନ ପାଇଁ ଆସୁଥିବା ଗ୍ରାମବାସୀ କହିଛନ୍ତି । ଏହି ଶିକ୍ଷକମାନେ ଦୁଇ ଘଣ୍ଟା ପଢେଇବା ପରେ ଚାଲିଯାଆନ୍ତି। ଶିକ୍ଷକମାନଙ୍କ ଇଚ୍ଛାରେ ବିଦ୍ୟାଳୟ ଚାଲୁଥିବା ବେଳେ ଇଚ୍ଛା ହେଲେ ସେମାନେ ଆସନ୍ତି ନଚେତ ନାହିଁ । ଗ୍ରାମରେ ଅନେକ ସମସ୍ୟା ରହିଥିବା ସତ୍ୱେ ପ୍ରଥମେ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସଜାଡିବାକୁ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri