ବାଉଁଶ ବାଡ଼ରେ ତିଆରି ବିଦ୍ୟାଳୟରେ ଗଢ଼ା ହେଉଛି ଦେଶର ଭବିଷ୍ୟତ

ମାଲକାନଗିରି,୧୦।୧୨(ଡି.ଏନ.ଏ.): ମାଲକାନଗିରି ଜିଲାରେ ଏପରି ଅନେକ ବିଦ୍ୟାଳୟ ରହିଛି ଯେଉଁଠି ଏପର୍ଯ୍ୟନ୍ତ ପକ୍କା ଘରଟିଏ ନାହିଁ। ରାଜ୍ୟ ସରକାର ଜିଲାରେ ଶିକ୍ଷା ସହ ଅନେକ କ୍ଷେତ୍ରରେ ପରିବର୍ତନ ଆଣୁଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁ ଅନେକ ସ୍ଥାନରେ ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି। ଫଳରେ ଏଯାବତ୍‌ ଅନେକ ବିଦ୍ୟାଳୟର ନିଜସ୍ବ ପକ୍କା ଗୃହ ନାହଁି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କାଲିମେଳା ବ୍ଲକର କୁରୁମାନୁ ପଞ୍ଚାୟତର ଆରବଟି ଗ୍ରାମରେ।
ଏହି ଗ୍ରାମରେ ବିଭିନ୍ନ ମୌଳିକ ସମସ୍ୟା ଏଯାଏ ସୁଧୁରିନାହିଁ। ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏଠାରେ ଥିବା ବିଦ୍ୟାଳୟ ଅବସ୍ଥା ଦେଖିଲେ କେହି ଏହା ଏକ ବିଦ୍ୟାଳୟ ବୋଲି କହିବେ ନାହିଁ । ସାଧାରଣତଃ ବିଦ୍ୟାଳୟ ଗୃହ ଇଟା ଓ ସିମେଣ୍ଟରେ ତିଆରି ହେଉଥିବା ବେଳେ ଏହି ବିଦ୍ୟାଳୟ ତିଆରି ହୋଇଛି ବାଉଁଶ ବାଡରେ । ତଳେ ଗୋବର ଲିପା ଚଟାଣ ସହ ଉପରେ ପଡ଼ିଛି ଟିଣ । ବିଦ୍ୟାଳୟ ଭିତରେ ପିଲାଏ ପଢୁଛନ୍ତି କି ନାହଁି ତାହା ବାହାରୁ ସ୍ପଷ୍ଟ ରୂପେ ଦେଖି ହେଉଛି। ବାଉଁଶ ବାଡରେ ଅନେକ ସ୍ଥାନରେ ଥିବା ବଡ ବଡ ଛିଦ୍ର ଦେଇ ଖରା ଭିତରକୁ ଖରା ପଡେ। ବର୍ଷା ହେଲେ ବର୍ଷା ପାଣି ମଧ୍ୟ ପଡିଥାଏ। କେବଳ ଏତିକି ନୁହେଁ ଏହି ବିଦ୍ୟାଳୟରେ ଅନେକ ସମୟରେ ସାପ, ଗୋଧି ପରି ଅନେକ ସରୀସୃପ ପଶି ଆସୁଛନ୍ତି। ନିଜ ପିଲାଙ୍କ ସୁରକ୍ଷା ପାଇଁ ଅଭିଭାବକ ମାନେ ପାଳି କରି ବିଦ୍ୟାଳୟକୁ ଆସନ୍ତି। ସେତିକିରେ ସରିନି ବିଦ୍ୟାଳୟର ସମସ୍ୟା, ବିଦ୍ୟାଳୟକୁ ଶିକ୍ଷାଦାନ ପାଇଁ ନିଯୁକ୍ତ ଶିକ୍ଷକମାନେ ନିୟମିତ ବିଦ୍ୟାଳୟ ଆସୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସ୍ବଳ୍ପସଂଖ୍ୟକ ଛାତ୍ରୀଛାତ୍ର ଏଠାରେ ପଢୁଥିବା ବେଳେ ଶିକ୍ଷକମାନେ ପାଳି କରି ଶିକ୍ଷାଦାନ ପାଇଁ ଆସୁଥିବା ଗ୍ରାମବାସୀ କହିଛନ୍ତି । ଏହି ଶିକ୍ଷକମାନେ ଦୁଇ ଘଣ୍ଟା ପଢେଇବା ପରେ ଚାଲିଯାଆନ୍ତି। ଶିକ୍ଷକମାନଙ୍କ ଇଚ୍ଛାରେ ବିଦ୍ୟାଳୟ ଚାଲୁଥିବା ବେଳେ ଇଚ୍ଛା ହେଲେ ସେମାନେ ଆସନ୍ତି ନଚେତ ନାହିଁ । ଗ୍ରାମରେ ଅନେକ ସମସ୍ୟା ରହିଥିବା ସତ୍ୱେ ପ୍ରଥମେ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସଜାଡିବାକୁ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri