ହତ୍ୟା ପାଇଁ ରଖାଯାଇଥିଲା ବୋମା

ରାୟଗଡ଼ା ଅଫିସ,୧୦ା୧୨: ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ଗ୍ରାମରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘର ପଛପାର୍ଶ୍ୱ ପାଇଖାନାରେ ବୋମା ଲୁଚାଇ ରଖାଯାଇଥିବା ମାମଲାରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାଓବାଦୀ ପରିଚ ଦେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ବୋମା ରଖାଯାଇଥିଲା ବୋଲି ଏସ୍‌ପି ବିବେକାନନ୍ଦ ଶର୍ମା ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜଣେ ବ୍ୟକ୍ତିଙ୍କୁ ମାଓବାଦୀର ପରିଚୟ ଦେଇ ଅଭିଯୁକ୍ତମାନେ ୫ ଲକ୍ଷ ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ହତ୍ୟା କରିବାକୁ ତାଙ୍କୁ ଧମକ ଦେଇଥିଲେ। ଏ ନେଇ ଧମକର ଶିକାର ହୋଇଥିବା ବ୍ୟକ୍ତି ପୋଲିସକୁ ଜଣାଇଥିଲେ। ପରେ ଅଭିଯୋଗକାରୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ବୋମା ରଖାଯାଇଥିବା ପୋଲିସ ସୂଚନା ପାଇଥିଲା। ଜିଲା ପୋଲିସ, ସିଆର୍‌ପିଏଫ୍‌ ଏବଂ ଡିଭିଏଫ୍‌ ଯବାନ ବହୁ ଖୋଜାଖୋଜି କରି ପାଇଖାନାରୁ ବୋମାକୁ ଠାବ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ ସତର୍କତାର ସହ ବୋମାକୁ ନିଷ୍କ୍ରିୟ କରିଥିଲେ। ପୋଲିସ ରାୟଗଡ଼ା ଏବଂ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ନିଷ୍କ୍ରିୟ କରାଯାଇଥିବା ବୋମା ୨୦୦ ଗ୍ରାମ୍‌ର ୫ ଜିଲୋଟିନ୍‌, ୧୦ ଟି ଇଲେକ୍ଟ୍ରୋନିକ୍‌ ଡିଟୋନେଟର୍‌, ୫ ମିଟର ବିଦ୍ୟୁତ୍‌ ତାରରେ ବୋମା ପ୍ରସ୍ତୁତ ହେଇଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କ ଠାରୁ ୪ଟି ମୋବାଇଲ, ସିଲିଣ୍ଡର ଏବଂ ଡିଜିଟାଲ ୱାଚ୍‌ ଜବତ କରାଯାଇଛି। ଏ ନେଇ ୧୫୯/୨୨ରେ ପୋଲିସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନେ ପୂର୍ବରୁ ଯୋଜନା ପ୍ରସ୍ତୁତ କରି ବୋମା ପ୍ରସ୍ତୁତି ନିମନ୍ତେ ବାହାର ରାଜ୍ୟରୁ ସମସ୍ତ ସାମଗ୍ରୀ ଆଣିଥିବା ସନ୍ଦେହ କରାଯାଉଛି। ବୋମା ଠାବ, ନିଷ୍କ୍ରିୟ ଏବଂ ତଦନ୍ତରେ ରାୟଗଡ଼ା ଏସ୍‌ଡିପିଓ ଦେବଜ୍ୟୋତି ଦାସ, କାଶୀପୁର ଥାନା ଅଧିକାରୀ ପଦ୍ମା ମୁଥୁ ପ୍ରମୁଖ ସାମିଲ ଥିବା ଏସ୍‌ପି ସୂଚନା ଦେଇଛନ୍ତି। ତେବେ ଅଭିଯୁକ୍ତଙ୍କ ନାମ ଏବଂ ଠିକଣା ବିଷୟରେ ପୋଲିସ ସୂଚନା ଦେଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri