ଯୁଦ୍ଧର ଛାତିଥରା ଦୃଶ୍ୟ,ବୁଚା ସହରରେ ଗୋଟିଏ କବରରେ ୩୦୦ରୁ ଅଧିକ ମୃତଦେହ…

କ୍ୱିଭ୍‌, ୩।୪ : ୟୁକ୍ରେନ ରାଜଧାନୀ କ୍ୱିଭ୍‌ ନିକଟରେ ଅବସ୍ଥିତ ବୁଚା ସହରରୁ ଯୁଦ୍ଧର ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ କବରରୁ ୩୦୦ରୁ ଅଧିକ ଲୋକଙ୍କ ମୃତଦେହ ମିଳିଛି। ଏହା ବ୍ୟତୀତ ବହୁ ଲୋକଙ୍କ ମୃତଦେହ ରାସ୍ତାରେ ଖଣ୍ଡିଆ ଖାବରା ଅବସ୍ଥାରେ ଅବସ୍ଥାରେ ମଧ୍ୟ ଦେଖିବାକୁ ମିଳୁଛି।

ୟୁକ୍ରେନ୍‌ ଜରୁରୀକାଳୀନ ସେବା ଦ୍ୱାରା ପଠାଯାଇଥିବା ଉଦ୍ଧାରକାରୀ ଦଳ ଭାଙ୍ଗିରୁଜି ଯାଇଥିବା ଅଳିଆ ଗଦାରେ ବଞ୍ଚିଥିବା ଲୋକଙ୍କୁ ଖୋଜୁଛନ୍ତି। ସେହିପରି ମୃତଦେହକୁ ଖୋଜିବା କାମ ମଧ୍ୟ କିଛି ଅଟ୍ଟାଳିକାର ଅଳିଆ ଗଦାରେ ଚାଲିଛି। ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜୋର୍‌ସୋର୍‌ରେ ଜାରି ରହିଛି। ଫଳରେ ୟୁକ୍ରେନରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ୟୁକ୍ରେନର ଇରପିନ ସହରରେ ୬୫୦ ବିସ୍ଫୋରକ ସାମଗ୍ରୀ ମିଳିଛି। ରୁଷିଆ ସେନା ଦ୍ୱାରା ଏସବୁ ବୋମା ଫିଙ୍ଗା ଯାଇଛି। ଏହାକୁ ନିଷ୍କ୍ରିୟ କରିବା କାର୍ଯ୍ୟ ଜାରି ରହିଛି। କେତେକ ମୃତଦେହର ହାତ ପଛରେ ବନ୍ଧା ହୋଇଛି। ଏହା ରୁଷିଆ ସୈନ୍ୟଙ୍କ ବର୍ବରତାକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚକୋଲେଟ୍‌ ଚୋରି କରି ପୁଣି ଅଡୁଆରେ ପାକିସ୍ତାନ ରାଜନେତା

ଇସଲାମାବାଦ୍‌: ପାକିସ୍ତାନକୁ ପୁଣି ଥରେ ଲଜ୍ଜିତ ହେବାକୁ ପଡ଼ିଛି। ଦକ୍ଷିଣ କୋରିଆରେ ପାକିସ୍ତାନର ଦୁଇ ରାଜନେତା ଚୋରି କରିଥିବା ବେଳେ ଧରା ପଡ଼ିଛନ୍ତି। ଜାଣି ଆଶ୍ଚର୍ଯ୍ୟ...

ଯୁଦ୍ଧ ନ ଲଢ଼ି ଦେଶ ଛାଡ଼ି ପଳାଉଥିବା ୨୨୦୦ ୟୁକ୍ରେନ୍‌ ଯୁବକ ଗିରଫ…

କ୍ୱିଭ୍‌, ୧୧।୪ : ରୁଷିଆ ୟୁକ୍ରେନ ଯୁଦ୍ଧ ଲାଗି ରହିଛି। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁକ୍ରେନ୍‌ର ଯୁବକଙ୍କୁ ଶ୍‌ତ୍ରୁ ବିରୋଧରେ ଯୁଦ୍ଧ ଲଢ଼ିବାକୁ...

ଜାରି ହେଲା ସୂର୍ଯ୍ୟର ସ୍ପଷ୍ଟ ଫଟୋ: ଝଟକୁଛି ଦାନାଦାର ସୁନା କଣିକା

ହଓ୍ବାଇ,୩୦।୧: ସୂର୍ଯ୍ୟର ସ୍ପଷ୍ଟ ଫଟୋକୁ ଆମେରିକା ଜାରି କରିଛି। ଏହାକୁ ହାଓ୍ବାଇର ନ୍ୟାସନାଲ୍‌ ସାଇନ୍ସ୍‌ ଫାଉଣ୍ଡେଶନ ପକ୍ଷରୁ ଡେନିୟଲ କେ ଇନୋୟ ଟେଲିସ୍କୋପ୍‌ ଦ୍ୱାରା ଉତ୍ତୋଳନ...

ଟୁଇଟର ସିଇଓ ହେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ,୨୯।୧୧: ଟୁଇଟରର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ ଡୋରସି ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ କମ୍ପାନୀର ଦାୟିତ୍ୱ...

ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହେଲା ବିରଳ ହଳଦିଆ ପେଙ୍ଗୁଇନ୍‌!

ତିବଲିସି,୨୧ ।୨: ପେଙ୍ଗୁଇନ୍ ସାଧାରଣତଃ ଧଳା ଓ କଳା ରଙ୍ଗର ହୋଇଥିବା ବେଳେ ସେମାନଙ୍କ ବେକ ନିକଟରେ ଏକ ହଳଦିଆ ପ୍ୟାଚ ଥାଏ । କିନ୍ତୁ...

ଆମେରିକାରେ ଲଖିମପୁର ବିରୋଧୀ ସ୍ବର, ଚାଷୀ ହତ୍ୟାକୁ ନିନ୍ଦା କଲେ ଅର୍ଥମନ୍ତ୍ରୀ…

ବୋଷ୍ଟନ,୧୩।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ବିରୋଧରେ ସ୍ବର ଉଠିବା ଆରମ୍ଭ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତରେ ହାଭାର୍ଡ କେନେଡ଼ି ସ୍କୁଲରେ ଏକ...

ବିବାହର ୩ ଦିନ ପୂର୍ବରୁ କନ୍ୟାହେଲେ କରୋନା ପଜିଟିଭ୍‌: ସବୁ ଯୋଗାଡ଼ ସରିଥିବାରୁ ବର କଲେ ଏମିତି ବିବାହ

ବିବାହର ୩ ଦିନ ପୂର୍ବରୁ କନ୍ୟା କରୋନା ପରୀକ୍ଷା କରାଇଥିଲେ। ପରେ ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା। ମାତ୍ର ଏହା ସତ୍ତ୍ୱେ ବର, କନ୍ୟା...

୬ ମାସରେ ୨୦ ଦେଶରେ ୩୮ ଖବରଦାତାଙ୍କୁ ହତ୍ୟା; ଲାଟିନ୍‌ ଆମେରିକାରେ ସର୍ବାଧିକ

ଜେନେଭା,୭।୭: ଚଳିତ ବର୍ଷ ଜାନୁୟାରୀଠାରୁ ଜୁନ୍‌ ମଧ୍ୟରେ ଗତ ୬ ମାସରେ ୨୦ ଦେଶରେ ୩୮ ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଜେନେଭା ସ୍ଥିତ ପ୍ରେସ୍‌...

Advertisement
Archives

Model This Week