ମାଛ ନିଲାମରେ କେଳେଙ୍କାରୀ: ଗହୀରମଥା ବନପାଳ ନିଲମ୍ବିତ

ରାଜନଗର,୩ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସମୁଦ୍ର ମାଦଳିମାଉଥ ନିକଟ ନିଷିଦ୍ଧାଞ୍ଚଳରେ ପଶି ମାଛ ମାରୁଥିବାବେଳେ ନଭେମ୍ବର ୨୯ରେ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ଲକ୍ଷ୍ମୀ ତାରିଣୀ-୩ ନାମକ ଟ୍ରଲରକୁ ଜବତ କରିଥିଲା। ଜବତ ଟ୍ରଲରରେ ଭଦ୍ରକ ଅଞ୍ଚଳର ୯ ମତ୍ସ୍ୟଜୀବୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ସରକାରୀ ସିଜର ଲିଷ୍ଟରେ ଜବତ ଟ୍ରଲରରୁ ଅନ୍ୟାନ୍ୟ ଜିନିଷ ସହ ୨ କୁଇଣ୍ଟାଲ ସାମୁଦ୍ରିକ ମାଛ ଥିବା ଗହୀରମଥା ରେଞ୍ଜ ଅଫିସର ଦେବାଶିଷ ଭୋଇ ଦର୍ଶାଇଥିଲେ। ବନପାଳ ପ୍ରଫୁଲ୍ଲ କୁମାର ମାଝି ଏତିକି ପରିମାଣର ସାମଗ୍ରୀ ଜବତ ନେଇ ବିଭାଗକୁ ରିପୋର୍ଟ କରିଥିଲେ। ହେଲେ ଜବତ ମାଛ ନିଲାମ ସମୟରେ ୨ କୁଇଣ୍ଟାଲ ଜାଗାରେ ୧୮ କୁଇଣ୍ଟାଲ ବିକ୍ରି ପାଇଁ ମସୁଧା ହୋଇଥିଲା। ଏ ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ରାଜନଗର ଡିଏଫ୍‌ଓ ଏହି କେଳେଙ୍କାରୀ ଘଟଣାର ତଦନ୍ତ ଅତିରିକ୍ତ ବନ ସଂରକ୍ଷକଙ୍କ ଦ୍ୱାରା କରାଇଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ବୁଧବାର ଡିଏଫଓ ବିକାଶ ରଞ୍ଜନ ଦାଶ ବନପାଳ ମାଝିଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି।
ହେଲେ କେଳେଙ୍କାରୀରେ ସମ୍ପୃକ୍ତି ଥିବା ଅନ୍ୟମାନଙ୍କୁ ଘଣ୍ଟ ଘୋଡାଯାଇଥିବା କୁହାଯାଉଛି। ବନପାଳ ମାଝି ମାଛ ନିଲାମ ସମ୍ପର୍କରେ ଗଣମାଧ୍ୟମକୁ ସତ୍ୟ ଘଟଣା କହିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଉଛି। ଜବତ ହେଉଥିବା ଟ୍ରଲରର ମାଛ ଦୁର୍ନୀତିରୁ ନଜର ହଟାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସାଧାରଣରେ କୁହାଯାଇଛି। ଏହାପରେ ଆଗାମୀଦିନରେ କୌଣସି ବନ କର୍ମଚାରୀ ବା ଅଧିକାରୀ ପାଟି ନ ଖୋଲିବାକୁ ପରୋକ୍ଷରେ ତାଗିଦ୍‌ କରାଯାଇଛି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ଦାଶଙ୍କୁ ପଚାରିବାରେ ପ୍ରାଥମିକ ତଦନ୍ତ ଅନୁସାରେ ଗହୀରମଥା ବନପାଳ ମାଝିଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣାରେ ଯଦି ଆଉ କାହାର ସମ୍ପୃକ୍ତି ଥିବା ଜଣାପଡିବ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri