Posted inଖେଳ

ସ୍କାଲୋନିଙ୍କ ଦୃଢ଼ ନିଷ୍ପତ୍ତି

ଲିଓନେଲ ସ୍କାଲୋନିଙ୍କ ଆର୍ଜେଣ୍ଟିନା ଏକ ବଡ଼ ବିଜୟ ସହ କାତାର ଫୁଟ୍‌ବଲ ବିଶ୍ୱକପ୍‌ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ସେମାନେ ଲୋଇସ୍‌ ଭାନ୍‌ ଗାଲ୍‌ (ନେଦରଲାଣ୍ଡ୍ସ କୋଚ୍‌)ଙ୍କ ଦଳ ସହିତ ମୁକାବିଲା କରିବେ। ଏହି ମ୍ୟାଚ ଲୁସେଲ ଷ୍ଟାଡିୟମରେ ଖେଳାଯିବ, ଯେଉଁଠାରେ ଲିଓନେଲ ମେସି ଓ ତାଙ୍କ ଦଳ ପ୍ରଥମ ଦୁଇ ଗ୍ରୁପ୍‌ ଷ୍ଟେଜ୍‌ ମ୍ୟାଚ ଖେଳିଥିଲା। ଦଳ ସାଉଦି ଆରବ ବିପକ୍ଷ ମ୍ୟାଚରେ ହାରିଯିବା ପରେ ମେକ୍ସିକୋକୁ ପରାସ୍ତ କରିଥିଲା। ଆର୍ଜେଣ୍ଟିନା ଜାତୀୟ ଦଳ କୋଚ୍‌ ସ୍କାଲୋନି ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ପରିପ୍ରେକ୍ଷୀରେ ଦଳର ଫରମେଶନରେ ପରିବର୍ତ୍ତନ ଲାଗି କଠୋର ନିଷ୍ପତ୍ତି ନେଇଥିଲେ। ଆରବ ବିପକ୍ଷ ମ୍ୟାଚ ପରେ ସେ ମେକ୍ସିକୋ ବିପକ୍ଷ ମ୍ୟାଚରେ ତାଙ୍କ ଫରମେଶନରେ ୫ ପରିବର୍ତ୍ତନ କରାଇଥିଲେ। ପରେ ପୋଲାଣ୍ଡ ବିପକ୍ଷ ମ୍ୟାଚରେ ୪ ପରିବର୍ତ୍ତନ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ସେ ଏହି ସମାନ ଫର୍ମେଶନରେ ଖେଳିବା ଲାଗି ସ୍ଥିର କରିଥିଲେ। ମାତ୍ର ଡି’ ମାରିଆଙ୍କ ଇଞ୍ଜୁରି ପରେ ସେ ପପୁ ଗୋମେଜ୍‌ଙ୍କୁ ଦଳରେ ନେଇଥିଲେ। ପରିସ୍ଥିତିକୁ ଚାହିଁ ଖେଳର ଷ୍ଟାଇଲ ପରିବର୍ତ୍ତନ କରି ମ୍ୟାଚ ଜିତିବା ଆର୍ଜେଣ୍ଟିନାର ମୂଳ ଲକ୍ଷ୍ୟ। ଅନ୍ୟପକ୍ଷରେ କୋଚ୍‌ ଲୋଇସ୍‌ ଭାନ୍‌ ଗାଲ୍‌ଙ୍କ ଅଧୀନରେ ନେଦରଲାଣ୍ଡ୍ସ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଅପରାଜିତ ରହିଥିବା ୪ଟି ଦଳ ମଧ୍ୟରେ ଅନ୍ୟତମ। ଅନ୍ୟ ଦଳଗୁଡ଼ିକ ହେଲା ଇଂଲଣ୍ଡ, ମରକ୍କୋ ଓ କ୍ରୋଏସିଆ। ରୁଷିଆ ୨୦୧୮ ସଂସ୍କରଣ ଖେଳିସାରିବା ପରେ ନେଦରଲାଣ୍ଡ୍ସ ଚଳିତ ବିଶ୍ୱକପ୍‌କୁ ଏକ ନୂଆ ଦଳ ନେଇ କରି ଆସିଛି। ବିଶ୍ୱକପ୍‌ ଧରି ଦଳ ଫେରିବ ବୋଲି ମନସ୍ଥ କରିଛି। କ୍ୱାର୍ଟରଫାଇନାଲରେ ଲୋକେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଏକ ହାଇ ଭୋଲ୍‌ଟେଜ ମୁକାବିଲା ଦେଖିବାକୁ ପାଇବେ। ବିଶ୍ୱକପ୍‌ ନକ୍‌ଆଉଟ ପର୍ଯ୍ୟାୟରେ ଦୁଇ ଦଳ ପ୍ରଥମ ଥର ମୁହଁାମୁହିଁ ହେବାକୁ ଯାଉଛନ୍ତି। ଏହି ଦୁଇଦଳ ଗ୍ରୁପ ପର୍ଯ୍ୟାୟରେ ପରସ୍ପରକୁ ଭେଟିଛନ୍ତି। ୧୯୬୬ ବିଶ୍ୱକପ୍‌ରେ ଇଂଲଣ୍ଡ ୨-୦ ଏବଂ ୧୯୮୨ ବିଶ୍ୱକପ୍‌ରେ ୩-୧ ଗୋଲ୍‌ରେ ବିଜୟ ଲାଭ କରିଥିଲା। ପୋଲାଣ୍ଡକୁ ୩-୧ ଗୋଲ୍‌ରେ ପରାସ୍ତ କରି ଫ୍ରାନ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଡିଡିଏର ଡେସଚାମ୍ପଙ୍କ ନେତୃତ୍ୱରେ ଏହି ଦଳକୁ ଚଳିତ ବିଶ୍ୱକପ୍‌ର ସବୁଠାରୁ ଶକ୍ତିଶାଳୀ ଦଳ ବିବେଚନା କରାଯାଉଛି। କିଲିଆନ ଏମ୍‌ବାପେ ହେଉଛନ୍ତି ଦଳର ପ୍ରମୁଖ ଖେଳାଳି। ଅନ୍ୟପକ୍ଷରେ ସେନେଗାଲ ବିପକ୍ଷ ମ୍ୟାଚ ୩-୦ ଗୋଲ୍‌ରେ ଜିତି ଇଂଲଣ୍ଡ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛି। ଏହି ବିଜୟ ସହ ଦଳ ଚଳିତ ବିଶ୍ୱକପ୍‌ର ଅନ୍ୟତମ ଟାଇଟଲ ଦାବିଦାର ଭାବେ ଉଭା ହୋଇଛି।
-(ଚିଭାକ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri