ରପ୍ତାନି କ୍ଷେତ୍ରକୁ ୧୦୦୦ କୋଟିର ପାଣ୍ଠି ଯୋଗାଇବ ଏସ୍‌ବିଆଇ

ଭୁବନେଶ୍ୱର,୧୭।୯: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ସରକାର ସହ ସୁସମ୍ପର୍କକୁ ଅଗ୍ରାଧିକାର ଦେଇ ଆସୁଛି। ବିଶେଷକରି ‘ମେକ୍‌ ଇନ୍‌ ଓଡ଼ିଶା’ କାର୍ଯକ୍ରମକୁ ସଫଳ କରିବା ପାଇଁ ମଧ୍ୟ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ନିକଟରେ ମୁମ୍ବାଇରେ ଶେଷ ହୋଇଥିବା ଓଡ଼ିଶା ଇନ୍‌ଭେଷ୍ଟର ମିଟ୍‌-୨୦୨୨ରେ ଏସ୍‌ବିଆଇର ଚେୟାରମେନ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିଭଳି ଷ୍ଟେଟ ବ୍ୟାଙ୍କ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଋଣ ଯୋଜନା ଯଥା ପିଏମ୍‌ଇଜିପି, ମୁଦ୍ରା ଇତ୍ୟାଦିରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାର ପ୍ରତିଶ୍ରୁତି ଦେଇଛି। ଓଡ଼ିଶାର ରପ୍ତାନି କ୍ଷେତ୍ରର ବିକାଶ ପାଇଁ ଷ୍ଟେଟ ବ୍ୟାଙ୍କ ବଡ ଯୋଜନା ପ୍ରସ୍ତୁତ କରିଛି। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ ରପ୍ତାନି କ୍ଷେତ୍ରକୁ ୧୦୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବା ପାଇଁ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ରପ୍ତାନି କ୍ଷେତ୍ରକୁ ବ୍ୟାଙ୍କ ଦେଇଥିବା ପାଣ୍ଠି ପରିମାଣ ୩୦୦ କୋଟି ଟଙ୍କା ରହିଛି। ଚଳିତ ବର୍ଷ ସେଥିରେ ୩୦୦% ବୃଦ୍ଧି ଆଣିବାକୁ ବ୍ୟାଙ୍କର ଲକ୍ଷ୍ୟ। ସେହିପରି ରପ୍ତାନିରେ ଚିଙ୍ଗୁଡ଼ି, ସି ଫୁଡ୍‌ ଓ କୃଷିଜାତ ସାମଗ୍ରୀ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହା ପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା କହିଛନ୍ତି। ଏହା ବ୍ୟତୀତ, ଷ୍ଟାର୍ଟଅପ୍‌, ରିଅଲ ଏଷ୍ଟେଟ, ଏସ୍‌ଏମ୍‌ଇ, ଇଥାନଲ ପ୍ରକଳ୍ପ ଓ ଧାର୍ମିକ ସ୍ଥଳରେ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉପରେ ମଧ୍ୟ ବ୍ୟାଙ୍କ ଧ୍ୟାନ ଦେଉଛି। ଷ୍ଟାର୍ଟଅପ୍‌ଗୁଡିକ ଲାଗି ଉତ୍ସର୍ଗୀକୃତ ଶାଖା ସ୍ଥାପନ କରିବା ପାଇଁ କ’ଣ ସମ୍ଭାବନା ରହିଛି, ତାହା ଜାଣିବାକୁ ବ୍ୟାଙ୍କ ରାଜ୍ୟରେ ବିଭିନ୍ନ ଶିଳ୍ପସଂଘ ସହ ମଧ୍ୟ ଆଲୋଚନା କରୁଛି। ରାଜ୍ୟରେ ସ୍ଥାପନ ହେଉଥିବା ୨ଟି ପ୍ରକଳ୍ପକୁ ବ୍ୟାଙ୍କ ପାଣ୍ଠି ପ୍ରଦାନ କରିଛି। ଆଉ ତିନୋଟି ପ୍ରତିଷ୍ଠାନ ସହ ଆଲୋଚନା ଜାରି ରହିଛି। ଅପରପକ୍ଷରେ ପୁରୀରେ ମଧ୍ୟ ତିନିଟି ହୋଟେଲ ସ୍ଥାପନ ପାଇଁ ବ୍ୟାଙ୍କ ପାଣ୍ଠି ପ୍ରଦାନ କରିଛି। ରିଅଲ ଇଷ୍ଟେଟ କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କ ୩-୪ ଟି ବଡ଼ ବିଲ୍‌ଡର ସଂସ୍ଥାକୁ ମଧ୍ୟ ପାଣ୍ଠି ପ୍ରଦାନ କରିଛି ବୋଲି ଶର୍ମା କହିଛନ୍ତି। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ ଏସ୍‌ଏମ୍‌ଇ କ୍ଷେତ୍ରକୁ ବ୍ୟାଙ୍କ ୨୦୦୦କୋଟି ଟଙ୍କା ଓ ରିଅଲ ଇଷ୍ଟେଟ କ୍ଷେତ୍ରକୁ ୧୦୦୦ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ ଅଗ୍ରିମରେ ୧୫,୦୦୦କୋଟି ଟଙ୍କା ଓ ଜମାରେ ୪୦-୫୦ ହଜାର କୋଟି ଟଙ୍କାର ବୃଦ୍ଧି ଆଣିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଥିବା ସେ ମତବ୍ୟକ୍ତ କରିଛନ୍ତି। ଚଳିତ ପାର୍ବଣରେ ବ୍ୟାଙ୍କ ବ୍ୟକ୍ତିଗତ ଋଣ ଏକ୍ସପ୍ରେସ୍‌ କ୍ରେଡିଟ୍‌ରେ ବୃଦ୍ଧି ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି। ଏଥିରେ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ରିହାତି ସୁବିଧା ରହିଛି। ସରକାରଙ୍କ ଯେତେସବୁ ସାମାଜିକ କଲ୍ୟାଣମୂଳକ କାର୍ଯକ୍ରମ ରହିଛି, ସେଥିରେ ଅଧିକରୁ ଅଧିକ ଲୋକଙ୍କୁ ଷ୍ଟେଟ ବ୍ୟାଙ୍କ ଯୋଡ଼ିବା ପାଇଁ ଉଦ୍ୟମ କରୁଛି। ଏହା ବ୍ୟତୀତ ଭୁବନେଶ୍ବର-କଟକ ଜାତୀୟ ରାଜପଥରେ ବ୍ୟାଙ୍କ ୩ ଟି ନୂଆ ଶାଖା ସ୍ଥାପନ କରିବାକୁ ଯୋଜନା କରିଛି ବୋଲି ଶର୍ମା କହିଛନ୍ତି। ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ସଦା ଅଗ୍ରଣୀ ରହିଛି। ବିଶେଷକରି ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜୁ ପଟ୍ଟନାୟକ ଆୱାର୍ଡ (ସାମାଜିକ ରିପୋର୍ଟିଂ), ଆର୍‌. କେ. ତଲୱାର ଆୱାର୍ଡ (ବିତ୍ତୀୟ ରିପୋର୍ଟିଂ), କଳିଙ୍ଗ ଆୱାର୍ଡ (କ୍ରୀଡ଼ା ଓ ଯୁବବ୍ୟାପାର ରିପୋର୍ଟିଂ) ଶର୍ମା ଆୱାର୍ଡ ଘୋଷଣା କରିଛନ୍ତି। ଏହି ଆୱାର୍ଡ ପ୍ରତି ବର୍ଷ ଜାନୁୟାରୀ ୨୬ରେ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri