ରପ୍ତାନି କ୍ଷେତ୍ରକୁ ୧୦୦୦ କୋଟିର ପାଣ୍ଠି ଯୋଗାଇବ ଏସ୍‌ବିଆଇ

ଭୁବନେଶ୍ୱର,୧୭।୯: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ସରକାର ସହ ସୁସମ୍ପର୍କକୁ ଅଗ୍ରାଧିକାର ଦେଇ ଆସୁଛି। ବିଶେଷକରି ‘ମେକ୍‌ ଇନ୍‌ ଓଡ଼ିଶା’ କାର୍ଯକ୍ରମକୁ ସଫଳ କରିବା ପାଇଁ ମଧ୍ୟ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ନିକଟରେ ମୁମ୍ବାଇରେ ଶେଷ ହୋଇଥିବା ଓଡ଼ିଶା ଇନ୍‌ଭେଷ୍ଟର ମିଟ୍‌-୨୦୨୨ରେ ଏସ୍‌ବିଆଇର ଚେୟାରମେନ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିଭଳି ଷ୍ଟେଟ ବ୍ୟାଙ୍କ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଋଣ ଯୋଜନା ଯଥା ପିଏମ୍‌ଇଜିପି, ମୁଦ୍ରା ଇତ୍ୟାଦିରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାର ପ୍ରତିଶ୍ରୁତି ଦେଇଛି। ଓଡ଼ିଶାର ରପ୍ତାନି କ୍ଷେତ୍ରର ବିକାଶ ପାଇଁ ଷ୍ଟେଟ ବ୍ୟାଙ୍କ ବଡ ଯୋଜନା ପ୍ରସ୍ତୁତ କରିଛି। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ ରପ୍ତାନି କ୍ଷେତ୍ରକୁ ୧୦୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବା ପାଇଁ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ରପ୍ତାନି କ୍ଷେତ୍ରକୁ ବ୍ୟାଙ୍କ ଦେଇଥିବା ପାଣ୍ଠି ପରିମାଣ ୩୦୦ କୋଟି ଟଙ୍କା ରହିଛି। ଚଳିତ ବର୍ଷ ସେଥିରେ ୩୦୦% ବୃଦ୍ଧି ଆଣିବାକୁ ବ୍ୟାଙ୍କର ଲକ୍ଷ୍ୟ। ସେହିପରି ରପ୍ତାନିରେ ଚିଙ୍ଗୁଡ଼ି, ସି ଫୁଡ୍‌ ଓ କୃଷିଜାତ ସାମଗ୍ରୀ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହା ପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା କହିଛନ୍ତି। ଏହା ବ୍ୟତୀତ, ଷ୍ଟାର୍ଟଅପ୍‌, ରିଅଲ ଏଷ୍ଟେଟ, ଏସ୍‌ଏମ୍‌ଇ, ଇଥାନଲ ପ୍ରକଳ୍ପ ଓ ଧାର୍ମିକ ସ୍ଥଳରେ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉପରେ ମଧ୍ୟ ବ୍ୟାଙ୍କ ଧ୍ୟାନ ଦେଉଛି। ଷ୍ଟାର୍ଟଅପ୍‌ଗୁଡିକ ଲାଗି ଉତ୍ସର୍ଗୀକୃତ ଶାଖା ସ୍ଥାପନ କରିବା ପାଇଁ କ’ଣ ସମ୍ଭାବନା ରହିଛି, ତାହା ଜାଣିବାକୁ ବ୍ୟାଙ୍କ ରାଜ୍ୟରେ ବିଭିନ୍ନ ଶିଳ୍ପସଂଘ ସହ ମଧ୍ୟ ଆଲୋଚନା କରୁଛି। ରାଜ୍ୟରେ ସ୍ଥାପନ ହେଉଥିବା ୨ଟି ପ୍ରକଳ୍ପକୁ ବ୍ୟାଙ୍କ ପାଣ୍ଠି ପ୍ରଦାନ କରିଛି। ଆଉ ତିନୋଟି ପ୍ରତିଷ୍ଠାନ ସହ ଆଲୋଚନା ଜାରି ରହିଛି। ଅପରପକ୍ଷରେ ପୁରୀରେ ମଧ୍ୟ ତିନିଟି ହୋଟେଲ ସ୍ଥାପନ ପାଇଁ ବ୍ୟାଙ୍କ ପାଣ୍ଠି ପ୍ରଦାନ କରିଛି। ରିଅଲ ଇଷ୍ଟେଟ କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କ ୩-୪ ଟି ବଡ଼ ବିଲ୍‌ଡର ସଂସ୍ଥାକୁ ମଧ୍ୟ ପାଣ୍ଠି ପ୍ରଦାନ କରିଛି ବୋଲି ଶର୍ମା କହିଛନ୍ତି। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ ଏସ୍‌ଏମ୍‌ଇ କ୍ଷେତ୍ରକୁ ବ୍ୟାଙ୍କ ୨୦୦୦କୋଟି ଟଙ୍କା ଓ ରିଅଲ ଇଷ୍ଟେଟ କ୍ଷେତ୍ରକୁ ୧୦୦୦ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ ଅଗ୍ରିମରେ ୧୫,୦୦୦କୋଟି ଟଙ୍କା ଓ ଜମାରେ ୪୦-୫୦ ହଜାର କୋଟି ଟଙ୍କାର ବୃଦ୍ଧି ଆଣିବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଥିବା ସେ ମତବ୍ୟକ୍ତ କରିଛନ୍ତି। ଚଳିତ ପାର୍ବଣରେ ବ୍ୟାଙ୍କ ବ୍ୟକ୍ତିଗତ ଋଣ ଏକ୍ସପ୍ରେସ୍‌ କ୍ରେଡିଟ୍‌ରେ ବୃଦ୍ଧି ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି। ଏଥିରେ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ରିହାତି ସୁବିଧା ରହିଛି। ସରକାରଙ୍କ ଯେତେସବୁ ସାମାଜିକ କଲ୍ୟାଣମୂଳକ କାର୍ଯକ୍ରମ ରହିଛି, ସେଥିରେ ଅଧିକରୁ ଅଧିକ ଲୋକଙ୍କୁ ଷ୍ଟେଟ ବ୍ୟାଙ୍କ ଯୋଡ଼ିବା ପାଇଁ ଉଦ୍ୟମ କରୁଛି। ଏହା ବ୍ୟତୀତ ଭୁବନେଶ୍ବର-କଟକ ଜାତୀୟ ରାଜପଥରେ ବ୍ୟାଙ୍କ ୩ ଟି ନୂଆ ଶାଖା ସ୍ଥାପନ କରିବାକୁ ଯୋଜନା କରିଛି ବୋଲି ଶର୍ମା କହିଛନ୍ତି। ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ସଦା ଅଗ୍ରଣୀ ରହିଛି। ବିଶେଷକରି ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜୁ ପଟ୍ଟନାୟକ ଆୱାର୍ଡ (ସାମାଜିକ ରିପୋର୍ଟିଂ), ଆର୍‌. କେ. ତଲୱାର ଆୱାର୍ଡ (ବିତ୍ତୀୟ ରିପୋର୍ଟିଂ), କଳିଙ୍ଗ ଆୱାର୍ଡ (କ୍ରୀଡ଼ା ଓ ଯୁବବ୍ୟାପାର ରିପୋର୍ଟିଂ) ଶର୍ମା ଆୱାର୍ଡ ଘୋଷଣା କରିଛନ୍ତି। ଏହି ଆୱାର୍ଡ ପ୍ରତି ବର୍ଷ ଜାନୁୟାରୀ ୨୬ରେ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri