ଆଜିଓ ଅଲ୍‌ଷ୍ଟାର୍‌ ସେଲ୍‌ର ଶୁଭାରମ୍ଭ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ଅନ୍‌ଲାଇନ ଫ୍ୟାଶନ ଇ-ରିଟେଲର ଆଜିଓ ଅଲ୍‌ ଷ୍ଟାର୍‌ ସେଲ୍‌ର ଶୁଭାରମ୍ଭ ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଏହା ଅନେକ ତାରକା ଖଚିତ ଅଫରକୁ ନେଇ ଆସିଛି। ଏପରିକି ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଷ୍ଟାର ବ୍ରାଣ୍ଡ୍‌ ସମୂହ ସାମିଲ ସହ ଏଥିରେ ଥିବା କଲେକ୍ସନ ଓ ଅତୁଳନୀୟ ଡିଲ୍‌ ବେଶ୍‌ ଆକର୍ଷଣୀୟ ରହିଛି। ଚଳିତ ବର୍ଷ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ। ଏଠାରେ ୩୫୦୦ରୁ ଅଧିକ ଅଗ୍ରଣୀ ଭାରତୀୟ ଓ ଆନ୍ତର୍ଜାତିକ ଫ୍ୟାଶନ ବ୍ରାଣ୍ଡ୍‌ରେ ୧ନିୟୁତରୁ ଅଧିକ ଷ୍ଟାଇଲ ସାମିଲ ସାଙ୍ଗକୁ ୫୦-୯୦% ଡିସ୍‌କାଉଣ୍ଟ ଉପଲବ୍ଧ ରହିଛି। ଏହାର ଗ୍ରାହକମାନେ ପ୍ରଥମ ଥର ଆପ୍‌ରେ ସାଇନିଂ ଅପ୍‌ କରିବା ପରେ ତୁରନ୍ତ ୫୦୦ ଟଙ୍କାର ରିହାତି ପାଇପାରିବେ। ଏଠାରେ ୱେଷ୍ଟର୍ନ ଓ୍ବେର, ଡେନିମ୍ସ, ସ୍ନିକର, ଆଥଲେଜର, ଏଥିନିକ୍‌ ଓ୍ବେର ସାଙ୍ଗକୁ ଆହୁରି ଅନେକ କିଛି ଉପଲବ୍ଧ ରହିଛି। ଏଠାରେ ଷ୍ଟାର-ଷ୍ଟଡେଡ୍‌ ବ୍ରାଣ୍ଡ ଯଥା ଆଡିଡାସ୍‌, ନାଇକ୍‌, ସୁପରଡ୍ରାଏ, ଷ୍ଟିଭ୍‌ ମାଡେନ୍‌, ଲିଭାଇସ୍‌, ମାର୍କସ୍‌ ଆଣ୍ଡ ସ୍ପେନ୍ସର, ଅର୍ମାନି ଏକ୍ସଚେଞ୍ଜ, ମାଭି, ରିତୁ କୁମାର, ଡବ୍ଲ୍ୟୁ, ମାସବା, ମୁଜି ଓ ଆହୁରି ଅନେକ କିଛି ରହିଛି। ସେହିପରି ବଲିଉଡ୍‌ର ଅଗ୍ରଣୀ ଷ୍ଟାରମାନେ ଅନନ୍ୟ ଷ୍ଟାଇଲରେ ସୁସଜ୍ଜିତ ହୋଇ ଆଜିଓ ଅଲ୍‌ଷ୍ଟାର ସେଲ୍‌କୁ ସଭିଙ୍କ ପାଇଁ ‘ଷ୍ଟ୍ରିଟ୍‌’କୁ ଆଣିଛନ୍ତି। ବିଶେଷକରି ଶ୍ରଦ୍ଧା କପୁର, ବାଣୀ କପୁର, ଜିମ୍‌ ସର୍ଭ ଓ ବାଦଶାହା ଆଜିଓ କ୍ୟାମ୍ପେନର ଷ୍ଟାରକାଷ୍ଟ ଭାବେ ଟିଭି ଓ ଡିଜିଟାଲ ମିଡିଆରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକାର ବ୍ରାଣ୍ଡ୍‌ ସହ ଜଣେ ବ୍ୟକ୍ତି ଅଲ୍‌ଷ୍ଟାର ସେଲ୍‌ ସମୟରେ ଆଜିଓ ଆପ୍‌ରେ ଅନେକ ଆକର୍ଷଣୀୟ ଡିଲ୍‌ ପାଇପାରିବେ। ଗ୍ରାହକମାନେ ମଧ୍ୟ ଅତିରିକ୍ତ ସୁବିଧା ଯଥା ସୁପରଫାଷ୍ଟ ଡେଲିଭରି, ଡୋରଷ୍ଟେପ୍‌ ରିଫଣ୍ଡ ଓ ସହଜିଆ ଏକ୍ସଚେଞ୍ଜ ସୁବିଧା ପାଇପାରିବେ। ଏହାଦ୍ୱାର ଆଜିଓର ଅଫରିଂ ଆହୁରି ଅଧିକ ଆକର୍ଷଣୀୟ ହୋଇପାରିଛି। ଭାରତରେ ଉତ୍ସବ ସେଲ୍‌ ଋତୁ ଆରମ୍ଭ ହୋଇଥିବା ବେଳେ ଆଜିଓ ଅଲ୍‌ ଷ୍ଟାର୍ସ ସେଲ୍‌ ଗ୍ରାହକଙ୍କ ସମସ୍ତ ଫ୍ୟାଶନ ଶପିଂ ଆବଶ୍ୟକତାକୁ ପୂରଣ କରୁଛି। ପ୍ଲେ ଷ୍ଟୋର ବା ଆପ୍‌ ଷ୍ଟୋରରୁ ଆଜିଓ ଆପ୍‌କୁ ମୋବାଇଲରେ ଡାଉନ୍‌ଲୋଡ୍‌ କରି ଗ୍ରାହକମାନେ ସମସ୍ତ ପ୍ରକାର ଫ୍ୟାଶନର ଆନନ୍ଦ ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri