ଅମିତାଭଙ୍କୁ ପ୍ରତି ମାସରେ ଏସ୍‌ବିଆଇ ଦେବ ୧୮.୯ ଲକ୍ଷ ଟଙ୍କା!

ମୁମ୍ବାଇ: ବଲିଉଡ୍ ଶେହେନଶାହା ଅମିତାଭ ବଚ୍ଚନଙ୍କୁ ଏବେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍‌ବିଆଇ)ମାସକୁ ପାଖାପାଖି ୧୮.୯ ଲକ୍ଷ ଟଙ୍କା ଦେବ ବୋଲି ଜଣାପଡିଛି । କାରଣ ହେଲା ଦେଶର ବୃହତ୍ତମ ବ୍ୟାଙ୍କ ମୁମ୍ବାଇର ଜୁହୁ ଅଞ୍ଚଳରେ ବିଗ୍ ବିଙ୍କ ମାଲିକାନାରେ ଥିବା ସମ୍ପତ୍ତିର ତଳ ମହଲାକୁ ଲିଜରେ ନେଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ବ୍ୟାଙ୍କ ଏସମ୍ପର୍କରେ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଶେକ ବଚ୍ଚନଙ୍କ ସହ କଥା ହୋଇ ସାରିଛ । ଏହାସହ ବିଗବି ଜାଲସା ନିକଟ ଏକ କୋଠାରେ ଜୁହୁରେ ଥିବା ତାଙ୍କ ପରିବାର ବାସଭବନର ୩,୧୫୦ ବର୍ଗଫୁଟ ଲିଜରେ ଦେବେ । ବଚ୍ଚନଙ୍କର ଜୁହୁରେ ପ୍ରତୀକ, ଜନକ, ଆମ୍ବୁ ଏବଂ ଭାଟ ବଙ୍ଗଳା ରହିଛି । ପ୍ରାୟ ୧୫ ବର୍ଷର ଭଡା ପାଇଁ ବ୍ୟାଙ୍କ ଅମିତାଭଙ୍କୁ ପ୍ରତିବର୍ଷ ୧୮.୯ ଲକ୍ଷ ଟଙ୍କା ପ୍ରତିମାସରେ ଭଡା ଦେବ ବୋଲି ଜଣାପଡିଛି । ପ୍ରତି ୫ ବର୍ଷରେ ଭଡା ୨୫ ପ୍ରତିଶତ ବୃଦ୍ଧି କରାଯିବ । ଏହି ସୂଚନା ରିୟଲ ଇଷ୍ଟେଟ ଆନାଲିଟିକ୍ସ ଓ ରିସର୍ଚ୍ଚ କମ୍ପାନୀର ୱେବ ସାଇଟରେ ଆକ୍ସେସ କରୁଥିବା ଡ଼କ୍ୟୁମେର୍ଟରେ ଦର୍ଶାଯାଇଛି । ପ୍ରଥମ ୫ ବର୍ଷରେ ଏସ୍‌ବିଆଇ ୧୮.୯ ଲକ୍ଷ ଟଙ୍କା ଦେଉଥିବା ବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ଭଡା ୨୩.୬୨ ଲକ୍ଷ ଓ ଆଗାମୀ ଆଉ ୫ ବର୍ଷରେ ଏହା ୨୯.୫୩ ଲକ୍ଷକୁ ବୃଦ୍ଧି ପାଇବ ବୋଲି ରିପୋର୍ଟରୁ ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?