ସଞ୍ଚୟ ଓ ସଂଶୟ

ମଣିଷ ଭବିଷ୍ୟତକୁ ଆଖିଆଗରେ ରଖି କାଳେ କିଛି ଖରାପ ବେଳ ଆସିପାରେ ବା ଆଗକୁ କିଛି ବଡ଼ ଖର୍ଚ୍ଚ ପଡ଼ିପାରେ, ତାହାକୁ ସହଜରେ ସମାହିତ କରିବା ପାଇଁ ଦୈନନ୍ଦିନ ଅର୍ଜନରୁ କିଛି କିଛି ସଞ୍ଚୟ କରେ। ସଞ୍ଚୟ ଏକ ଭଲ ଅଭ୍ୟାସ, ଯାହାକୁ ସୁରୁଖୁରୁରେ ଚଳିଯାଉଥିବା ସମୟରେ କେତେବେଳେ ବିଘ୍ନ ଆସିଲେ ତାହାର ଉପଯୋଗ ହୋଇଥାଏ।
ଭାରତ ଏକ ବିକାଶଶୀଳ ରାଷ୍ଟ୍ର। ଏଠାରେ ମୁଣ୍ଡ ପିଛା ଆୟ ଖୁବ୍‌ କମ୍‌। ତଥାପି ଲୋକେ ନିଜ ପେଟରୁ କାଟି କିଛି କିଛି ସଞ୍ଚୟ କରିଥା’ନ୍ତି। କୌଣସି ଅନୁଷ୍ଠାନ ସୁଧ ନ ଦେଉ ପଛେ, ସଞ୍ଚତ୍ତ ରାଶି ଏକାଥରକେ ମିଳିଲେ ବି କିଛି କାମରେ ତ ଲାଗିଯିବ। ଝିଅପୁଅ ବାହାଘର, ଦେହ ପା’ ଖରାପ ହେଲାବେଳେ ଅନେକ କାମରେ ଲାଗିଥାଏ। ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବିଲ୍‌ ଗେଟ୍‌ସଙ୍କ ମତରେ-ତୁମ ଅର୍ଜନର କୋଡ଼ିଏ ଶତକଡ଼ା ସଞ୍ଚୟ କର, ଅବଶିଷ୍ଟ ଖର୍ଚ୍ଚ କର। ଆମର ଭାବନା ତ;‘ଋଣଂ କୃତ୍ୱା ଘୃତଂ ପିବେତ୍‌, ଯାବତ୍‌ ଇଚ୍ଛା ତାବତ୍‌ ଯିବେତ୍‌।’ ଆମ ପିଲାମାନେ, ଯେଉଁମାନେ ବାହାରେ ଘରୋଇ କମ୍ପାନୀରେ ଭଲ ବେତନ ପାଉଛନ୍ତି, ଘରଭଡ଼ା କାହିଁକି ଦେବେ, ଘର ନିଜର ପାଇଁ କିସ୍ତି ଦେବାକୁ ପସନ୍ଦ କରନ୍ତି। କିନ୍ତୁ କୌଣସି କାରଣରୁ କିଛିଦିନ ପାଇଁ ଚାକିରିରୁ ଅନ୍ତର ହେଲେ ନାନାଦି ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତାହାର ମୂଳ ନିୟମ କହୁଛି, ତୁମେ ଯଦି ଚାକିରି କରୁଛ, ଆଗ ଅତିକମ୍‌ରେ ଛ’ମାସର ଦରମା ସଞ୍ଚୟ କର। ତାହା ତୁମକୁ ଗୋଟିଏ ଚାକିରିରୁ ଆଉ ଗୋଟିଏ ଚାକିରି ଖୋଜିବା ସମୟରେ ଅନେକ ସାହାଯ୍ୟ କରିବ।
ଆମ ମଧ୍ୟରେ ଆର୍ଥିକ ସାକ୍ଷରତା ଖୁବ୍‌ କମ୍‌। କେଉଁଠି ସଞ୍ଚୟ କଲେ ଭଲ ଅର୍ଜନ ହେବ ବା କୌଣସି ଅନୁଷ୍ଠାନ ଯଦି କୁହେ ଅଳ୍ପଦିନରେ ରାଶି ଦୁଇଗୁଣା ହୋଇଯିବ, ସେହି ଅନୁଷ୍ଠାନ ଠିକ୍‌ କି ଭୁଲ୍‌ ତାକୁ ଜାଣିବା ପାଇଁ ସରକାରୀ ସୂଚନା କେନ୍ଦ୍ର ବି ନାହିଁ ଆଖପାଖରେ।
ଆମେ ଦେଖିଲେ ଚିଟ୍‌ଫଣ୍ଡ୍‌ ମାଧ୍ୟମରେ ଜନସାଧାରଣଙ୍କ ଟଙ୍କା ବୁଡ଼ିଗଲା। ସାଧାରଣ ଜନତା ନିଜ ପୁଅଝିଅ ବିବାହ ପାଇଁ ବା ଭବିଷ୍ୟତ ଲାଗି ରଖିଥିବା ଟଙ୍କା ନ ପାଇ ବହୁ କ୍ଷତି ସହିଲେ, ଯେହେତୁ ସରକାରୀ ଭାବେ ଜନସାଧାରଣଙ୍କ ପାଇଁ କିଛି ସୂଚନା ନ ଥିଲା। ଲୋକେ ବିଶ୍ୱାସ କଲେ ସେହି ସଂସ୍ଥାକୁ, ସେହି ଆର୍ଥିକ ଅନୁଷ୍ଠାନର ଉତ୍ସବକୁ ଯାଉଥିବା ନେତା, ମନ୍ତ୍ରୀଙ୍କ ପାଇଁ। ବେକାରି ସମସ୍ୟା ଯେପରି ଉତ୍କଟ, ସେଥିରେ ଅନେକେ ଏଜେଣ୍ଟ ଭାବେ ଯୋଗଦେଇଥିଲେ। ସେମାନେ ନିଜ ନିଜ ସମ୍ପର୍କୀୟମାନଙ୍କୁ ବା ନିଜ ଚିହ୍ନା ପରିଚିତଙ୍କଠାରୁ ଟଙ୍କା ନେଇ ଜମା ଦେଇଥିଲେ। ସେମାନେ ବା କାହୁଁ ଜାଣିବେ ଏହି ସଂସ୍ଥା ଠକ ବୋଲି। ବିଚରା କିଛି ଏଜେଣ୍ଟ ଲୋକଙ୍କ ରୋଶର ଶିକାର ହୋଇ ଆତ୍ମହତ୍ୟା ମଧ୍ୟ କରିଥିବାର ଖବର ଆସିଛି। ଦେଶରେ ଆର୍ଥିକ ଅରାଜକତାକୁ ଟାଳିବା ପାଇଁ, ଜନସାଧାରଣଙ୍କୁ ସଚେତନ କରିବା ଲାଗି ଆର୍ଥିକ ଗୋଇନ୍ଦା ସୃଷ୍ଟି ହେବା ଉଚିତ୍‌। ଶେଷରେ ଜନସାଧାରଣଙ୍କ ଉପରେ କେହି କେହି ବିଜ୍ଞ ବ୍ୟକ୍ତି ଦୋଷ ଲଦିଲେ, ସେମାନେ ଲୋଭର ବଶବର୍ତ୍ତୀ ହୋଇ ଟଙ୍କା ଜମା କରିଛନ୍ତି। ବ୍ୟାଙ୍କ ଯେତେବେଳେ ଆଠବର୍ଷରେ ଦୁଇଗୁଣା ଦେଉଛି, ଏମାନେ କିପରି ବର୍ଷକରେ ବା ଦୁଇବର୍ଷରେ ଦେଇପାରିବେ, ଜନସାଧାରଣ କାହିଁକି ତାହା ଚିନ୍ତା କଲେନାହିଁ? ଏହି କଥା ମଧ୍ୟ ସମସ୍ତେ କହୁଛନ୍ତି ସରକାର ବାହାଦୁର କାହିଁକି ଦେଶରେ ଏଭଳି ଠକାମି ହେଉଛି ବୋଲି ଜାଣିପାରିଲେ ନାହିଁ? ଅବଶ୍ୟ ସରକାର ଚିଟ୍‌ଫଣ୍ଡ୍‌ ଫେରିପାଇବା ପାଇଁ ଏକ କମିଶନ ବସାଇଛନ୍ତି। କିନ୍ତୁ ଆଇନର ଗଳାବାଟରେ ଏସବୁ ସଂଗଠିତ ହେଲା, ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ଉଚିତ୍‌।
ଆମେ ଜାଣୁ ଦେଶରେ ଯେତେ ବ୍ୟାଙ୍କ କାମ କରୁଛନ୍ତି, ସମସ୍ତେ ସରକାରଙ୍କ ଅନୁମତିରେ କାମ କରୁଛନ୍ତି। ବ୍ୟାଙ୍କର କେତେବେଳେ ସରକାରୀ ଅନୁମତି କଡ଼ା ହେଉଛି ବା ଲୋକଙ୍କ ଜମା ସଂଗ୍ରହ ବାରଣ ହେଉଛି ଜନସାଧାରଣ ଜାଣିବେ କିପରି? ଭାରତର ଏକ ପ୍ରତିଷ୍ଠିତ ମନ୍ଦିରର ସଂଗ୍ରହ କାହିଁକି ଜମାହେଲା ଏକ ବ୍ୟାଙ୍କରେ, ଯେତେବେଳେ ତାହାର ପରିଚାଳନା କମିଟିକୁ ପ୍ରଶ୍ନ ହେଲା, ସେତେବେଳେ ସାଧାରଣରେ ସେହି ବ୍ୟାଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଲା। କାରଣ ସେହି ବ୍ୟାଙ୍କଟି ଦେବାଳିଆ ବୋଲି ଆଗରୁ କୁଆଡ଼େ ଚିଠି ଆସିଥିଲା। ଆଚ୍ଛା ଜନସାଧାରଣଙ୍କୁ କ’ଣ ଏ ବିଷୟରେ ଜଣାଇବା ଉଚିତ୍‌ ନୁହେଁ ସରକାରଙ୍କର? ଜନସାଧାରଣ ତ ସେହି ବ୍ୟାଙ୍କ କାରବାରରେ ଭାଗୀଦାରି ହେଉଥିଲେ।
ଆମେ ଯେତେ ଟଙ୍କା ବ୍ୟାଙ୍କରେ ରଖିଲେ ମଧ୍ୟ ବ୍ୟାଙ୍କ ଯଦି ବୁଡ଼ିଯାଏ, ତେବେ ଜନସାଧାରଣ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପାଇବେ। ତାହା ସରକାର ଦେବେନାହିଁ, ସେହି ସଂସ୍ଥା ମଧ୍ୟ ଦେବନାହିଁ, ଦେବ ବୀମା କମ୍ପାନୀ। ଆଗରୁ ଏକ ଲକ୍ଷ ଟଙ୍କା ଥିଲା, ଏବେ ତାହା ପାଞ୍ଚଲକ୍ଷ ହୋଇଛି। ଅର୍ଥାତ୍‌ ଜନସାଧାରଣଙ୍କ ସମସ୍ତ ଜମା ନୁହେଁ, ପାଞ୍ଚ ଲକ୍ଷ ଟଙ୍କା ଜମାରାଶିର ବୀମା ହୋଇଛି। ମନରେ ବେଳେବେଳେ ପ୍ରଶ୍ନ ଆସେ ଜନ ସାଧାରଣ ନିଜ କଷ୍ଟାର୍ଜିତ ଟଙ୍କା ଜମା ରଖୁଛନ୍ତି, ସେହି ଟଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କ ତିଆରି କରୁଛି ନା ଆଉ କିଏ? ତେଣୁ ଜନସାଧାରଣଙ୍କ ସମସ୍ତ ଜମା ସୁରକ୍ଷିତ ବୋଲି ନିଶ୍ଚିତତା କରିବା ଉଚିତ୍‌ ନୁହେଁ କି? ଜନସାଧାରଣଙ୍କ ଧନ ଓ ଜୀବନର ସମ୍ପୂର୍ଣ୍ଣ ସୁରକ୍ଷା ତ ରାଷ୍ଟ୍ରର ଦାୟିତ୍ୱ। ଏହା ସମ୍ବିଧାନରେ ନିୟମ ଅଛି।
ଲୋକଙ୍କ ଘରେ ଟଙ୍କା ସଞ୍ଚତ୍ତ ହୋଇ ରହିଲେ ତାହା ମୃତବତ୍‌, ସେହି ଟଙ୍କା ବ୍ୟାଙ୍କରେ ରହିଲେ ବା କାରବାର ହେଲେ ତାହା ଚଳମାନ୍‌। ଆମ ପକେଟରେ ଯଦି ଶହେ ଟଙ୍କା ବି ରୁହେ, ତେବେ ଶହେ ଚାଳିଶି କୋଟି ଲୋକଙ୍କ ପକେଟ୍‌ରେ ରହିବ ଚଉଦ ହଜାର କୋଟି। ତାହା ଯଦି କୌଣସି ବ୍ୟାଙ୍କରେ ରୁହେ ତେବେ ରାଷ୍ଟ୍ରର ହିତ ତ ହେବ ନିଶ୍ଚୟ। ଲୋକଙ୍କ ଘରେ ରହିଥିବା ଟଙ୍କାକୁ ଯଦି ହିସାବକୁ ନିଆଯାଏ, ତେବେ ତ ଅନେକ ହେବ। ତେଣୁ ଜନସାଧାରଣଙ୍କଠାରୁ ଜମା ସଂଗ୍ରହ କରିବାରେ, ତାହାକୁ ଚଳମାନ କରିବାରେ ବ୍ୟାଙ୍କର ଭୂମିକା ଅନେକ। ଆମ ଅର୍ଜିତ ଧନର ଯଦି ଆମର ହିସାବ ନ ରହିବ ବା ତାହା ଉପରେ ଆମର କର୍ତ୍ତୃତ୍ୱ ନ ରହିବ, ତେବେ ଆମେ ନାନାଦି ଅସୁବିଧାର ସମ୍ମୁଖୀନ ହେଉ। ସେହିପରି କୌଣସି ରାଷ୍ଟ୍ରର ଆର୍ଥିକ କାରବାର ଘରୋଇ ହାତକୁ ଟେକିଦେଲେ ବା ସେହି ରାଷ୍ଟ୍ରର ଆର୍ଥିକ କାରବାର ମୁଖ୍ୟ ସଞ୍ଚାଳକ ବ୍ୟାଙ୍କଗୁଡ଼ିକ ଘରୋଇ ହାତକୁ ଟେକିଦେଲେ, ସେ ଦେଶରେ ଆର୍ଥିକ ଅରାଜକତା ଦେଖାଦେଇପାରେ। ଆମେ ଜାଣୁ ଘରୋଇ ଲୋକ ବ୍ୟାଙ୍କରୁ ଋଣ ନେଇ ଫେରାଉନାହାନ୍ତି, ଆଉ ମାଲିକାନା ନେଲେ ସେମାନେ କ’ଣ କରିବେ ଏଥିରୁ ବେଶ୍‌ ଅନୁମେୟ।
ଆମ ଦେଶର ସାକ୍ଷରତା ହାର ଅଧିକ ନୁହେଁ, ଆର୍ଥିକ ସଚେତନତା ଖୁବ୍‌ କମ୍‌, ମୁଣ୍ଡ ପିଛା ଆୟ ମଧ୍ୟ କମ୍‌। ଭାରତ ଏକ ବିକଶିତ ନୁହେଁ ବିକାଶଶୀଳ ରାଷ୍ଟ୍ର। ଏଠି ମାନସିକ ଶାନ୍ତି ପ୍ରମୁଖତା ବହନ କରେ। ସମସ୍ତଙ୍କର ଇଚ୍ଛା ଅଳପ ଅଳପ ପଡ଼ିଥାଉ ଦରକାର ବେଳେ କାମରେ ଆସିବ। ଅଧିକ ଲାଭର ଲୋଭ ସମସ୍ତେ ରଖନ୍ତି ନାହିଁ। ସେହି ବିଶ୍ୱାସ ଆଉ ଭରସା ଟିକକୁ ସୁରକ୍ଷାଦେଲେ ରାଷ୍ଟ୍ର ପ୍ରଗତି ପଥରେ ଆଗେଇଯିବା
ଗୋଗଳ, କାଏମା, ଯାଜପୁର
ମୋ: ୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?