ସଞ୍ଚୟ ଓ ସଂଶୟ

ମଣିଷ ଭବିଷ୍ୟତକୁ ଆଖିଆଗରେ ରଖି କାଳେ କିଛି ଖରାପ ବେଳ ଆସିପାରେ ବା ଆଗକୁ କିଛି ବଡ଼ ଖର୍ଚ୍ଚ ପଡ଼ିପାରେ, ତାହାକୁ ସହଜରେ ସମାହିତ କରିବା ପାଇଁ ଦୈନନ୍ଦିନ ଅର୍ଜନରୁ କିଛି କିଛି ସଞ୍ଚୟ କରେ। ସଞ୍ଚୟ ଏକ ଭଲ ଅଭ୍ୟାସ, ଯାହାକୁ ସୁରୁଖୁରୁରେ ଚଳିଯାଉଥିବା ସମୟରେ କେତେବେଳେ ବିଘ୍ନ ଆସିଲେ ତାହାର ଉପଯୋଗ ହୋଇଥାଏ।
ଭାରତ ଏକ ବିକାଶଶୀଳ ରାଷ୍ଟ୍ର। ଏଠାରେ ମୁଣ୍ଡ ପିଛା ଆୟ ଖୁବ୍‌ କମ୍‌। ତଥାପି ଲୋକେ ନିଜ ପେଟରୁ କାଟି କିଛି କିଛି ସଞ୍ଚୟ କରିଥା’ନ୍ତି। କୌଣସି ଅନୁଷ୍ଠାନ ସୁଧ ନ ଦେଉ ପଛେ, ସଞ୍ଚତ୍ତ ରାଶି ଏକାଥରକେ ମିଳିଲେ ବି କିଛି କାମରେ ତ ଲାଗିଯିବ। ଝିଅପୁଅ ବାହାଘର, ଦେହ ପା’ ଖରାପ ହେଲାବେଳେ ଅନେକ କାମରେ ଲାଗିଥାଏ। ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବିଲ୍‌ ଗେଟ୍‌ସଙ୍କ ମତରେ-ତୁମ ଅର୍ଜନର କୋଡ଼ିଏ ଶତକଡ଼ା ସଞ୍ଚୟ କର, ଅବଶିଷ୍ଟ ଖର୍ଚ୍ଚ କର। ଆମର ଭାବନା ତ;‘ଋଣଂ କୃତ୍ୱା ଘୃତଂ ପିବେତ୍‌, ଯାବତ୍‌ ଇଚ୍ଛା ତାବତ୍‌ ଯିବେତ୍‌।’ ଆମ ପିଲାମାନେ, ଯେଉଁମାନେ ବାହାରେ ଘରୋଇ କମ୍ପାନୀରେ ଭଲ ବେତନ ପାଉଛନ୍ତି, ଘରଭଡ଼ା କାହିଁକି ଦେବେ, ଘର ନିଜର ପାଇଁ କିସ୍ତି ଦେବାକୁ ପସନ୍ଦ କରନ୍ତି। କିନ୍ତୁ କୌଣସି କାରଣରୁ କିଛିଦିନ ପାଇଁ ଚାକିରିରୁ ଅନ୍ତର ହେଲେ ନାନାଦି ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତାହାର ମୂଳ ନିୟମ କହୁଛି, ତୁମେ ଯଦି ଚାକିରି କରୁଛ, ଆଗ ଅତିକମ୍‌ରେ ଛ’ମାସର ଦରମା ସଞ୍ଚୟ କର। ତାହା ତୁମକୁ ଗୋଟିଏ ଚାକିରିରୁ ଆଉ ଗୋଟିଏ ଚାକିରି ଖୋଜିବା ସମୟରେ ଅନେକ ସାହାଯ୍ୟ କରିବ।
ଆମ ମଧ୍ୟରେ ଆର୍ଥିକ ସାକ୍ଷରତା ଖୁବ୍‌ କମ୍‌। କେଉଁଠି ସଞ୍ଚୟ କଲେ ଭଲ ଅର୍ଜନ ହେବ ବା କୌଣସି ଅନୁଷ୍ଠାନ ଯଦି କୁହେ ଅଳ୍ପଦିନରେ ରାଶି ଦୁଇଗୁଣା ହୋଇଯିବ, ସେହି ଅନୁଷ୍ଠାନ ଠିକ୍‌ କି ଭୁଲ୍‌ ତାକୁ ଜାଣିବା ପାଇଁ ସରକାରୀ ସୂଚନା କେନ୍ଦ୍ର ବି ନାହିଁ ଆଖପାଖରେ।
ଆମେ ଦେଖିଲେ ଚିଟ୍‌ଫଣ୍ଡ୍‌ ମାଧ୍ୟମରେ ଜନସାଧାରଣଙ୍କ ଟଙ୍କା ବୁଡ଼ିଗଲା। ସାଧାରଣ ଜନତା ନିଜ ପୁଅଝିଅ ବିବାହ ପାଇଁ ବା ଭବିଷ୍ୟତ ଲାଗି ରଖିଥିବା ଟଙ୍କା ନ ପାଇ ବହୁ କ୍ଷତି ସହିଲେ, ଯେହେତୁ ସରକାରୀ ଭାବେ ଜନସାଧାରଣଙ୍କ ପାଇଁ କିଛି ସୂଚନା ନ ଥିଲା। ଲୋକେ ବିଶ୍ୱାସ କଲେ ସେହି ସଂସ୍ଥାକୁ, ସେହି ଆର୍ଥିକ ଅନୁଷ୍ଠାନର ଉତ୍ସବକୁ ଯାଉଥିବା ନେତା, ମନ୍ତ୍ରୀଙ୍କ ପାଇଁ। ବେକାରି ସମସ୍ୟା ଯେପରି ଉତ୍କଟ, ସେଥିରେ ଅନେକେ ଏଜେଣ୍ଟ ଭାବେ ଯୋଗଦେଇଥିଲେ। ସେମାନେ ନିଜ ନିଜ ସମ୍ପର୍କୀୟମାନଙ୍କୁ ବା ନିଜ ଚିହ୍ନା ପରିଚିତଙ୍କଠାରୁ ଟଙ୍କା ନେଇ ଜମା ଦେଇଥିଲେ। ସେମାନେ ବା କାହୁଁ ଜାଣିବେ ଏହି ସଂସ୍ଥା ଠକ ବୋଲି। ବିଚରା କିଛି ଏଜେଣ୍ଟ ଲୋକଙ୍କ ରୋଶର ଶିକାର ହୋଇ ଆତ୍ମହତ୍ୟା ମଧ୍ୟ କରିଥିବାର ଖବର ଆସିଛି। ଦେଶରେ ଆର୍ଥିକ ଅରାଜକତାକୁ ଟାଳିବା ପାଇଁ, ଜନସାଧାରଣଙ୍କୁ ସଚେତନ କରିବା ଲାଗି ଆର୍ଥିକ ଗୋଇନ୍ଦା ସୃଷ୍ଟି ହେବା ଉଚିତ୍‌। ଶେଷରେ ଜନସାଧାରଣଙ୍କ ଉପରେ କେହି କେହି ବିଜ୍ଞ ବ୍ୟକ୍ତି ଦୋଷ ଲଦିଲେ, ସେମାନେ ଲୋଭର ବଶବର୍ତ୍ତୀ ହୋଇ ଟଙ୍କା ଜମା କରିଛନ୍ତି। ବ୍ୟାଙ୍କ ଯେତେବେଳେ ଆଠବର୍ଷରେ ଦୁଇଗୁଣା ଦେଉଛି, ଏମାନେ କିପରି ବର୍ଷକରେ ବା ଦୁଇବର୍ଷରେ ଦେଇପାରିବେ, ଜନସାଧାରଣ କାହିଁକି ତାହା ଚିନ୍ତା କଲେନାହିଁ? ଏହି କଥା ମଧ୍ୟ ସମସ୍ତେ କହୁଛନ୍ତି ସରକାର ବାହାଦୁର କାହିଁକି ଦେଶରେ ଏଭଳି ଠକାମି ହେଉଛି ବୋଲି ଜାଣିପାରିଲେ ନାହିଁ? ଅବଶ୍ୟ ସରକାର ଚିଟ୍‌ଫଣ୍ଡ୍‌ ଫେରିପାଇବା ପାଇଁ ଏକ କମିଶନ ବସାଇଛନ୍ତି। କିନ୍ତୁ ଆଇନର ଗଳାବାଟରେ ଏସବୁ ସଂଗଠିତ ହେଲା, ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ଉଚିତ୍‌।
ଆମେ ଜାଣୁ ଦେଶରେ ଯେତେ ବ୍ୟାଙ୍କ କାମ କରୁଛନ୍ତି, ସମସ୍ତେ ସରକାରଙ୍କ ଅନୁମତିରେ କାମ କରୁଛନ୍ତି। ବ୍ୟାଙ୍କର କେତେବେଳେ ସରକାରୀ ଅନୁମତି କଡ଼ା ହେଉଛି ବା ଲୋକଙ୍କ ଜମା ସଂଗ୍ରହ ବାରଣ ହେଉଛି ଜନସାଧାରଣ ଜାଣିବେ କିପରି? ଭାରତର ଏକ ପ୍ରତିଷ୍ଠିତ ମନ୍ଦିରର ସଂଗ୍ରହ କାହିଁକି ଜମାହେଲା ଏକ ବ୍ୟାଙ୍କରେ, ଯେତେବେଳେ ତାହାର ପରିଚାଳନା କମିଟିକୁ ପ୍ରଶ୍ନ ହେଲା, ସେତେବେଳେ ସାଧାରଣରେ ସେହି ବ୍ୟାଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଲା। କାରଣ ସେହି ବ୍ୟାଙ୍କଟି ଦେବାଳିଆ ବୋଲି ଆଗରୁ କୁଆଡ଼େ ଚିଠି ଆସିଥିଲା। ଆଚ୍ଛା ଜନସାଧାରଣଙ୍କୁ କ’ଣ ଏ ବିଷୟରେ ଜଣାଇବା ଉଚିତ୍‌ ନୁହେଁ ସରକାରଙ୍କର? ଜନସାଧାରଣ ତ ସେହି ବ୍ୟାଙ୍କ କାରବାରରେ ଭାଗୀଦାରି ହେଉଥିଲେ।
ଆମେ ଯେତେ ଟଙ୍କା ବ୍ୟାଙ୍କରେ ରଖିଲେ ମଧ୍ୟ ବ୍ୟାଙ୍କ ଯଦି ବୁଡ଼ିଯାଏ, ତେବେ ଜନସାଧାରଣ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପାଇବେ। ତାହା ସରକାର ଦେବେନାହିଁ, ସେହି ସଂସ୍ଥା ମଧ୍ୟ ଦେବନାହିଁ, ଦେବ ବୀମା କମ୍ପାନୀ। ଆଗରୁ ଏକ ଲକ୍ଷ ଟଙ୍କା ଥିଲା, ଏବେ ତାହା ପାଞ୍ଚଲକ୍ଷ ହୋଇଛି। ଅର୍ଥାତ୍‌ ଜନସାଧାରଣଙ୍କ ସମସ୍ତ ଜମା ନୁହେଁ, ପାଞ୍ଚ ଲକ୍ଷ ଟଙ୍କା ଜମାରାଶିର ବୀମା ହୋଇଛି। ମନରେ ବେଳେବେଳେ ପ୍ରଶ୍ନ ଆସେ ଜନ ସାଧାରଣ ନିଜ କଷ୍ଟାର୍ଜିତ ଟଙ୍କା ଜମା ରଖୁଛନ୍ତି, ସେହି ଟଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କ ତିଆରି କରୁଛି ନା ଆଉ କିଏ? ତେଣୁ ଜନସାଧାରଣଙ୍କ ସମସ୍ତ ଜମା ସୁରକ୍ଷିତ ବୋଲି ନିଶ୍ଚିତତା କରିବା ଉଚିତ୍‌ ନୁହେଁ କି? ଜନସାଧାରଣଙ୍କ ଧନ ଓ ଜୀବନର ସମ୍ପୂର୍ଣ୍ଣ ସୁରକ୍ଷା ତ ରାଷ୍ଟ୍ରର ଦାୟିତ୍ୱ। ଏହା ସମ୍ବିଧାନରେ ନିୟମ ଅଛି।
ଲୋକଙ୍କ ଘରେ ଟଙ୍କା ସଞ୍ଚତ୍ତ ହୋଇ ରହିଲେ ତାହା ମୃତବତ୍‌, ସେହି ଟଙ୍କା ବ୍ୟାଙ୍କରେ ରହିଲେ ବା କାରବାର ହେଲେ ତାହା ଚଳମାନ୍‌। ଆମ ପକେଟରେ ଯଦି ଶହେ ଟଙ୍କା ବି ରୁହେ, ତେବେ ଶହେ ଚାଳିଶି କୋଟି ଲୋକଙ୍କ ପକେଟ୍‌ରେ ରହିବ ଚଉଦ ହଜାର କୋଟି। ତାହା ଯଦି କୌଣସି ବ୍ୟାଙ୍କରେ ରୁହେ ତେବେ ରାଷ୍ଟ୍ରର ହିତ ତ ହେବ ନିଶ୍ଚୟ। ଲୋକଙ୍କ ଘରେ ରହିଥିବା ଟଙ୍କାକୁ ଯଦି ହିସାବକୁ ନିଆଯାଏ, ତେବେ ତ ଅନେକ ହେବ। ତେଣୁ ଜନସାଧାରଣଙ୍କଠାରୁ ଜମା ସଂଗ୍ରହ କରିବାରେ, ତାହାକୁ ଚଳମାନ କରିବାରେ ବ୍ୟାଙ୍କର ଭୂମିକା ଅନେକ। ଆମ ଅର୍ଜିତ ଧନର ଯଦି ଆମର ହିସାବ ନ ରହିବ ବା ତାହା ଉପରେ ଆମର କର୍ତ୍ତୃତ୍ୱ ନ ରହିବ, ତେବେ ଆମେ ନାନାଦି ଅସୁବିଧାର ସମ୍ମୁଖୀନ ହେଉ। ସେହିପରି କୌଣସି ରାଷ୍ଟ୍ରର ଆର୍ଥିକ କାରବାର ଘରୋଇ ହାତକୁ ଟେକିଦେଲେ ବା ସେହି ରାଷ୍ଟ୍ରର ଆର୍ଥିକ କାରବାର ମୁଖ୍ୟ ସଞ୍ଚାଳକ ବ୍ୟାଙ୍କଗୁଡ଼ିକ ଘରୋଇ ହାତକୁ ଟେକିଦେଲେ, ସେ ଦେଶରେ ଆର୍ଥିକ ଅରାଜକତା ଦେଖାଦେଇପାରେ। ଆମେ ଜାଣୁ ଘରୋଇ ଲୋକ ବ୍ୟାଙ୍କରୁ ଋଣ ନେଇ ଫେରାଉନାହାନ୍ତି, ଆଉ ମାଲିକାନା ନେଲେ ସେମାନେ କ’ଣ କରିବେ ଏଥିରୁ ବେଶ୍‌ ଅନୁମେୟ।
ଆମ ଦେଶର ସାକ୍ଷରତା ହାର ଅଧିକ ନୁହେଁ, ଆର୍ଥିକ ସଚେତନତା ଖୁବ୍‌ କମ୍‌, ମୁଣ୍ଡ ପିଛା ଆୟ ମଧ୍ୟ କମ୍‌। ଭାରତ ଏକ ବିକଶିତ ନୁହେଁ ବିକାଶଶୀଳ ରାଷ୍ଟ୍ର। ଏଠି ମାନସିକ ଶାନ୍ତି ପ୍ରମୁଖତା ବହନ କରେ। ସମସ୍ତଙ୍କର ଇଚ୍ଛା ଅଳପ ଅଳପ ପଡ଼ିଥାଉ ଦରକାର ବେଳେ କାମରେ ଆସିବ। ଅଧିକ ଲାଭର ଲୋଭ ସମସ୍ତେ ରଖନ୍ତି ନାହିଁ। ସେହି ବିଶ୍ୱାସ ଆଉ ଭରସା ଟିକକୁ ସୁରକ୍ଷାଦେଲେ ରାଷ୍ଟ୍ର ପ୍ରଗତି ପଥରେ ଆଗେଇଯିବା
ଗୋଗଳ, କାଏମା, ଯାଜପୁର
ମୋ: ୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri