ଜରିମାନାରୁ ବଞ୍ଚାଉଛି, ଜୀବନ ନେଉଛି

ଭୁବନେଶ୍ୱର,୫।୧(ବ୍ୟୁରୋ): ବାଇକ୍‌ ଚାଳକଙ୍କ ସୁରକ୍ଷା କବଚ ହେଉଛି ହେଲ୍‌ମେଟ୍‌। ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାକୁ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ ଚଳାଇବା ବାଧ୍ୟତାମୂଳକ କରାଯାଇଛି। କିଛିଦିନ ତଳେ ପରିବହନ ବିଭାଗ ପକ୍ଷରୁ ଡବଲ୍‌ ହେଲ୍‌ମେଟ୍‌ ନିୟମ କରାଯାଇଥିବାବେଳେ ନୂଆବର୍ଷରୁ ଏହା କାର୍ଯ୍ୟକାରୀ ହୋଇଛି। ଏହାପରଠୁ ହେଲ୍‌ମେଟ୍‌ ଶୋ’ରୁମ୍‌ ଓ ଦୋକାନରେ ଭିଡ଼ ବଢ଼ିଯାଇଛି। ଏପଟେ ରାଜଧାନୀ ସମେତ ରାଜ୍ୟର ରାସ୍ତା ପାର୍ଶ୍ୱରେ ନକଲି ଆଇଏସ୍‌ଆଇ ମାର୍କା ଓ ଶସ୍ତା ହେଲ୍‌ମେଟ୍‌ ପସରା ମେଲିଛି। ଆକର୍ଷଣୀୟ ତଥା ଶସ୍ତା ହେଉଥିବାରୁ ଲୋକେ ମଧ୍ୟ ତାହାକୁ କିଣି ବ୍ୟବହାର କରୁଛନ୍ତି। ସେହିଭଳି ଜରିମାନାରୁ ବଞ୍ଚତ୍ବା ପାଇଁ ଲୋକେ ଭଙ୍ଗା ତଥା ପୁରୁଣା ହେଲ୍‌ମେଟ୍‌ ପିନ୍ଧି ଗାଡ଼ି ଚଲାଉଛନ୍ତି। ଶସ୍ତା ଓ ଭଙ୍ଗା ହେଲ୍‌ମେଟ୍‌ ଯୋଗୁ ଜରିମାନାରୁ ସିନା ମୁକ୍ତି ମିଳୁଛି, ହେଲେ ଜୀବନ ନେଇଯାଉଛି। ଏକ ସର୍ଭେ ଅନୁସାରେ, ଉନ୍ନତମାନର ହେଲ୍‌ମେଟ୍‌ ପିନ୍ଧିଥିଲେ ବଡ଼ ଦୁର୍ଘଟଣା ଘଟିଲେ ମଧ୍ୟ ଚାଳକଙ୍କ ଜୀବନ ବଞ୍ଚତ୍ବାର ୪୨% ସମ୍ଭାବନା ରହିଥାଏ। ଦୁର୍ଘଟଣା ସମୟରେ ହେଲ୍‌ମେଟ୍‌ ଥିଲେ ମୁଣ୍ଡକୁ ୬୯% ଗୁରୁତର ଆଘାତରୁ ରକ୍ଷା କରିଥାଏ। ଶସ୍ତା ହେଲ୍‌ମେଟ୍‌ ନିଷେଧ କରାଯାଇଥିଲେ ମଧ୍ୟ ପରିବହନ ବିଭାଗ ନିୟମ କରିଦେଇ ଚୁପ୍‌ ବସିଛି। ଏପଟେ ପୋଲିସ କେବଳ ଜରିମାନା ଆଦାୟ କରି ଦାୟିତ୍ୱ ନିଭାଉଥିଲେ ମଧ୍ୟ ବିନା ଆଇଏସ୍‌ଆଇ ମାର୍କା ଓ ଭଙ୍ଗା ହେଲ୍‌ମେଟ୍‌ ବ୍ୟବହାର ଉପରେ ରୋକ ଲଗାଉନି। ସେହିଭଳି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ଥିବା ଲିଗାଲ ମେଟ୍ରୋଲୋଜି ନିର୍ଦ୍ଦେଶାଳୟ ବିନା ଆଇଏସ୍‌ଆଇ ମାର୍କା ହେଲ୍‌ମେଟ୍‌ ବିକ୍ରିକୁ ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେଉନି। ଫଳରେ ଏସବୁ ହେଲ୍‌ମେଟ୍‌ ପାଇଁ ଅଜାଣତରେ କାହିଁ କେତେ ଜୀବନ ଚାଲିଯାଉଛି।
ସରକାରୀ ରିପୋର୍ଟରୁ ଜଣାପଡିଛି ଯେ, ରାଜ୍ୟରେ ଦୁର୍ଘଟଣାଜନିତ ମୃତକଙ୍କ ମଧ୍ୟରେ ଅଧିକାଂଶ ୧୫ରୁ ୩୫ବର୍ଷ ମଧ୍ୟରେ। ଏଥିସହିତ ଦୁର୍ଘଟଣାରେ ଚାରିଚକିଆ ଯାନ ଚାଳକଙ୍କଠାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ୨୬% ଅଧିକ। ଅଧିକାଂଶ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ଓ ଶସ୍ତା ହେଲ୍‌ମେଟ୍‌ ଯୋଗୁ ହୋଇଥିବା ଜଣାପଡ଼ିଛି। ତେଣୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିନା ଆଇଏସ୍‌ଆଇ ମାର୍କା ହେଲ୍‌ମେଟ୍‌ ବ୍ୟାନ କରାଯାଇଛି। ହେଲ୍‌ମେଟ୍‌ରେ ଆଇଏସ୍‌ଆଇ ମାର୍କା ନ ଥିଲେ ଚାଳକଙ୍କୁ ୧୦୦୦ ଟଙ୍କା ଜରିମାନା ଗଣିବାର ନିୟମ ରହିଛି। ପୁଣି ହେଲ୍‌ମେଟ୍‌ର ଓଜନ ୧.୨ କେଜିରୁ ଅଧିକ ହେବ ନାହିଁ। ଆଇଏସ୍‌ଆଇ ବୈଧତା ନ ଥିବା ହେଲ୍‌ମେଟ୍‌ ତିଆରି କରୁଥିବା କମ୍ପାନୀ ଧରାପଡିଲେ ୨ବର୍ଷ ଜେଲ୍‌ଦଣ୍ଡ ସହ ୨ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି। ଏପରିକି ଏହାକୁ ବିକ୍ରି କରିବା ଉପରେ ମଧ୍ୟ କଟକଣା ରହିଛି। କିନ୍ତୁ ସବୁ ନିୟମ ଓ ପଦକ୍ଷେପ କେବଳ କାଗଜକଲମରେ ସୀମିତ। ସହର ସାରା ବେଧଡ଼କ ଶସ୍ତା ଓ ଡୁପ୍ଲିକେଟ୍‌ ହେଲ୍‌ମେଟ୍‌ ବିକ୍ରି ହେଉଛି। କେଉଁଠୁ ଏହି ହେଲ୍‌ମେଟ୍‌ ତିଆରି ହୋଇ ଆସୁଛି ତାହାର ଖବର ମଧ୍ୟ କାହାପାଖେ ନାହିଁ। ଅନ୍ୟପକ୍ଷେ ଟ୍ରାଫିକ୍‌ ପୋଲିସ ନିକଟରୁ ବଞ୍ଚତ୍ବା ପାଇଁ ରାଜଧାନୀରେ ୬୦%ରୁ ଅଧିକ ଲୋକ ପୁରୁଣା ଭଙ୍ଗା ହେଲ୍‌ମେଟ୍‌ରେ କାମ ଚଳାଉଥିବା ନଜରକୁ ଆସୁଛି। ଏହା ଉପରେ ପଦକ୍ଷେପ ନ ନେଲେ ଡବଲ୍‌ ହେଲ୍‌ମେଟ୍‌ ନିୟମ, ଯାଞ୍ଚ ଓ ଜରିମାନାର ଲକ୍ଷ୍ୟ ସାଧନ ହୋଇପାରିବ ନାହିଁ ଓ ବାଇକ୍‌ ଆରୋହୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଅଧିକ ରହିବ ବୋଲି ଆଶଙ୍କା ଦେଖାଦେଇଛି।

 

ନକଲି ଆଇଏସ୍‌ଆଇ ମାର୍କା ହେଲ୍‌ମେଟ୍‌, ଡବଲ୍‌ ରେଟ୍‌

ଯାଞ୍ଚ ଓ ପଦକ୍ଷେପ ନ ଥିବାରୁ ରାସ୍ତାପାର୍ଶ୍ୱ ଦୋକାନୀମାନେ ନକଲି ଆଇଏସ୍‌ଆଇ ମାର୍କା ହେଲ୍‌ମେଟ୍‌ ବିକ୍ରି କରି ଲୋକଙ୍କୁ ଶୋଷଣ କରୁଛନ୍ତି। କମ୍ପାନୀ, ଲୋଗୋ ଓ ଡିଜାଇନ୍‌ ସମାନ ସହ ଶୋ’ରୁମ୍‌ଠାରୁ ଶସ୍ତା ହେଉଥିବାରୁ ଲୋକେ ଜାଣି ନ ପାରି କିଣୁଛନ୍ତି। ଡବଲ୍‌ ହେଲ୍‌ମେଟ୍‌ ନିୟମ ଲାଗୁଠାରୁ ଏହି ନକଲି ହେଲ୍‌ମେଟ୍‌ର ମୂଲ୍ୟ ମଧ୍ୟ ପୂର୍ବାପେକ୍ଷା ଦୁଇଗୁଣା ଅଧିକ ନେଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ୩ଶହରୁ ୪ଶହ ଟଙ୍କାରେ ବିକ୍ରି ହେଲ୍‌ମେଟ୍‌କୁ ଏବେ ୬ଶହରୁ ଅଧିକ ନେଉଛନ୍ତି। ଏପରିକି ଅତି ଚାଲାକ୍‌ ବେପାରୀମାନେ ଅରିଜିନାଲ କହି ବିଭିନ୍ନ ବ୍ରାଣ୍ଡେଡ୍‌ କମ୍ପାନୀ ହେଲ୍‌ମେଟ୍‌କୁ ଶୋ’ରୁମ୍‌ ଦରଠୁ ୫୦ କିମ୍ବା ୧୦୦ ଟଙ୍କା କମ୍‌ରେ ବିକ୍ରି କରି ମାଲାମାଲ୍‌ ହେଉଛନ୍ତି।

 

‘ସଚେତନ କରୁଛୁ, ଆଗକୁ କାର୍ଯ୍ୟାନୁଷ୍ଠାନ’
ମୋଟର ଭେଇକିଲ୍‌ ଆକ୍ଟ-୧୯୮୮ ଅନୁଯାୟୀ, ବାଇକ୍‌ ଚାଳକ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାଡର୍‌ସ(ବିଆଇଏସ୍‌)ର ମାନ୍ୟତାପ୍ରାପ୍ତ ହେଲ୍‌ମେଟ୍‌ ପିନ୍ଧିବା ଉଚିତ। ଏଥିସହିତ ହେଲ୍‌ମେଟ୍‌ରେ ଲାଗିଥିବା ଷ୍ଟ୍ରାଫ୍‌କୁ ମଧ୍ୟ ଭଲଭାବେ ବାନ୍ଧିବାର ନିୟମ ରହିଛି। ଏବେ ଆମେ ଲୋକଙ୍କୁ ଏନେଇ ସଚେତନ କରୁଛୁ। ଟ୍ରାଫିକ ଏସିପି ଓ ମୁଁ ନିଜେ ମଧ୍ୟ ପ୍ରତିଦିନ ଲୋକଙ୍କୁ ଯାଞ୍ଚ କରି ଏବାବଦରେ ସଚେତନ କରାଉଛୁ। ଆଗକୁ ନିୟମ ଉଲ୍ଲଂଘନ କଲେ କିମ୍ବା ଭଙ୍ଗା ହେଲ୍‌ମେଟ୍‌ ପିନ୍ଧିଥିଲେ ଜରିମାନା ଆଦାୟ କରାଯିବ।
– ସୌମ୍ୟା ମିଶ୍ର, ଟ୍ରାଫିକ୍‌ ଡିସିପି

 

ଓଁକାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri