ବେଳହୁଁ ହୁଅନ୍ତୁ ସଚେତନ: ଏଭଳି ଉପାୟରେ ବଞ୍ଚାନ୍ତୁ ଇନ୍ଧନ

ବର୍ତ୍ତମାନ ବିଭିନ୍ନ ଯାନବାହନ ବ୍ୟବହାର କରିବାରେ ସବୁଠୁ ଆଗରେ ଅଛନ୍ତି ଯୁବପିଢି। ତେଣୁ ସେମାନେ ଗାଡ଼ି ଚଲାଇବା ସମୟରେ କେତୋଟି ଛୋଟ କଥା ପ୍ରତି ଦୃଷ୍ଟି ଦେଲେ ପେଟ୍ରୋଲ, ଡିଜେଲ ଆଦି ଇନ୍ଧନ ଖର୍ଚ୍ଚ କମାଇପାରିବେ…

ଚଲାଇବା ସମୟରେ ସ୍ମୁଥ୍‌ ଡ୍ରାଇଭିଂ ପ୍ରତି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା କିଛି ମାତ୍ରାରେ ପେଟ୍ରୋଲ୍‌, ଡିଜେଲ୍‌ ସେଭ୍‌ କରିପାରିବେ। କାରଣ ଷ୍ଟାଇଲ୍‌ ପାଇଁ କେତେକ ଯୁବପିଢ଼ିଙ୍କର ରଫ୍‌ ଡ୍ରାଇଭିଂ କରିବା, ମନଇଚ୍ଛା ଗାଡ଼ିର ଏକ୍ସଲିଟର ବଢ଼ାଇବା, ହଠାତ୍‌ ବ୍ରେକ୍‌ କରିବା ଆଦି ବଦଭ୍ୟାସ ଯୋଗୁ ଗାଡ଼ିର ଇନ୍ଧନ ଅଧିକ ସରିଥାଏ। ସେହିପରି ଗିଅର ବ୍ୟବହାର ମଧ୍ୟ ଠିକ୍‌ ଭାବେ ନ କଲେ ଅଧିକ ଇନ୍ଧନ ସରୁଥିବାରୁ ଏଥିପ୍ରତି ଯତ୍ନଶୀଳ ହୁଅନ୍ତୁ।

ହେଉ ବା ବଡ଼ ଗାଡ଼ି ବ୍ୟବହାର କରୁଥିଲେ ଟ୍ରାଫିକ୍‌ କିମ୍ବା ଅନ୍ୟ କୌଣସି ସ୍ଥାନରେ ଠିଆ ହେବା ସମୟରେ ଷ୍ଟାର୍ଟ ବନ୍ଦ ରଖନ୍ତୁ। କାରଣ ଷ୍ଟାର୍ଟ ମୋଡ୍‌ରେ ରଖି ଅଧିକ ସମୟ ଗାଡ଼ି ଠିଆ କଲେ ଆବଶ୍ୟକରୁ ଯଥେଷ୍ଟ ଅଧିକ ଇନ୍ଧନ ନଷ୍ଟ ହୋଇଥାଏ।

କୌଣସି ନୂଆ ସ୍ଥାନକୁ ଯିବାର ଥିଲେ ପ୍ରଥମେ ଉକ୍ତ ସ୍ଥାନର ଅବସ୍ଥିତି ସମ୍ପର୍କରେ ଭଲ ଭାବେ ବୁଝି ସବୁଠାରୁ କମ୍‌ ଦୂରତା ବା ଶର୍ଟକଟ୍‌ ରାସ୍ତା ବାଛନ୍ତୁ। ନଚେତ୍‌ ଏଣେ ତେଣେ ଖୋଜିବାରେ ଉଭୟ ସମୟ ଏବଂ ଇନ୍ଧନ ଅଧିକ ନଷ୍ଟ ହେବ।

ଗାଡ଼ିରେ ଏସିରେ ବସିବା ଯଦିଓ ଆରାମଦାୟକ ହେଲେ ଆପଣ ଜାଣନ୍ତି କି, ଏସି ପ୍ରାୟ ୧୦% ପେଟ୍ରୋଲ୍‌ ଖର୍ଚ୍ଚ କରିଥାଏ। ତେଣୁ ଏସି ଅନ୍‌ କରୁଥିଲେ ଗାଡି ଭିତର ଥଣ୍ଡା ହେବାର ତୁରନ୍ତ ପରେ ବନ୍ଦ କରିଦିଅନ୍ତୁ।

ଗାଡିକୁ ଖରାରେ ରଖିଲେ ସିଧା ସଳଖ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ଗାଡି ସହ ଏହାର ଇଞ୍ଜିନ ଗରମ ହୋଇଥାଏ। ଗାଡି ଷ୍ଟାର୍ଟ ହେବା ପରେ ଇଞ୍ଜିନ ଥଣ୍ଡା ହେବା ଲାଗି ଅଧିକ ଇନ୍ଧନ ଆବଶ୍ୟକ କରିଥାଏ। ତେଣୁ ଦିନବେଳା ସବୁବେଳେ ଗାଡ଼ିକୁ ଛାଇରେ ପାର୍କିଂ କରନ୍ତୁ ଇନ୍ଧନ ଖର୍ଚ୍ଚ ଅପେକ୍ଷାକୃତ କମ୍‌ ହେବ।

ଅଧିକ ଓଜନ ହେଲେ ୨% ଇନ୍ଧନ ଅଧିକ ସରିଥାଏ। ତେଣୁ ଇନ୍ଧନ ଖର୍ଚ୍ଚ କମାଇବାକୁ ଚାହୁଁଥିଲେ ଅନାବଶ୍ୟକ ସ୍ଥଳେ ଗାଡ଼ିରେ ଅଧିକ ଓଜନ ବଢ଼ାନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଆଜି ବୁଧ-ଶନିଙ୍କ ନବପଞ୍ଚମ ଯୋଗ, ମିଥୁନ ସମେତ ଏହି ୪ ରାଶିର କ୍ୟାରିୟରରେ ଆସିବ ବଡ଼ ସଫଳତା, ବ୍ୟବସାୟରେ…

ନବପଞ୍ଚମ ଦୃଷ୍ଟି ଯୋଗ ଦୁଇଟି ଗ୍ରହ ପରସ୍ପରଠାରୁ ୫ମ ଏବଂ ୯ମ ଭାବରେ ଅବସ୍ଥିତ ହେଲେ ଗଠିତ ହୁଏ। ଏହି ଯୋଗ ଗଠନ ହେବା ଫଳରେ ଭାଗ୍ୟଶାଳୀ…

ଅନ୍ୟ ଗ୍ରହରେ ବସତି ସମସ୍ୟା, ବୈଜ୍ଞାନିକମାନେ ତାଲିକାଭୁକ୍ତ କରି…

ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା,…

ପୁରୁଷଙ୍କୁ ହାର୍ଟ ଆଟାକ୍‌ ଆସିଲେ ଛାତିରେ ହୋଇଥାଏ ଯନ୍ତ୍ରଣା, ମାତ୍ର ମହିଳାଙ୍କଠାରେ ଦେଖାଦିଏ ଏସବୁ ଲକ୍ଷଣ…

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ…

ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର, ମେଷ-ମକର ସମେତ ୫ ରାଶିର ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଆଜି ସକାଳ ୮ଟା ୩ ମିନିଟ୍‌ରେ ନିଜ ସ୍ୱରାଶି ସିଂହରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ସିଂହ ରାଶିରେ…

କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri