ପକ୍ଷୀ ରକ୍ଷା

ବିଦେଶରୁ ପକ୍ଷୀମାନଙ୍କୁ ଆକର୍ଷିତ କରୁଥିବା ଭାରତର ହ୍ରଦ ତଥା ଆଦ୍ରଭୂମିଗୁଡ଼ିକ ମଧ୍ୟରେ ଚିଲିକା ଅନ୍ୟତମ। ଏହା ବିଶ୍ୱର ପକ୍ଷୀତୀର୍ଥ ଭାବେ ପରିଚିତ। ଦକ୍ଷିଣ ଆଫ୍ରିକାର ଭିକ୍ଟୋରିଆ ହ୍ରଦ ପରେ ଚିଲିକାର ନଳବଣ ବିଶ୍ୱର ଦ୍ୱିତୀୟ ପକ୍ଷୀ ଅଭୟାରଣ୍ୟ। ଶୀତଋତୁ ପ୍ରାରମ୍ଭରେ ଚିଲିକାକୁ ରୁଷିଆ, ଆମେରିକା, ଇସ୍ରାଏଲ, ଜାପାନ, ଅଷ୍ଟ୍ରେଲିଆ, ଲିବିୟା, ସାଇବେରିଆ, ଚାଇନା, ମ୍ୟାନ୍‌ମାର ଆଦି ଦେଶ ତଥା କାସ୍ପିଆନ ସାଗରରୁ ପାଖାପାଖି ୧୭୦ ପ୍ରଜାତିର ପକ୍ଷୀ ଆସିଥାନ୍ତି ଓ ଗ୍ରୀଷ୍ମ ଆରମ୍ଭରେ ସେମାନଙ୍କ ନିଜ ବାସସ୍ଥାନକୁ ଫେରିଯାଆନ୍ତି। ଗତ ସିଜନରେ ଚିଲିକାରେ ମାଇଗ୍ରେଟୋରି ବା ବହିରାଗତ ପକ୍ଷୀଙ୍କ ସଂଖ୍ୟା ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଥିଲା ବୋଲି ସରକାରୀ ତଥ୍ୟରୁ ଜଣାପଡ଼େ। ଏହି ପକ୍ଷୀଙ୍କ ମଧ୍ୟରୁ କେତୋଟି ପ୍ରଜାତି ନିଜ ବାସସ୍ଥାନକୁ ନ ଫେରି ଚିଲିକା ଉପକୂଳବର୍ତ୍ତୀ କଣାସ, ଟାଙ୍ଗି ଓ ଚିଲିକା ବ୍ଲକର ବିଭିନ୍ନ ଗାଁରେ ରହିଯାଉଛନ୍ତି। ପକ୍ଷୀ ବିଶେଷଜ୍ଞଙ୍କ ଅନୁଯାୟୀ,ପକ୍ଷୀମାନେ ଆସୁଥିବା ଦେଶଗୁଡ଼ିକର ବିଭିନ୍ନ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଖାଦ୍ୟ ଓ ବାସସ୍ଥାନ ଅଭାବ ଯୋଗୁ ଅନେକ ପକ୍ଷୀ ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ରହିବାକୁ ପସନ୍ଦ କରୁଛନ୍ତି। ବିଶେଷକରି ଏମାନେ ଏଠାରେ ବଂଶ ବୃଦ୍ଧି କରୁଥିବା ଦେଖିବାକୁ ମିଳେ। ତେବେ ଏହିସବୁ ପକ୍ଷୀ କେତେ ସଂଖ୍ୟାରେ ରହୁଛନ୍ତି ତାହାର ହିସାବ କେବେ ଜାଣିବାକୁ ମିଳେନାହିଁ କିମ୍ବା ସେମାନେ କେଉଁ ଦେଶର ଓ ବିଲୁପ୍ତ ଅବସ୍ଥାରେ ଅଛନ୍ତି କି ନାହିଁ ତାହା ମଧ୍ୟ ଜାଣିବା କଷ୍ଟକର। ଅପରପକ୍ଷରେ ଚିଲିକା ଉପକୂଳବର୍ତ୍ତୀ ଗାଁଗୁଡ଼ିକରେ ରହିଯାଉଥିବା ପକ୍ଷୀଙ୍କୁ ଶିକାର କରାଯାଉଥିବା ପ୍ରକାଶିତ ଖବର ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଖବର ଅନୁଯାୟୀ, କଣାସ ବ୍ଲକର ଶେଷସୀମା ଦୟାନଦୀ ମୁହାଣଠାରୁ ମକରାନଦୀ ମୁହାଣ ଦେଇ ଭୁଷଣ୍ଡପୁର ପର୍ଯ୍ୟନ୍ତ ଚିଲିକା ଉପକୂଳ ଅଞ୍ଚଳର ଗାଁ ଯଥା ପାଇକମରା, ସାନଓରା, ବଡ଼ଓରା, ଓଗାଳପୁର, ଆଳିପଡ଼ା, ନୂଆଗାଁ ଆଦିରେ ଶିକାରୀମାନେ ଫାଶ ବସାଇ, କଇଁପୁଲ କେସରରେ ନିଶା ଓଷଧ ଦେଇ କିମ୍ବା ମାଛମରା ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରୁଛନ୍ତି। ଶିକାରୀଙ୍କ ଏଭଳି କାର୍ଯ୍ୟ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀଙ୍କ ଦ୍ୱାରା ପକ୍ଷୀ ସୁରକ୍ଷାକୁ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଶୀତଦିନରେ ଚିଲିକାର ବିଭିନ୍ନ ଅଞ୍ଚଳରେ ପକ୍ଷୀଭିଡ଼ ଲାଗୁଥିବାବେଳେ ବନବିଭାଗ ଦ୍ୱାରା ସୁରକ୍ଷା ଟିମ୍‌ ଗଠନ କରାଯାଇ ତତ୍ପରତା ପ୍ରକାଶ କରାଯାଏ। ଚିଲିକା ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲାର ବିଭିନ୍ନ ଗାଁରେ ସୁରକ୍ଷା ଦଳ ଗଠନ କରାଯାଇ ଲୋକଙ୍କୁ ସଚେତନ କରାଯିବା ଦେଖିବାକୁ ମିଳେ। କିନ୍ତୁ ପକ୍ଷୀମାନେ ସ୍ବବାସସ୍ଥାନକୁ ଫେରିଯିବା ପରେ ଆଉ ଯେଉଁମାନେ ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଯାଉଛନ୍ତି ସେମାନଙ୍କ ପାଇଁ ସୁରକ୍ଷା ପ୍ରତି ବନ ବିଭାଗର ନିଘା ରହୁ ନ ଥିବା ସ୍ପଷ୍ଟ ହେଉଛି। ଅନେକ ସମୟରେ ପକ୍ଷୀମାଂସ ଜବତ ହେବା ପକ୍ଷୀ ସୁରକ୍ଷାର ଦୁର୍ବଳ ଦିଗକୁ ସୂଚିତ କରେ।
ଏହା ସ୍ବୀକାରଯୋଗ୍ୟ ଯେ, ଶିକାରୀମାନେ ଜୈବବିବିଧତା ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଯେକୌଣସି ବାଟରେ ବନ ବିଭାଗ ଓ ସ୍ଥାନୀୟ ବାସିନ୍ଦାଙ୍କ ଆଖିରେ ଧୂଳିଦେଇ ଏହିଭଳି ପକ୍ଷୀ ଶିକାର ଚାଲିଛି। କେବଳ ଚିଲିକାରେ ନୁହେଁ, ଭିତରକନିକା, ଅଂଶୁପା କିମ୍ବା ଶିମିଳିପାଳ ଅଞ୍ଚଳରେ ଏଭଳି ଅନୁରୂପ ପରିସ୍ଥିତି ସୃଷ୍ଟି ହେଉଥିବା ଦେଖାଯାଉଛି। ଗାଁରେ ପକ୍ଷୀ ସୁରକ୍ଷା କିମିଟି ଗଠନ କରି ଏଥିରେ କେତେଜଣ ମୁଷ୍ଟିମେୟ ସ୍ଥାନୀୟ ଲୋକଙ୍କୁ ସାମିଲ କଲେ ମଧ୍ୟ ଶିକାରୀଙ୍କୁ ଆୟତ୍ତ କରିବା କଷ୍ଟକର। ସେଠାରେ ସ୍ଥାନୀୟ ଯୁବଗୋଷ୍ଠୀ ଓ ମହିଳାମାନଙ୍କୁ ଏହି ପକ୍ଷୀ ସୁରକ୍ଷା ଅଭିଯାନରେ ସାମିଲ କରି ଯଦି ନିୟମିତ ଆର୍ଥିକ ପ୍ରୋତ୍ସାହନ ଦିଆଯାଇପାରିବ, ତେବେ ଏହି ସମସ୍ୟାର ଦୀର୍ଘମିଆଦୀ ସମାଧାନ ଘଟିବାର ସମ୍ଭାବନା ଉପୁଜିପାରେ।

ଗାଁରେ ପକ୍ଷୀ ସୁରକ୍ଷା କିମିଟି ଗଠନ କରି ଏଥିରେ କେତେଜଣ ମୁଷ୍ଟିମେୟ ସ୍ଥାନୀୟ ଲୋକଙ୍କୁ ସାମିଲ କଲେ ମଧ୍ୟ ଶିକାରୀଙ୍କୁ ଆୟତ୍ତ କରିବା କଷ୍ଟକର। ସେଠାରେ ସ୍ଥାନୀୟ ଯୁବଗୋଷ୍ଠୀ ଓ ମହିଳାମାନଙ୍କୁ ଏହି ପକ୍ଷୀ ସୁରକ୍ଷା ଅଭିଯାନରେ ସାମିଲ କରି ଯଦି ନିୟମିତ ଆର୍ଥିକ ପ୍ରୋତ୍ସାହନ ଦିଆଯାଇପାରିବ, ତେବେ ଏହି ସମସ୍ୟାର ଦୀର୍ଘମିଆଦୀ ସମାଧାନ ଘଟିବାର ସମ୍ଭାବନା ଉପୁଜିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri