Posted inଖେଳ

ଏ ହେଉଛି ଆଇପିଏଲ୍‌! କାଲି ଯାହାକୁ ନେଇ ହେଉଥିଲା ସମାଲୋଚନା, ଆଜି ସେ ହିରୋ

ନୂଆଦିଲ୍ଲୀ,୨୯।୯: ଆଇପିଏଲ୍‌ ଏପରି ଏକ ଟୁର୍ନାମେଣ୍ଟ ଯେଉଁଠାରେ କିଛି ବି ସମ୍ଭବ। ଏଥିରେ କିଛି ଖେଳାଳି ରାତାରାତି ଷ୍ଟାର ପାଲଟି ଯାଇଥାନ୍ତି ତ କିଛି ସମାଲୋଚନାର ପାତ୍ର ହୋଇଥାନ୍ତି। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ପରେ ମୁମ୍ବାଇର ଦୁଇଜଣ ଖେଳାଳି ଚର୍ଚ୍ଚାରେ। କିଛି ଦିନ ଧରି ଉଭୟଙ୍କୁ ନେଇ ସମାଲୋଚନା କରାଯାଉଥିବା ବେଳେ ଉକ୍ତ ମ୍ୟାଚ୍‌ରେ ସେମାନେ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ଜିତାଇଛନ୍ତି। ଖେଳାଳିଦ୍ୱୟ ହେଲେ ସେ ସୌରଭ ତିଓ୍ବାରୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା।

ସିଜନ୍‌ର ୪୨ତମ ମ୍ୟାଚ୍‌ରେ ମୁମ୍ବାଇ ଟିମ୍‌ ଚାପରେ ରହିଥିଲା। ଦଳ ଶ୍ରେଷ୍ଠ-୪ରେ ନ ଥିବାରୁ ପ୍ରତିଟି ମ୍ୟାଚ୍‌ ଜିତିବା ମହତ୍ୱପୂର୍ଣ୍ଣ ଥିଲା। ପଞ୍ଜାବ ୧୩୬ ରନ୍‌ର ଟାର୍ଗେଟ ଦେବା ପରେ ମଇଦାନକୁ ଓହ୍ଲାଇଥିଲେ ମୁମ୍ବାଇ ଟିମ୍‌। ଲକ୍ଷ୍ୟ ଛୋଟ ହୋଇଥିଲେ ହେଁ ୧୬ ରନ୍‌ ଭିତରେ ଦୁଇଜଣ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଆଉଟ୍‌ ହୋଇଥିଲେ। ଦଳ ଅସୁବିଧାରେ ଥିବା ବେଳେ ସୌରଭ ପଡ଼ିଆକୁ ଓହ୍ଲାଇଥିଲେ। ଓଜନକୁ ନେଇ ତାଙ୍କୁ ସମାଲୋଚନା କରାଯାଉଥିଲେ ହେଁ ସୌରଭ ମ୍ୟାଚ୍‌ରେ ୩୭ ବଲ୍‌ ଖେଳି ୪୫ ରନ୍‌ କରିଥିଲେ। ପରେ ଆଉ ଏକ ଉଇକେଟ ଯିବା ପରେ ହାର୍ଦ୍ଦିକ ମଇଦାନକୁ ଆସିଥିଲେ। କିଛି ଦିନ ଧରି ତାଙ୍କୁ ଭାରତୀୟ ଟି-୨୦ ଦଳରେ ସାମିଲ କରାଯିବାକୁ ନେଇ ଆଲୋଚନା ହେଉଥିଲା। ହେଲେ ସେ ମ୍ୟାଚ୍‌ରେ ୩୦ ବଲ୍‌ରେ ୪୦ ରନ୍‌ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ। ଉଭୟଙ୍କ ବ୍ୟାଟିଂ ଯୋଗୁ ଦଳ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ମ୍ୟାଚ୍‌ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଚୁକ୍ତିରୁ ବାଦ ପଡ଼ିଲା ପାକିସ୍ତାନ! ନୂତନ ମୁସଲିମ ରାଷ୍ଟ୍ରର ହେଲା ଏଣ୍ଟ୍ରି

ତେହରାନ,୨୬।୫: କତାରର ରାଜଧାନୀ ଦୋହାରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏବେ ଏକ ପ୍ରମୁଖ ଚୁକ୍ତିନାମା ଆଡ଼କୁ ଗତି କରୁଥିବା ପରି ମନେ…

ଅନିଶ୍ଚିତତା ଘେରରେ ରାମନଗର ଔଷଧୀୟ ନର୍ସରି: ବନ ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନ

ମହାକାଳପଡ଼ା, ୨୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ରାମନଗର କାଜୁଜଙ୍ଗଲ ସଫା କରାଯାଇ ୧୨ ଏକର ବାଲିଆ ଜମିରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଏକ…

ପଦ୍ମଶ୍ରୀ ଗ୍ରହଣ କରିବାକୁ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ କଲେ ସିଲାମ୍ବମ ଗୁରୁ, ଭାବପ୍ରବଣ ମୁହୂର୍ତ୍ତର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୬।୫: ସୋମବାର (୨୫ ମଇ) ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ।…

ଭାରତଗସ୍ତରେ ଥିବା ମାର୍କୋ ରୁବିଓଙ୍କୁ କାହିଁକି ପରିହାସ କଲା ଇରାନ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୬।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ସୋମବାର (୨୫ ମଇ) ସେ ତାଜମହଲ ପରିଦର୍ଶନ କରିବାକୁ ଆସିଥିଲେ। ଏହି ଗସ୍ତକୁ…

କୋଇଲା ପରିବହନକୁ ବିରୋଧ କରି ରାସ୍ତାରୋକୋ: ବିଧାୟକ-ଗ୍ରାମବାସୀ ଆଲୋଚନା ପରେ…

ରିଆମାଳ,୨୬।୫(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ବୁଢାପାଳ ଓ ପରା ପଞ୍ଚାୟତର ୩ ଗ୍ରାମ ଦେଇ କୋଇଲା ପରିବହନକୁ ବିରୋଧ କରି ତିନି ପଞ୍ଚାୟତର…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା? ହିଟମ୍ୟାନଙ୍କୁ ନେଇ ଆସିଲା ଏମିତି କାରଣ

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ୨୫ ମଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପଦ୍ମଶ୍ରୀ ପଦାର୍ପଣ ଉତ୍ସବରେ ଯୋଗ ଦେଇ…

ଦେବଗଡରେ କାଳବୈଶାଖୀ ତାଣ୍ଡବ, ଟିଣ ଆଜବେଷ୍ଟ ପଡି କଟିଗଲା ଯୁବକଙ୍କ ହାତ

ଦେବଗଡ,୨୬।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି । ଅନେକ ଲୋକଙ୍କ ଘର ଦ୍ୱାର ଭାଙ୍ଗି ବାସହରା ହୋଇ ପଡିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri