Posted inଖେଳ

ଏ ହେଉଛି ଆଇପିଏଲ୍‌! କାଲି ଯାହାକୁ ନେଇ ହେଉଥିଲା ସମାଲୋଚନା, ଆଜି ସେ ହିରୋ

ନୂଆଦିଲ୍ଲୀ,୨୯।୯: ଆଇପିଏଲ୍‌ ଏପରି ଏକ ଟୁର୍ନାମେଣ୍ଟ ଯେଉଁଠାରେ କିଛି ବି ସମ୍ଭବ। ଏଥିରେ କିଛି ଖେଳାଳି ରାତାରାତି ଷ୍ଟାର ପାଲଟି ଯାଇଥାନ୍ତି ତ କିଛି ସମାଲୋଚନାର ପାତ୍ର ହୋଇଥାନ୍ତି। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ପରେ ମୁମ୍ବାଇର ଦୁଇଜଣ ଖେଳାଳି ଚର୍ଚ୍ଚାରେ। କିଛି ଦିନ ଧରି ଉଭୟଙ୍କୁ ନେଇ ସମାଲୋଚନା କରାଯାଉଥିବା ବେଳେ ଉକ୍ତ ମ୍ୟାଚ୍‌ରେ ସେମାନେ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ଜିତାଇଛନ୍ତି। ଖେଳାଳିଦ୍ୱୟ ହେଲେ ସେ ସୌରଭ ତିଓ୍ବାରୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା।

ସିଜନ୍‌ର ୪୨ତମ ମ୍ୟାଚ୍‌ରେ ମୁମ୍ବାଇ ଟିମ୍‌ ଚାପରେ ରହିଥିଲା। ଦଳ ଶ୍ରେଷ୍ଠ-୪ରେ ନ ଥିବାରୁ ପ୍ରତିଟି ମ୍ୟାଚ୍‌ ଜିତିବା ମହତ୍ୱପୂର୍ଣ୍ଣ ଥିଲା। ପଞ୍ଜାବ ୧୩୬ ରନ୍‌ର ଟାର୍ଗେଟ ଦେବା ପରେ ମଇଦାନକୁ ଓହ୍ଲାଇଥିଲେ ମୁମ୍ବାଇ ଟିମ୍‌। ଲକ୍ଷ୍ୟ ଛୋଟ ହୋଇଥିଲେ ହେଁ ୧୬ ରନ୍‌ ଭିତରେ ଦୁଇଜଣ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଆଉଟ୍‌ ହୋଇଥିଲେ। ଦଳ ଅସୁବିଧାରେ ଥିବା ବେଳେ ସୌରଭ ପଡ଼ିଆକୁ ଓହ୍ଲାଇଥିଲେ। ଓଜନକୁ ନେଇ ତାଙ୍କୁ ସମାଲୋଚନା କରାଯାଉଥିଲେ ହେଁ ସୌରଭ ମ୍ୟାଚ୍‌ରେ ୩୭ ବଲ୍‌ ଖେଳି ୪୫ ରନ୍‌ କରିଥିଲେ। ପରେ ଆଉ ଏକ ଉଇକେଟ ଯିବା ପରେ ହାର୍ଦ୍ଦିକ ମଇଦାନକୁ ଆସିଥିଲେ। କିଛି ଦିନ ଧରି ତାଙ୍କୁ ଭାରତୀୟ ଟି-୨୦ ଦଳରେ ସାମିଲ କରାଯିବାକୁ ନେଇ ଆଲୋଚନା ହେଉଥିଲା। ହେଲେ ସେ ମ୍ୟାଚ୍‌ରେ ୩୦ ବଲ୍‌ରେ ୪୦ ରନ୍‌ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ। ଉଭୟଙ୍କ ବ୍ୟାଟିଂ ଯୋଗୁ ଦଳ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ମ୍ୟାଚ୍‌ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ନେଇ ବଡ଼ ଖୁଲାସା କଲେ ସେହ୍ବାଗ: ତାଙ୍କ ପାଇଁ ମୁଁ…..

ନୂଆଦିଲ୍ଲୀ,୨।୬: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୦୮...

‘ଧୋନୀ ଭାଇଙ୍କ ଭଳି ଆଉ କେହି ନାହାନ୍ତି’

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟ ଇତିହାସରେ ବିରାଟ କୋହଲି ହେଉଛନ୍ତି ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ଟେଷ୍ଟ ଅଧିନାୟକ। ସେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ବିଜେତା ଅଧିନାୟକ।...

ମାତ୍ର ୪୦ ଦିନରେ ଭାରତକୁ ମିଳିଲା ୫ ବଡ଼ ସୁପରଷ୍ଟାର୍‌

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା କ୍ରିକେଟ ସିରିଜରେ ଭାରତ ପକ୍ଷରୁ ଡେବ୍ୟୁ କରିଥିବା ଖେଳାଳି ଏବେ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି। ଏହି ପ୍ରଦର୍ଶନ ସୂଚାଇ ଦେଉଛି...

ଫ୍ରେଞ୍ଚ୍‌ ଓପନ ଟେନିସ୍‌: ସିଡେଡ୍‌ ଖେଳାଳିଙ୍କ ଅଗ୍ରଗତି

ପ୍ୟାରିସ୍‌,୨।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ମଙ୍ଗଳବାର ତୃତୀୟ ଦିବସରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ଅଗ୍ରଗତି...

ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଏହି କ୍ରିକେଟରଙ୍କୁ ଦିନିକିଆ-ଟି୨୦ ଟିମ୍‌ରେ ମିଳୁନି ଜାଗା, କାହିଁକି ବୋଲି ପ୍ରଶ୍ନ ଉଠାଇଲେ ଗମ୍ଭୀର

ନୂଆଦିଲ୍ଲୀ,୨୩।୨: ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅଣଦେଖା କରାଯାଉଛି। ଦିନିକିଆ ଏବଂ ଟି୨୦ ଅନ୍ତରାଷ୍ଟ୍ରୀୟ ଟିମ୍‌ରୁ ବାହାର କରାଯାଇଛି। ଏବେର ଫର୍ମକୁ...

ବିସିସିଆଇ ଏଜିଏମ୍‌: ଆଇପିଏଲ୍‌ ଦଳ ସଂଖ୍ୟା ବୃଦ୍ଧି, ଟ୍ୟାକ୍ସ ମାମଲା, କ୍ରିକେଟ କମିଟି ଗଠନ ନେଇ ଆଲୋଚନା ହେବ

ଅହମ୍ମଦାବାଦ,୨୪।୧୨(ପି.ଟି.): ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୮୯ ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)। ଏହି ହାଇପ୍ରୋଫାଇଲ ବୈଠକରେ ଇଣ୍ଡିଆନ...

ମିଡଲଅର୍ଡର ସମସ୍ୟା ସୁଧାରିବା ଲକ୍ଷ୍ୟରେ ଭାରତ

ଲିଡ୍ସ, ୬।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଭାରତ ବିଜୟଧାରା ବଜାୟ ରଖିବାରେ ସକ୍ଷମ ହୋଇଛି। ତେବେ ଏହା ସତ୍ତ୍ୱେ ଦଳର ମିଡଲଅର୍ଡର ସମସ୍ୟା ତଥା ଦୁର୍ବଳତା...

ଜାଡେଜାଙ୍କ ରେକର୍ଡ

ବିଶାଖାପାଟଣା,୪।୧୦: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡ ରବୀନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ରେକର୍ଡ ଅଧିକାରୀ ହୋଇଛନ୍ତି।...

Advertisement
Archives

Model This Week