ସତ୍ୟବାଦୀର ଗୋପୀନାଥ ହସ୍ପିଟାଲ ସିଲ୍‌

ପୁରୀ ଅଫିସ/ସାକ୍ଷୀଗୋପାଳ/ପିପିଲି,୧୧।୭(ଡି.ଏନ.ଏ./ସ୍ବ.ପ୍ର.): କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସତ୍ୟବାଦୀ ବ୍ଲକ ଛକ ନିକଟରେ ଥିବା ଗୋପୀନାଥ ହସ୍ପିଟାଲକୁ ଶୁକ୍ରବାର ସିଲ୍‌ କରିଦିଆଯାଇଛି। ଜିଲା ଜନ ସ୍ବାସ୍ଥ୍ୟ ବିଭାଗ ସୁପରିଣ୍ଟେଣ୍ଡେଣ୍ଟ ଇନଚାର୍ଜ ଡା. ବିରଜା ଶଙ୍କର ରଥଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍‌ ଉକ୍ତ ହସ୍ପିଟାଲରେ ଚଢ଼ାଉ କରିଥିଲେ। ପିପିଲି ଥାନା ଦୁର୍ଗାଦାସପୁର ପଞ୍ଚାୟତ ଅଧୀନ ଠଣଠଣା ଅଞ୍ଚଳର ଜଣେ ଯୁବକ(୨୭) ଗତ କିଛିଦିନ ତଳେ ଭୁବନେଶ୍ୱର ଏକ ହସ୍ପିଟାଲକୁ ହାର୍ନିଆ ଚିକିତ୍ସା ପାଇଁ ଯାଇଥିଲେ। ତାଙ୍କର କରୋନା ଟେଷ୍ଟ ହୋଇ ନ ଥିବାରୁ ସେଠାରେ ଆଡମିଶନ ନ କରାଯାଇ ସ୍ବାବ ସଂଗ୍ରହ କରି ଫେରାଇ ଦିଆଯାଇଥିଲା। ପରେ ଅଧିକ ଯନ୍ତ୍ରଣା ହେବାରୁ ଗତ ୬ତାରିଖରେ ପରିବାର ଲୋକେ ତାଙ୍କୁ ଉକ୍ତ ହସ୍ପିଟାଲକୁ ନେଇ ଅସ୍ତ୍ରୋପଚାର କରାଇଥିଲେ। ଗୁରୁବାର ଯୁବକଙ୍କ ରିପୋର୍ଟ ପଜିଟିଭ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ଫଳରେ ଉକ୍ତ ହସ୍ପିଟାଲରେ ଚିକିତ୍ସା ହୋଇଥିବା ଜଣାପଡ଼ିଥିଲା। ଶୁକ୍ରବାର ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଯାଞ୍ଚ ଟିମ ଉକ୍ତ ହସ୍ପିଟାଲକୁ ଆସି ପଚରାଉଚୁରା ବେଳେ ବିନା କୌଣସି ଟେଷ୍ଟରେ ଅସ୍ତ୍ରୋପଚାର କରିଥିବା ଜଣାପଡ଼ିବା ସହ ହସ୍ପିଟାଲର ଜରୁରୀ କାଗଜପତ୍ର ଦେଖାଇପାରି ନ ଥିଲେ। ଏ ନେଇ ଯାଞ୍ଚ ଟିମ ହସ୍ପିଟାଲ ପରିଚାଳକଙ୍କ ବିରୋଧରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିବା ଆଇଆଇସି ଦେବୀପ୍ରସାଦ ପାତ୍ର କହିଛନ୍ତି। ଏହାସହ ପୋଲିସ ଓ ଯାଞ୍ଚ ଟିମ ହସ୍ପିଟାଲର ମୁଖ୍ୟ ଫାଟକରେ ତାଲା ପକାଇ ସିଲ କରିବା ସହ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନରେ ରହିବା ପାଇଁ କୁହାଯାଇଛି। ଯାଞ୍ଚ ବେଳେ ତହସିଲଦାର କସ୍ତୁରୀ ପ୍ରଧାନ, ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବିଶ୍ୱଜିତ ମିଶ୍ର, ଜୟପୁର ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ ମହାପାତ୍ର ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଏହାସହ ଦୁର୍ଗାଦାସପୁର ସରପଞ୍ଚ ବାସନ୍ତୀ ବେହେରା ଠଣଠଣା ମୌଜାର ସେଠୀ ସାହି, ଜେନା ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାସହ ଗଁ।ର ପ୍ରବେଶ ପଥକୁ ସିଲ କରିଛନ୍ତି। ଏପରିକି ଅନ୍ୟ ଆଦେଶ ନ ଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ସରପଞ୍ଚ ଚିଠି ନଂ.୩୨/୨୦ରେ ଏକ ନୋଟିସ ଜାରି କରିଛନ୍ତି। ଏହାସହ ଉକ୍ତ ପରିବାରରୁ ୨୨ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri