ପେଟ୍ରୋଲ ପମ୍ପରେ ଚଢ଼ାଉ: ୪ ନୋଜଲରେ କମ୍‌ ତେଲ,ବିଭାଗୀୟ ଅଧିକାରୀଙ୍କୁ ଦାୟୀକଲେ ମାଲିକ

ଦାରିଙ୍ଗବାଡ଼ି,୧୧ା୭(ଡି.ଏନ୍‌.ଏ.) – ଦାରିଙ୍ଗବାଡ଼ି ସନୋଜ ଫିଲିଂ ଷ୍ଟେଶନରେ ଗୁରୁବାର ସନ୍ଧ୍ୟାରେ ଡାଇରେକ୍ଟର ଅଫ୍‌ ଲିଗାଲ ମେଟ୍ରୋଲୋଜି ବିଭାଗ ଚଢାଉ କରିଛି। ୬ମାସ ହେଲା ଏଠାରେ ମାପରେ ଠକେଇ ହେଉଥିବା ଚଢାଉରୁ ଜଣାପଡିବା ପରେ ବିକ୍ରି ବନ୍ଦ କରାଯାଇଛି। ଶୁକ୍ରବାର ସକାଳୁ ମଧ୍ୟ ପୁଣି ଥରେ ଯାଞ୍ଚ ଆରମ୍ଭ ହୋଇଛି। ପେଟ୍ରୋଲ ପମ୍ପର କର୍ମଚାରୀ ଓ ମାଲିକଙ୍କ ବୟାନ ରେକର୍ଡ ହୋଇଛି। ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର ବିଦ୍ୟାଧର ବିଶ୍ୱାଳଙ୍କ ନେତୃତ୍ୱରେ ଫୁଲବାଣୀ ଏବଂ ବାଲିଗୁଡ଼ା ଦାୟିତ୍ୱରେ ଥିବା ବିଭାଗୀୟ ଇନ୍ସପେକ୍ଟର ସାଗରିକା ସାବତ ପ୍ରମୁଖ ଚଢ଼ାଉ କରିଥିଲେ। ଏଠାରେ ତିନୋଟି ପେଟ୍ରୋଲ ଓ ତିନୋଟି ଡିଜେଲ ନୋଜଲ ରହିଛି। ସେଥିରୁ ୩ ପେଟ୍ରୋଲ ଓ ଗୋଟିଏ ଡିଜେଲ ନୋଜଲରେ କମ୍‌ ତେଲ ଆସୁଥିଲା। ଏହି ୪ ମେଶିନ୍‌ ସିଲ୍‌ କରାଯିବ ବୋଲି ଆସିଷ୍ଟାଣ୍ଟ କଣ୍ଟ୍ରୋଲର ବିଶ୍ୱାଳ କହିଛନ୍ତି। ଏନେଇ ଜରିମାନା ଆଦାୟ କରାଯିବ।
ବିଭାଗୀୟ ଇନ୍ସପେକ୍ଟର ସାବତ ପେଟ୍ରୋଲ ପମ୍ପ ଶୁଭାରମ୍ଭ ଦିନ ଯାଞ୍ଚ କରି ମେଶିନ୍‌ ଷ୍ଟାପିଂ କରିଥିଲେ। ହେଲେ ସେ ଠିକ୍‌ ଭାବେ କରି ନ ଥିବା ଯୋଗୁ ୬ମାସ ହେଲା ଗ୍ରାହକ ଠକାମିର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ଇନ୍ସପେକ୍ଟର ସାଗରିକା ସାବତ କିଛି କହି ନ ଥିବାବେଳେ ଆସିଷ୍ଟାଣ୍ଟ କଣ୍ଟ୍ରୋଲର ବିଶ୍ୱାଳ ମେଶିନରେ ତ୍ରୁଟି ଯୋଗୁ ଏପରି ହୋଇଛି, ସମସ୍ତ ରିପୋର୍ଟ ଜିଲାପାଳଙ୍କୁ ଦିଆଯିବ ବୋଲି କହିଛନ୍ତି। ଏନେଇ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି କହିଛନ୍ତି ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏନେଇ ମାଲିକ ସନୋଜ କୁମାର ସାହୁ କହିଛନ୍ତି, ସେ କମ୍ପାନୀରୁ ଫ୍ରାଞ୍ଚାଇଜ ନେଇଥିବାବେଳେ ଇନ୍ସପେକ୍ଟର ସାବତ ଷ୍ଟାପିଂ କରିଥିଲେ। ତ୍ରୁଟି ପାଇଁ କମ୍ପାନୀ ଓ ସମ୍ପୃକ୍ତ ଅଧିକାରୀ ଦାୟୀ।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି କଲେଜରେ ଗୁରୁ ପୂର୍ଣ୍ଣିମା ଉତ୍ସବ, ଭାରତୀୟ ସଂସ୍କୃତି ଆଧାରରେ…

ଦିଗପହଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜରେ ବୁଧବାର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା। କଲେଜ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

ଖେମୁଣ୍ଡି କଲେଜରେ ବନ ମହୋତ୍ସବ: ଅତିଥି ,ଅଧ୍ୟାପିକା,  ଅଧ୍ୟାପକ ମିଳିମିଶିକଲେ …

ଦିଗପହଣ୍ଡି,୨୯|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଯୁକ୍ତ ୨ ଏବଂ ଯୁକ୍ତ ୩ ଜାତୀୟ ସେବା ଯୋଜନା(ଏନଏସଏସ) ୟୁନିଟ ପକ୍ଷରୁ କଲେଜ ପରିସରରେ…

ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହୁମା,୨୯।୭ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ହୁମା ଫାଣ୍ଡି ଅଧୀନ ପାଟଣା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସିରିଜ୍ ଚୋରି ଘଟିଛି। ଗୋଟିଏ…

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri