Posted inଫୁରସତ

ସଙ୍ଗୀତ ସାଧନାରେ ସତ୍ୟନାରାୟଣ

ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ତାଙ୍କର ରହିଛି ଆଦର । ସେ ଏକାଧାରରେ ଜଣେ କବି, ଗୀତିକାର, କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ। ବିଭିନ୍ନ ମହୋତ୍ସବରେ ମଞ୍ଚ ସଂଯୋଜନା କରିବାରେ ତାଙ୍କର ନିଆରା ପରିଚୟ ରହିଛି। ସଙ୍ଗୀତ କ୍ଷେତ୍ରରେ ବି ରହିଛି ଦକ୍ଷତା। ତାଙ୍କ ମନପ୍ରାଣରେ ସର୍ବଦା ସଙ୍ଗୀତର ସ୍ବର। କଳାର ଉତ୍କର୍ଷ ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ। ସ୍କୁଲ ବୟସରେ ଅନାଅନା ଅନାଲୋ ମିତ, ଆହେ ଜଗନ୍ନାଥ ଆହେ ବଳଭଦ୍ର ଭଜନ ଗାଇ ଖୁବ ପ୍ରସଂଶିତ ହୋଇଛନ୍ତି। ସେ ହେଲେ ସତ୍ୟନାରାୟଣ ମହାପାତ୍ର। ଜନ୍ମ ୫ା୧ା୧୯୭୮ମସିହାରେ। ପିତା ତ୍ରିନାଥ ମହାପାତ୍ର ।
ମା’ ମନୋରମା ମହାପାତ୍ର। ଘର ନୟାଗଡ଼ ଜିଲା ରଣପୁର ଦାଣ୍ଡସାହିରେ। ସେ କୁହନ୍ତି, ମୋ ନନା ଥିଲେ ଅନ୍ନପୂଣ୍ଣା ଥିଏଟରର ଜଣେ ଜଣାଶୁଣା କଳାକାର। ଯେକି ଲକ୍ଷେହୀରା ନାଟକରେ ସେ ବିଷ୍ଣୁ ଦାସ ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ପିଲାଟି ଦିନରୁ ସଙ୍ଗୀତ ପ୍ରତି ମୋର ଥିଲା ଆଗ୍ରହ ଓ ଦୁର୍ବଳତା । ସ୍କୁଲ ବୟସରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସେତେବେଳେ ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଅରବିନ୍ଦ ମୁଦୁଲି,ଭଜନସମ୍ରାଟ ଭିକାରୀ ବଳଙ୍କ ସହ ପୁରୀ ଶରଧାବାଲି ଭଜନସମାରୋହରେ ଯୋଗଦେବାର ସୌଭାଗ୍ୟ ଲାଭ କରିପାରିଥିଲି। ସଙ୍ଗୀତରେ କଣ୍ଠଦାନ କରିବାରେ ନିଆରା ପରିଚୟ ମିଳିଛି। ଗାଁ ସ୍କୁଲ ପଢ଼ାସାରି ସ୍ଥାନୀୟ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚବିଦ୍ୟାଳୟରୁ ୧୦ମ ପାସ୍‌ କଲି। ତା’ପରେ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ କଣ୍ଠସଙ୍ଗୀତରେ ସ୍ନାତକୋତ୍ତର ଏବଂ ପ୍ରାଚୀନ କଳାକେନ୍ଦ୍ର ଚଣ୍ଡିଗଡ଼ରୁ ସଙ୍ଗୀତ ବିଶାରଦ ଭାବେ ଶିକ୍ଷାଲାଭ କରିଛି। ମୋର ସଙ୍ଗୀତ ଗୁରୁ ଭାବେ ମୋର ନନା, ଭଜନସମ୍ରାଟ ଭିକାରୀ ବଳ, ରାମହରି ଦାସ ପ୍ରମୁଖ। ରଣପୁର ମହୋତ୍ସବ, ନୟାଗଡ଼ ମହୋତ୍ସବ ଏବଂ ସ୍ଥାନୀୟ ଲୋକକଳା ଉତ୍ସବରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚସଂଯୋଜନା କରିଥାଏ। ୨୦୦୦ମସିହାରୁ ରାମଚନ୍ଦ୍ର-କଳ୍ପନା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସଙ୍ଗୀତ ଅଧ୍ୟାପକ ଭାବେ କାର୍ଯ୍ୟରତ। ଇଣ୍ଟରନ୍ୟାଶନାଲ ଥିଏଟର ଫେଷ୍ଟିଭାଲ ୧୯୯୬ରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଅଲଇଣ୍ଡିଆ ଡ୍ରାମା କମ୍ପିଟିଶନରେ ଶ୍ରେଷ୍ଠ କଣ୍ଠଶିଳ୍ପୀ,ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସଙ୍ଗୀତକଳା ପ୍ରତିଯୋଗିତାରେ ଗାୟକ ସ୍ବର୍ଣ୍ଣକମଳ, ଗାୟକ କଳିକା ଆଦି ଏକାଧିକ ସମ୍ମାନ ପାଇଛି। ରଣପୁର ମହୋତ୍ସବରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଛି। ଆକାଶବାଣୀ କଟକକେନ୍ଦ୍ରର ଜଣେ କଳାକାର ଭାବେ ବିଭିନ୍ନ କାଯର୍‌ୟକ୍ରମରେ କଣ୍ଠଦାନ କରିଛି। ସଙ୍ଗୀତ ସେବାକୁ ଈଶ୍ୱରୀୟ ସେବାଭାବେ ମନେକରି ବିଭିନ୍ନ ସାଂସ୍କୃତିକ ଓ ଆଧାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥାଏ। ମୋ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି, କୁମାର ବାପି, ଅଲିଭା ସ୍ମୃତି, ଅନ୍ତରା ପ୍ରମୁଖ କଣ୍ଠଦାନ କରିଛନ୍ତି। ସେହିପରି ଟେଲିଫିଲ୍ମ ଦୃଷ୍ଟାନ୍ତ ଏବଂ ଉଆଁସୀ କନ୍ୟା, ପଣତକାନି, ବଡ଼ଘର ବଡ଼ଗୁମରକଥା, ଭାରି ଅବୁଝା ଏମନ ଆଦି ଟେଲି ଧାରାବାହିକରେ ଅଭିନୟ କରିଛି। ପୁରୀ,ଫୁଲବାଣୀ,ଗଞ୍ଜାମ,ବୌଦ୍ଧ,ଭୁବନେଶ୍ୱର ଆଦି ବିଭିନ୍ନ ଅଞ୍ଚଳରେ ଆୟୋଜିତ ଯାତ୍ରାମଞ୍ଚରେ ଏକାଧିକ ସାମାଜିକ ନାଟକରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛି। ସେହିପରି ସଖୀ ଧରଲୋ, ପତିତପାବନବାନା, ମା ତୋର ପାଦଧୂଳି, ନାଗାର୍ଜୁନ ଆଦି ଭଜନସିଡୀରେ ସଙ୍ଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ ଦେଇଛି। ରଣପୁରଠାରେ ମୋ ନନା ପ୍ରତିଷ୍ଠା କରିଥିବା ସଙ୍ଗୀତ କଳାବିଦ୍ୟାନିକେତନରେ ସଙ୍ଗୀତକଳାର ସାଧନା ଜାରି ରଖିଛି। ସଙ୍ଗୀତରେ ଶାନ୍ତି, ସଙ୍ଗୀତରେ ମୁକ୍ତି ଏବଂ ସଙ୍ଗୀତରେ ଜୀବନକୁ ବୁଝୁଥିବା ସଙ୍ଗୀତ ପ୍ରେମୀ ଓ କଳାପ୍ରେମୀମାନଙ୍କୁ ମୋର ଅନୁରୋଧ ସଙ୍ଗୀତ ପ୍ରତି ଅଧିକ ଶ୍ରଦ୍ଧା, ଭକ୍ତିସ୍ବରକୁ ଭଲପାଇବା ବାଣ୍ଟନ୍ତୁ ।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri