Posted inଫୁରସତ

ସଙ୍ଗୀତ ସାଧନାରେ ସତ୍ୟନାରାୟଣ

ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ତାଙ୍କର ରହିଛି ଆଦର । ସେ ଏକାଧାରରେ ଜଣେ କବି, ଗୀତିକାର, କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ। ବିଭିନ୍ନ ମହୋତ୍ସବରେ ମଞ୍ଚ ସଂଯୋଜନା କରିବାରେ ତାଙ୍କର ନିଆରା ପରିଚୟ ରହିଛି। ସଙ୍ଗୀତ କ୍ଷେତ୍ରରେ ବି ରହିଛି ଦକ୍ଷତା। ତାଙ୍କ ମନପ୍ରାଣରେ ସର୍ବଦା ସଙ୍ଗୀତର ସ୍ବର। କଳାର ଉତ୍କର୍ଷ ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ। ସ୍କୁଲ ବୟସରେ ଅନାଅନା ଅନାଲୋ ମିତ, ଆହେ ଜଗନ୍ନାଥ ଆହେ ବଳଭଦ୍ର ଭଜନ ଗାଇ ଖୁବ ପ୍ରସଂଶିତ ହୋଇଛନ୍ତି। ସେ ହେଲେ ସତ୍ୟନାରାୟଣ ମହାପାତ୍ର। ଜନ୍ମ ୫ା୧ା୧୯୭୮ମସିହାରେ। ପିତା ତ୍ରିନାଥ ମହାପାତ୍ର ।
ମା’ ମନୋରମା ମହାପାତ୍ର। ଘର ନୟାଗଡ଼ ଜିଲା ରଣପୁର ଦାଣ୍ଡସାହିରେ। ସେ କୁହନ୍ତି, ମୋ ନନା ଥିଲେ ଅନ୍ନପୂଣ୍ଣା ଥିଏଟରର ଜଣେ ଜଣାଶୁଣା କଳାକାର। ଯେକି ଲକ୍ଷେହୀରା ନାଟକରେ ସେ ବିଷ୍ଣୁ ଦାସ ଚରିତ୍ରରେ ଅଭିନୟ କରିଥିଲେ। କିନ୍ତୁ ପିଲାଟି ଦିନରୁ ସଙ୍ଗୀତ ପ୍ରତି ମୋର ଥିଲା ଆଗ୍ରହ ଓ ଦୁର୍ବଳତା । ସ୍କୁଲ ବୟସରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସେତେବେଳେ ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଅରବିନ୍ଦ ମୁଦୁଲି,ଭଜନସମ୍ରାଟ ଭିକାରୀ ବଳଙ୍କ ସହ ପୁରୀ ଶରଧାବାଲି ଭଜନସମାରୋହରେ ଯୋଗଦେବାର ସୌଭାଗ୍ୟ ଲାଭ କରିପାରିଥିଲି। ସଙ୍ଗୀତରେ କଣ୍ଠଦାନ କରିବାରେ ନିଆରା ପରିଚୟ ମିଳିଛି। ଗାଁ ସ୍କୁଲ ପଢ଼ାସାରି ସ୍ଥାନୀୟ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚବିଦ୍ୟାଳୟରୁ ୧୦ମ ପାସ୍‌ କଲି। ତା’ପରେ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ କଣ୍ଠସଙ୍ଗୀତରେ ସ୍ନାତକୋତ୍ତର ଏବଂ ପ୍ରାଚୀନ କଳାକେନ୍ଦ୍ର ଚଣ୍ଡିଗଡ଼ରୁ ସଙ୍ଗୀତ ବିଶାରଦ ଭାବେ ଶିକ୍ଷାଲାଭ କରିଛି। ମୋର ସଙ୍ଗୀତ ଗୁରୁ ଭାବେ ମୋର ନନା, ଭଜନସମ୍ରାଟ ଭିକାରୀ ବଳ, ରାମହରି ଦାସ ପ୍ରମୁଖ। ରଣପୁର ମହୋତ୍ସବ, ନୟାଗଡ଼ ମହୋତ୍ସବ ଏବଂ ସ୍ଥାନୀୟ ଲୋକକଳା ଉତ୍ସବରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚସଂଯୋଜନା କରିଥାଏ। ୨୦୦୦ମସିହାରୁ ରାମଚନ୍ଦ୍ର-କଳ୍ପନା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସଙ୍ଗୀତ ଅଧ୍ୟାପକ ଭାବେ କାର୍ଯ୍ୟରତ। ଇଣ୍ଟରନ୍ୟାଶନାଲ ଥିଏଟର ଫେଷ୍ଟିଭାଲ ୧୯୯୬ରେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଅଲଇଣ୍ଡିଆ ଡ୍ରାମା କମ୍ପିଟିଶନରେ ଶ୍ରେଷ୍ଠ କଣ୍ଠଶିଳ୍ପୀ,ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସଙ୍ଗୀତକଳା ପ୍ରତିଯୋଗିତାରେ ଗାୟକ ସ୍ବର୍ଣ୍ଣକମଳ, ଗାୟକ କଳିକା ଆଦି ଏକାଧିକ ସମ୍ମାନ ପାଇଛି। ରଣପୁର ମହୋତ୍ସବରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଛି। ଆକାଶବାଣୀ କଟକକେନ୍ଦ୍ରର ଜଣେ କଳାକାର ଭାବେ ବିଭିନ୍ନ କାଯର୍‌ୟକ୍ରମରେ କଣ୍ଠଦାନ କରିଛି। ସଙ୍ଗୀତ ସେବାକୁ ଈଶ୍ୱରୀୟ ସେବାଭାବେ ମନେକରି ବିଭିନ୍ନ ସାଂସ୍କୃତିକ ଓ ଆଧାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥାଏ। ମୋ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି, କୁମାର ବାପି, ଅଲିଭା ସ୍ମୃତି, ଅନ୍ତରା ପ୍ରମୁଖ କଣ୍ଠଦାନ କରିଛନ୍ତି। ସେହିପରି ଟେଲିଫିଲ୍ମ ଦୃଷ୍ଟାନ୍ତ ଏବଂ ଉଆଁସୀ କନ୍ୟା, ପଣତକାନି, ବଡ଼ଘର ବଡ଼ଗୁମରକଥା, ଭାରି ଅବୁଝା ଏମନ ଆଦି ଟେଲି ଧାରାବାହିକରେ ଅଭିନୟ କରିଛି। ପୁରୀ,ଫୁଲବାଣୀ,ଗଞ୍ଜାମ,ବୌଦ୍ଧ,ଭୁବନେଶ୍ୱର ଆଦି ବିଭିନ୍ନ ଅଞ୍ଚଳରେ ଆୟୋଜିତ ଯାତ୍ରାମଞ୍ଚରେ ଏକାଧିକ ସାମାଜିକ ନାଟକରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛି। ସେହିପରି ସଖୀ ଧରଲୋ, ପତିତପାବନବାନା, ମା ତୋର ପାଦଧୂଳି, ନାଗାର୍ଜୁନ ଆଦି ଭଜନସିଡୀରେ ସଙ୍ଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ ଦେଇଛି। ରଣପୁରଠାରେ ମୋ ନନା ପ୍ରତିଷ୍ଠା କରିଥିବା ସଙ୍ଗୀତ କଳାବିଦ୍ୟାନିକେତନରେ ସଙ୍ଗୀତକଳାର ସାଧନା ଜାରି ରଖିଛି। ସଙ୍ଗୀତରେ ଶାନ୍ତି, ସଙ୍ଗୀତରେ ମୁକ୍ତି ଏବଂ ସଙ୍ଗୀତରେ ଜୀବନକୁ ବୁଝୁଥିବା ସଙ୍ଗୀତ ପ୍ରେମୀ ଓ କଳାପ୍ରେମୀମାନଙ୍କୁ ମୋର ଅନୁରୋଧ ସଙ୍ଗୀତ ପ୍ରତି ଅଧିକ ଶ୍ରଦ୍ଧା, ଭକ୍ତିସ୍ବରକୁ ଭଲପାଇବା ବାଣ୍ଟନ୍ତୁ ।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri